PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ମିର୍ଜାପୁର ୩ରୁ ସାମ୍ନାକୁ ଆସିଲା ‘ଗୁଡ୍ଡୁ ଭେୟା’ଙ୍କ ଏମିତି ଲୁକ୍, ଖୁସି ହୋଇଗଲେ ଫ୍ୟାନ୍ସ

ନୂଆଦିଲ୍ଲୀ ୧୭/୮: ଦେଶରେ ସମସ୍ତଙ୍କ ପ୍ରିୟ ୱେବ୍ ସିରିଜ୍ ମଧ୍ୟରୁ ଗୋଟିଏ ହେଉଛି ‘ମିର୍ଜାପୁର’ । ଏହାର ତୃତୀୟ ସିଜିନକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଏବେ ଏହା ମଧ୍ୟରେ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ମିର୍ଜାପୁର ସିଜନ ୩ ସମ୍ପର୍କିତ ଏକ ବଡ ଅପଡେଟ୍ ସାମ୍ନାକୁ ଆସୁଛି ଯାହାକୁ ଦେଖି ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି । କିଛି ଦିନ ତଳେ ଏହି ସିରିଜର ରିଲିଜକୁ ନେଇ ଡେଟ୍ ସାମ୍ନାକୁ ଆସିଥିଲା । କୁହାଯାଉଛି କି ଏହି ୱେବ୍ ସିରିଜ ୨୦୨୩ରେ ଆମାଜନ ପ୍ରାଇମରେ ଷ୍ଟ୍ରିମ୍ କରାଯିବ । ତେବେ ଏପର୍ଯ୍ୟନ୍ତ ଆମାଜନ ପ୍ରାଇମ ତରଫରୁ ଏନେଇ କୌଣସି ଅଫିସିଆଲ୍ ଘୋଷଣା କରାଯାଇନି ।

ମିର୍ଜାପୁରକୁ ନେଇ ଲଗାତର ନୂଆ ନୂଆ ଅପଡେଟ୍ ସାମ୍ନାକୁ ଆସୁଛି । ଏହି ସିରିଜର ଏପର୍ଯ୍ୟନ୍ତ ୨ଟି ସିଜନ ଆସିସାରିଛି । ଏବେ ମେକର୍ସ ତୃତୀୟ ସିଜନ ପାଇଁ ପ୍ରସ୍ତୁତି କରୁଛନ୍ତି । ନିକଟରେ ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ଅଲ୍ଲୀ ଫଜଲ ଓରଫ ଗୁଡ୍ଡୁ ଭେୟା କୁସ୍ତି କରୁଥିବା ନଜର ଆସୁଛନ୍ତି । ତାଙ୍କର ଏହି ଫଟୋ ଖୁବ୍ ଭାଇରାଲ ହୋଇଥିଲା । ଏବେ ମିର୍ଜାପୁର ସିଜନ ୩ର ଆକ୍ଟର ଅଲ୍ଲୀ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ସିରିଜ ସମ୍ପର୍କିତ ଏକ ବଡ ଅପଡେଟ୍ ଫ୍ୟାନ୍ସଙ୍କୁ ସେୟାର କରିଛନ୍ତି । ଏହା ସାମ୍ନାକୁ ଆସିବା ପରେ ସିଜନ ୩କୁ ଅପେକ୍ଷା କରିଥିବା ଫ୍ୟାନ୍ସ ଖୁସିରେ ନାଚି ଉଠିଛନ୍ତି ।  

ଅଲ୍ଲୀଙ୍କ ଲୁକ୍

ଅଲ୍ଲୀ ଫଜଲ ଏବେ ୱେବ ସିରିଜ ମିର୍ଜାପୁର ୩କୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଏହି ସିରିଜ ସମ୍ପର୍କିତ ଅପଡେଟ୍ସ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । କିଛି ଦିନ ପୂର୍ବରୁ ସେ କୁସ୍ତି କରୁଥିବା ଫଟୋ ସେୟାର କରିଥିଲେ । ଏବେ ସେ ମିର୍ଜାପୁର ସିଜନ ୩ ସମ୍ପର୍କିତ ନିଜ ଲୁକର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଅଲ୍ଲୀ ବ୍ଲାକ୍ କଲରର ହୁଡି ପିନ୍ଧିଛନ୍ତି । ଏହି ଫଟୋରେ କାଲିନ ଭେୟାଙ୍କ ସମେତ ଅନେକ ଚରିତ୍ରଙ୍କ ନାଁ ମଧ୍ୟ ଲେଖାହୋଇଛି । ଏହା ତଳେ ଲେଖା ହୋଇଛି ମିର୍ଜାପୁର ୩ କମିଂ ସୁନ୍ । ଅଲ୍ଲୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ବହୁତ ଖୁସି ନଜର ଆସୁଛନ୍ତି ।