କଟକ ୮/୩: ସବୁ କଳ୍ପନା ଜଳ୍ପନା ପଡିଲା ଯବନିକା ।ନୂଆ ଦଳ ଗଢ଼ିଲେ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ନୂଆ ଦଳର ନାଁ ସ୍ପଷ୍ଟ କଲେ ମୋକିମ୍ । ଓଡ଼ିଶା ସହ କଂଗ୍ରେସକୁ ମିଶାଇ ନୂଆ ଦଳ ନାମ କରଣ କରିଛନ୍ତି । ଦଳର ନାଁ ରହିବ 'ଓଡ଼ିଶା ଜନତା କଂଗ୍ରେସ' । ଦଳୀୟ ପତାକାର ଚିତ୍ର ମଧ୍ୟ ସାମ୍ନାକୁ ଆସିଲା । ଦଳର ନାଁ ସମ୍ପର୍କରେ ନିର୍ବାଚନ କମିଶନ ଅଫିସରୁ ସବୁଜ ସଙ୍କେତ ମିଳିଛି । ଏ ସମ୍ପର୍କରେ ମହମ୍ମଦ ମୋକିମ୍ ସ୍ପଷ୍ଟ କରିଛନ୍ତି । ଏପ୍ରିଲ ପ୍ରଥମ ସପ୍ତାହରେ ଦଳ ପ୍ରଥମ ସମାବେଶ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଦଳର ଚିହ୍ନ ପରବର୍ତ୍ତୀ ସମୟରେ ସ୍ଥିର ହେବ କହିଛନ୍ତି।
ଅଧିକ ପଢ଼ନ୍ତୁ :- ବିକଶିତ ହେବ ପୁରୀ ରେଳ ଷ୍ଟେସନ,୬୫ ଦିନ ଯାଏ ଟ୍ରେନ ଚଳାଚଳ ହେବ ବାଧାପ୍ରାପ୍ତ