ବିଞ୍ଝାରପୁର, ୨୬/୧୦ : ଭୁଲ ଇଞ୍ଜେକ୍ସନ ଯୋଗୁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା। ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୁଲିସ।
ସୂଚନାନୁଯାୟୀ, ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ଅନ୍ତର୍ଗତ ରାଉତରା ଗ୍ରାମର ରାମ ମଲ୍ଲିକଙ୍କ ପୁଅ ସତ୍ୟନାରାୟଣ ମଲ୍ଲିକଙ୍କ ବାନ୍ତି ହେଉଥିଲା। ଭାଇଙ୍କ ସହ ସତ୍ୟ ବିଞ୍ଝାରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଆସିଥିଲେ। ସେଠାରେ ଇଞ୍ଜକ୍ସନ ଦେବା ପରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ନାବାଳକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ବିଞ୍ଝାରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ଲାଗି ରହିଛି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି।