ବାଲେଶ୍ବର, ୦୭/୦୬: ବାଲେଶ୍ବର ଜିଲ୍ଲା ସଦର ଥାନା ଓଲନ୍ଦା ଅନ୍ତର୍ଗତ ସାରଗାଁ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ଜଣେ ନିଖୋଜ ବୃଦ୍ଧଙ୍କ ଶବ ଗାଁ ନିକସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଛି । ପ୍ରାୟ ୨୦ରୁ ୨୫ ଦିନ ହେଲା ନିଖୋଜ ଥିବା ବୃଦ୍ଧଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତକ ହେଲେ ଓଲନ୍ଦା ସାରଗାଁର ୬୦ବର୍ଷୀୟ କୈଳାସ ପ୍ରଧାନ । ମୃତଦେହ ମିଳିବା ପରେ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।  

ସେପଟେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଓ ହାଡ଼ ଗୁଡ଼ିକ ଅଲଗା ଅଲଗା ଜାଗାରେ ବିକ୍ଷିପ୍ତ ହୋଇ ପଡ଼ିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ଗାଁର କିଛି ମହିଳା ଜଙ୍ଗଲକୁ କାଠ ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ପ୍ରଥମେ ଏହି ବିଭତ୍ସ ଦୃଶ୍ୟ ଦେଖିବାକୁ ପାଇଥିଲେ। ଭୟଭୀତ ଅବସ୍ଥାରେ ସେମାନେ ଗ୍ରାମବାସୀଙ୍କୁ ଜଣାଇବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏଥିସହିତ ସାଇଣ୍ଟିଫିକ୍ ଟିମ୍ ଓ ସ୍ପେଶାଲ୍ ସ୍କ୍ୱାଡ୍ ପହଞ୍ଚିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି ।

ଅଧିକ ପଢନ୍ତୁ- ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଗୋରୀ ଝିଅ ଚାହୁଁଥିଲେ OAS ପ୍ରେମିକ, ମୃତଦେହ ମିଳିବା ପରଠୁ ଫେରାର୍‌