PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ମାଲିକଙ୍କୁ ମାରି ଖାଇଦେଲେ ୧୮ ପୋଷା କୁକୁର

ଡଲାସ,୧୧ ।୭(ଏଜେନ୍ସି): ଆମେରିକାର ଟେକ୍ସାସ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୋଷା କୁକୁର ମାରି ଖାଇଦେଇଛନ୍ତି । ଡଲାସ ଠାରୁ ୩୦ ମାଇଲ ଦୂର ଭେନସ ଅଞ୍ଚଳରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ଫ୍ରେଡିକ ମାକ୍‌ (୫୭) ।

ପୁଲିସ ସୂଚନା ଅନୁସାରେ ଘରଠାରୁ କିଛି ଦୂରରେ ଫ୍ରେଡିକଙ୍କର ଏକ ଫାର୍ମ ରହିଥିଲା । ସେଠାରେ ସେ ନିଜର ୧୮ଟି ପୋଷା କୁକୁରଙ୍କ ସହ ରହୁଥିଲେ । ହେଲେ ଗତ ମେ’ ମଧ୍ୟଭାଗରୁ ତାଙ୍କର କୌଣସି ଖୋଜ୍‌ଖବର ନମିଳିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।

ପୁଲିସ ଉକ୍ତ ଫାର୍ମ ହାଉସକୁ ଯାଇଥିଲା । କିନ୍ତୁ ଫ୍ରେଡିକଙ୍କୁ ପାଇନଥିଲା । ସେଠାରେ ଥିବା କୁକୁରଙ୍କ ମଳରେ ଛୋଟ ଛୋଟ ହାଡ, କପଡା, କେଶ ଆଦି ରହିଥିବା ଦେଖିବାକୁ ପାଇବା ପରେ ପୁଲିସ ତାକୁ ପରୀକ୍ଷା ଲାଗି ପଠାଇଥିଲା । ଡିଏନ୍‌ଏ ପରୀକ୍ଷାରୁ ମିଳିଥିବା ହାଡ଼ ଫ୍ରେଡିକଙ୍କର ବୋଲି ଜଣାପଡିଥିଲା ।

ସମ୍ବନ୍ଧିତ ଖବର