ନୂଆଦିଲ୍ଲୀ : ଚର୍ଚ୍ଚାରେ ଆଦିତ୍ୟ ଧରଙ୍କ ଫିଲ୍ମ ଧୁରନ୍ଧର-୨ । ଏହି ଫିଲ୍ମଟି ବ୍ୟବସାୟିକ ଦୃଷ୍ଟିକୋଣରୁ ଯେଭଳି ରୋଜଗାର କରୁଛି ଦର୍ଶକଙ୍କ ମନ ମଧ୍ୟ ସେମିତି ମୋହୁଛି । ଏହି ଫିଲ୍ମ ସିନେମା ହଲରେ ରାଜ କରୁଥିବାବେଳେ ଏହାକୁ ନେଇ ସମାଲୋଚନା ମଧ୍ୟ କରାଯାଉଛି । ଏହା କେବଳ ପ୍ରଚାର ପାଇଁ ନିର୍ମାଣ କରାଯାଉଥିବା ମୁହାଯାଉଛି । ଯାହାକୁ ନେଇ ନିକଟରେ ଅନୁପମ ଖେର ବର୍ଷିଥିଲେ । ଆଉ ଏବେ ବିଜେପି ନେତ ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏହାକୁ ନେଇ ସମାଲୋଚକଙ୍କୁ କଡ଼ା ଜବାବ ଦେଇଛନ୍ତି ।
IANS Exclusive
— IANS (@ians_india) April 1, 2026
Kolkata, West Bengal: On the film Dhurandhar 2, BJP leader Mithun Chakraborty says, "You did not allow Bengal Files to be released here. What bigger issue will you talk about than this? Yet, you are calling Dhurandhar propaganda. Then why didn’t you stop… pic.twitter.com/00OgfJ8y8L
ସେ କହିଛନ୍ତି କି, ଯଦି ପ୍ରଚାର ପାଇଁ ଏହି ଫିଲ୍ମ ନିର୍ମାଣ ହୋଇଛି ତାହେଲେ ମୋର ‘ବେଙ୍ଗଲ୍ ଫାଇଲ୍ସ’କୁ ପଶ୍ଚିମବଙ୍ଗରେ କାହିଁକି ରିଲିଜ୍ ହେବାକୁ ଦିଆଗଲା ନାହିଁ ? ଦର୍ଶକ ଯେଉଁ ଫିଲ୍ମକୁ ଅଧିନ ଭଲ ପାଇବା ଦିଅନ୍ତି ତାହା ହିଟ୍ ହୋଇଥାଏ । ଯାହାକି ଧୁରନ୍ଧର-୨ ଦ ରିଭେଞ୍ଜ କ୍ଷେତ୍ରରେ ଘଟୁଛି । କିନ୍ତୁ ଜାଣିଶୁଣି କିଛି ଲୋକ ଏହାକୁ ଏକ ପ୍ରୋପାଗଣ୍ଡା ବୋଲି କହୁଛନ୍ତି ।ମିଥୁନ ଚକ୍ରବର୍ତ୍ତୀ ଆହୁରି କହିଛନ୍ତି, "ନୋଆଖାଲି ଦଙ୍ଗା ଉପରେ ଏକ ଫିଲ୍ମ (ଦି ବେଙ୍ଗଲ ଫାଇଲ୍ସ) ଅଛି, ଯାହା ବର୍ତ୍ତମାନର ନୁହେଁ। ଏହା ଆମର ସ୍ୱାଧୀନତା ପୂର୍ବରୁ ଘଟିଥିଲା। ତଥାପି ସେହି ଫିଲ୍ମକୁ ରିଲିଜ୍ ହେବାକୁ ଦେଇନଥିଲେ।"
ପୁଣିଥରେ ଫିଲ୍ମର ପ୍ରଂଶସା କରି ମିଥୁନ କହିଛନ୍ତି କି, ତୁମେ ଏହାକୁ ଦାଦାଗିରି ବୋଲି ଭାବିପାର । ସବୁ ଫିଲ୍ମର ରେକର୍ଡ ଭାଙ୍ଗିଛି ଧୁରନ୍ଧର-୨ । ମୁଁ କହିବାକୁ ଚାହୁଁଛି କେତେ ଦର୍ଶକ ଏହାକୁ ବହୁ ବାର ଦେଖିଛନ୍ତି । ଅନେକ ଦର୍ଶକ ୨ରୁ ୩ ଥର ଦେଖିବା ପରେ ଏହି ବ୍ୟବସାୟ ହୋଇଛି । ଫିଲ୍ମ ପ୍ରତି ଦର୍ଶକଙ୍କ ସେତିକି ଭଲ ପାଇବା ରହିଥିବାରୁ ବାରମ୍ବାର ଦେଖିଛନ୍ତି । ଏହାସହ ସମସ୍ତ ବର୍ଗର ଲୋକେ ମଧ୍ୟ ଏହି ଫିଲ୍ମକୁ ଦେଖିଛନ୍ତି ।
ଏହାସହ ପଢ଼ନ୍ତ : ବିଜେପିରେ ସାମିଲ ହେଲେ ରାଜ୍ୟର ପ୍ରମୁଖ ସମବାୟ ସମତିର ସଭାପତି, ନିର୍ଦ୍ଦେଶକ ଏବଂ ସଦସ୍ୟ