ଭୁବନେଶ୍ବର, ୧୪।୩ : ନବୀନ ନିବାସରୁ ବୈଠକ ପରେ ପ୍ରତିକ୍ରିୟା ରଖିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ରାଜ୍ୟ ସଭାରେ କେମିତି ଭୋଟ ଦିଆଯିବ ସେ ବିଷୟରେ ତମାମ ଆଲୋଚନା ହେଲା। ଆମେ ସମସ୍ତେ ଉପସ୍ଥିତ ଥିଲୁ। ନବୀନ ବାବୁ ଉପସ୍ଥିତ ଥିବା ଆମ ସମସ୍ତ ବିଧାୟକଙ୍କୁ କହିଲେ ଭଲ ଭାବେ ଭୋଟ ଦେବାକୁ। ନବୀନ ନିବାସରେ ଭୋଟ ମକ୍ ଡ୍ରିଲ ହେଲା। ନବୀନ ନିବାସରେ ଉପସ୍ଥିତ ଥିଲେ ୩ ପ୍ରିଜାଇଡିଂ ଅଫିସର । ଭୋଟ ବାକ୍ସ ରଖାଯାଇଥିଲା । ଏଜେଣ୍ଟ ବସିଥିଲେ। ଆମେ ଉପସ୍ଥିତ ସମସ୍ତ ବିଧାୟକ ଜଣେ ଜଣେ ଯାଇ ଭୋଟ ଦେଲୁ। ଭୋଟ କେମିତି ନାକଚ୍ ନହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।
ଶୁକ୍ରବାର ବୈଠକରେ ଅନୁପସ୍ଥିତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନୋହର । କହିଲେ ମୁଁ କାଲି ଦିନରେ ଉପସ୍ଥିତ ଥିଲି । ସନ୍ଧ୍ୟାରେ ନଆସିଲେ ଚଳିବ ବୋଲି କୁହାଯାଇଥିଲା। ବିଧାୟକଙ୍କୁ ଘୋଡ଼ା କହିବା ଭୁଲ। ମାନ୍ୟବର ବିଧାୟକ କହିବା କଥା। ମାନ ସମ୍ମାନ ରଖି, ବୁଝି ବିଚାରି ବିଧାୟକ ମାନେ ଭୋଟ ଦେବା କଥା। ଘୋଡ଼ା ବେପାର ଠିକ୍ ନୁହେଁ।
ସେହିପରି ବିଜେପି ବିଧାୟକ ବାବୁ ସିଂ ଙ୍କ ପ୍ରତିକ୍ରିୟା ଉପରେ ରନ୍ଧାରୀ କହିଥିଲେ ଯେ ୨୦୧୦ ରେ କଣ ହେଇଥିଲା ଆଲୋଚନା କଲେ ହେବନି। ଏବେ ବିଧାୟକ କିଣା ବିକା ହେବ ଠିକ୍ ନୁହେଁ। ଆମ ପାଖରେ ସଂଖ୍ୟା ଅଛି। ଆମର ଦୁଇଟି ପ୍ରାର୍ଥୀ ଜିତିବେ।
ଆହରି ପଢନ୍ତୁ : ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ ନିବାସରେ ବୈଠକ, ମକ୍ ଭୋଟିଂ ହୋଇଥିବା କହିଲେ ବିଧାୟକ