ନୂଆଦିଲ୍ଲୀ : ମୋଦି ସରକାର ଶୁକ୍ରବାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗାରେଣ୍ଟି ଆକ୍ଟ-ମନରେଗା (MGNREGA)ର ନାମ ବଦଳାଇ ଦେଇଛନ୍ତି। ଏବେ ଏହି ଯୋଜନା ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା ନାମରେ ଜଣାଯିବ। ସୂତ୍ରାନୁସାରେ , କେନ୍ଦ୍ର କ୍ୟାବିନେଟ୍‌ ଶୁକ୍ରବାର ନାମ ବଦଳାଇବା ଓ କାମର ଦିନ ସଂଖ୍ୟା ବୃଦ୍ଧି କରାଇବା ବିଲ୍‌କୁ ଅନୁମୋଦନ ଦେଇଛନ୍ତି।

ଏହି ଯୋଜନା ଅନୁସାରେ ମିଳୁଥିବା ଫାଇଦାକୁ ମଧ୍ୟ ସରକାର ବଢାଇ ଦେଇଛନ୍ତି। ନ୍ୟୁଜ୍‌ ଏଜେନ୍ସି ପିଟିଆଇ ଅନୁସାରେ , ନାମ ବଦଳାଇବା ସହ ଏହି ଅନୁସାରେ କାମର ଦିନ ସଂଖ୍ୟା ବର୍ତ୍ତମାନ ଥିବା ୧୦୦ ଦିନରୁ ବଢାଇ ଏବେ ୧୨୫ ଦିନ କରିଦିଆ ଯାଇଛି। ଅର୍ଥାତ୍‌ ଏବେ ବର୍ଷ ସାରା ୧୦୦ ଦିନର ପରିବର୍ତ୍ତେ ୧୨୫ ଦିନର ରୋଜଗାରର ଗାରେଣ୍ଟି ହେବ।

ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗାରେଣ୍ଟି  ଯୋଜନା , ଯାହାକୁ MGNREGA କିମ୍ୱା ମନରେଗା ନାମରେ ଜଣାଯାଉଛି , ସରକାରଙ୍କ ଏକ ପ୍ରମୁଖ ଯୋଜନା ଅଛି ଯାହାର ଉଦ୍ଦେଶ୍ୟ ଗ୍ରାମୀଣ ଅଞ୍ଚଳ ଗୁଡ଼ିକରେ ପରିବାରର ଜୀବିକା ସୁରକ୍ଷାକୁ ବୃଦ୍ଧି କରିବା। ଏହି ଅନୁସାରେ ଗ୍ରାମୀଣ ଅଞ୍ଚଳରେ ପ୍ରତି ପରିବାରକୁ ଏକ ଆର୍ଥିକ ବର୍ଷରେ ଅତି କମ୍‌ରେ ୧୦୦ ଦିନର ଗ୍ୟାରେଣ୍ଟେଡ୍‌ ରୋଜଗାର ଦିଆଯାଏ। ଏବେ ଏହାକୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି।

ଏହି ଯୋଜନା ୟୁପିଏ-୧ ସରକାରଙ୍କର ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ ଥିଲା। ଏହା ୨୦୦୫ ମସିହାରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଉକ୍ତ ଯୋଜନାରେ ୧୫କୋଟିରୁ ଅଧିକ ଅଧିକ ଲୋକ କାମ କରୁଛନ୍ତି। ପ୍ରାୟ ଏକ ତୃତୀୟାଂଶ ହିତାଧିକାରୀ ମହିଳା ଅଛନ୍ତି। ମନମୋହନ ସିଂହ ସରକାରରେ ଆରମ୍ଭ କରାଯାଇ ଥିବା ଏହି ଯୋଜନାର ଆରମ୍ଭ ନାମ  ନ୍ୟାସନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗାରେଣ୍ଟି ଆକ୍ଟ ଥିଲା , ୨୦୦୯ରେ ମହାତ୍ମା ଗାନ୍ଧୀଙ୍କ ନାଁରେ ରଖାଯାଇ ଥିଲା।