ଇସଲାମାବାଦ,୨୧।୭: ଦୁନିଆ ଯେତେବେଳେ ଚନ୍ଦ୍ର ପୃଷ୍ଠକୁ ଯିବାକୁ ଚାହୁଁଛି ଓ ମଙ୍ଗଳ ଗ୍ରହରେ ମାନବ ମିଶନ୍ ପଠାଇବାର ପ୍ରସ୍ତୁତି କରୁଛି, ସେତେବେଳେ ଭାରତର ପଡ଼ୋଶୀ ଦେଶ ପାକିସ୍ତାନର ଅଦ୍ଭୁତ ଏବଂ ହାସ୍ୟସ୍ପଦ କାର୍ଯ୍ୟ। ପ୍ରତିଦିନ ସୋସିଆଲ ମିଡିଆରେଳ ପାକିସ୍ତାନର ଅଜବ ଭିଡିଓ ଭାଇରାଲ ହେଉଛି। କେତେବେଳେ ସ୍ଥାନୀୟ ରାଜନେତା, କେତେବେଳେ ପାକିସ୍ତାନୀ ନାଗରିକ ପ୍ରତିଦିନ ନୂଆ ମିମ୍ସ ଦେଖିଥବେ। କିନ୍ତୁ ନିକଟରେ ପାକିସ୍ତାନରୁ ଏକ ଭିଡିଓ ଆସିଛି ଯାହାକୁ ଦେଖି ସୋସିଆଲ ମିଡିଆରେ ମିମ୍ସର ବନ୍ୟା। ତାହା ହେଲା ପାକିସ୍ତାନରେ ଏବେ ସାଇକେଲ ଆମ୍ବୁଲାନ୍ସ ଆରମ୍ଭ ହୋଇଛି। ଭିଡିଓରେ, ଜଣେ ଅଧିକାରୀ ଏହାକୁ ଉଦଘାଟନ କରିବା ପାଇଁ ‘ସାଇକେଲ ଆମ୍ବୁଲାନ୍ସ’ ଚଲାଉଥିବାର ମଧ୍ୟ ଦେଖାଯାଉଛନ୍ତି।
ପାକିସ୍ତାନର ସବୁଠାରୁ ବଡ ସହର କରାଚୀରେ ‘ସାଇକେଲ ଆମ୍ବୁଲାନ୍ସ’ ଚାଲିବା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ପୁରା ଦେଶକୁ ଏବେ ଅନଲାଇନ୍ ଟ୍ରୋଲିଂର ଟାର୍ଗେଟ କରିଛି। ପେଡେଲରେ ଚାଲୁଥିବା ଏହି ଏମର୍ଜେନ୍ସି ସର୍ଭିସକୁ ଦେଖି ୟୁଜର୍ସ ଏହାକୁ ଉଡନ୍ତା ଆଇସିୟୁ, ଏୟାର ଆମ୍ବୁଲାନ୍ସ ଓ ଡ୍ରୋନ୍ ବେସଡ୍ ହେଲଥ୍ କେୟାର ସହ ତୁଳନା କରି କଟାକ୍ଷ କରିଛନ୍ତି।
କିଭଳି ଚାଲିଥାଏ ଏହି ସାଇକେଲ ଆମ୍ବୁଲାନ୍ସ ?
ପ୍ରତି ସାଇକେଲ ବିଶେଷ ଭାବରେ ପ୍ରସ୍ତୁତ କରାଯାଇଥିବା ମାଉଣ୍ଟେନ ବାଇକ୍ ରହିଛି, ଯେଉଁଥିରେ ଜରୁରୀ ଏମର୍ଜେନ୍ସି ଉପକରଣ ଏଭଳି ରହିଥାଏ, ଯେପରି ଫାଷ୍ଟଏଡ୍ କିଟ୍, ଅକ୍ସିଜେନ୍ ମାସ୍କ ଓ ସିଲିଣ୍ଡର, ନେବୁଲାଇଜର,ବ୍ଲକ ଗ୍ଲୁକୋଜ ଟେଷ୍ଟିଂ ମେସିନ୍ ଏବଂ ଅନ୍ୟ ବେସିକ୍ ଲାଇଫ୍ ସେଭିଂ ସାମଗ୍ରୀ ରହିଥାଏ। କୁହାଯାଉଛି ଏହି ସାଇକେଲ୍ ଗୁଡିକ ଘଟଣାସ୍ଥଳରେ ଖୁବ୍ ଶୀଘ୍ର ପହଁଞ୍ଚିଥାଏ। ତୁରନ୍ତ ପ୍ରାଥମିକ ଉପଚାର କରିଥାଏ ଓ ଷ୍ଟାଣ୍ହାର୍ଡ ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ରୋଗୀକୁ ସ୍ଥିର ଭାବରେ ରଖିଥାଏ।\
Welcome to the future, Pakistani style.
— OsintTV 📺 (@OsintTV) July 20, 2026
The world is building flying ICUs. Karachi's mayor is launching a cycle ambulance.
Only in Pakistan. pic.twitter.com/zcRZ3ygXwT
ମହିଳାର ରହିଛି ଖାସ୍ ଭୂମିକା
କୁହାଯାଉଛି ଯେ, ଏହି ପାଇଲଟ୍ ପ୍ରୋଜେକ୍ଟର ବଡ଼ କଥା ହେଉଛି ଏହାକୁ ଟ୍ରେନିଂ ମହିଳା ସ୍ବେଚ୍ଛାସେବୀ ଚଳାଇଥାନ୍ତି। ଏଥିରେ ନା କେବଳ ଏମର୍ଜେନ୍ସି ସ୍ବାସ୍ଥ୍ୟ ସେବା କରାଯାଏ, ବଂର ଏମର୍ଜେନ୍ସିଂ ରେସପନ୍ସ ସିଷ୍ଟମରେ ମହିଳାଙ୍କ ଭାଗୀଦାରିକୁ ପ୍ରୋତ୍ସାହନ ମିଳିଥାଏ।
ମିମ୍ସ ଓ କମେଣ୍ଟର ବନ୍ୟା
ଭିଡିଓ ଭାଇରାଲ ହେବାହର କିଛି ଘଣ୍ଟା ପରେ ହଜାର ହଜାର ମିମ୍ସ ଓ କମେଣ୍ଟ ଦେଖିବାକୁ ମିଳିଛି। ଜଣେ ୟୁଜର ଲେଖିଛନ୍ତି ଯେତେବେଳ ଦୁନିଆ ଉଡନ୍ତା ଆଇସିୟୁ ତିଆରି କରୁଛି, କରାଚୀ ‘ସାଇକେଲ ଆମ୍ବୁଲାନ୍ସ’ ଆଣୁଛି। ସେଭଳି ଆଉ ଜଣେ ୟୁଜର ମଜାଳିଆ ଭାବରେ ଲେଖିଛନ୍ତି, ପାକିସ୍ତାନ ନିଜର ସାଇକେଲ୍ ଆମ୍ବୁଲାନ୍ସ ଯୋଗେ ପୁରା ଦୁନିଆକୁ ଚକିତ କରିଦେଇଛି। ଆରେ ଏ କିଭଳି ଅଦ୍ଭୁତ ଉଦ୍ଭାବନ ! ଆଉ କିଛି ୟୁଜର ଲେଖିଛନ୍ତି, ଆମ୍ବୁଲାନ୍ସ ପହଁଞ୍ଚିବା ପୂର୍ବରୁ ରୋଗୀର ସତ୍ୟାନାଶ ହୋଇଯିବ। ସୋସିଆଲ ମିଡିଆରେ ପାକିସ୍ତାନର ଏହି ‘ସାଇକେଲ ଆମ୍ବୁଲାନ୍ସ’ କୁ ଜୋରଦାର ଟ୍ରୋଲିଂ କରାଯାଉଛି। ସେଭଳି ଅଳ୍ପ କିଛି ଲୋକ ଏହାକୁ ସମର୍ଥନ ମଧ୍ୟ କହିଛନ୍ତି। ବଡ ସହରର ଛୋଟ ଛୋଟ ଗଳି ରାସ୍ତାରେ କମ୍ ଖର୍ଚ୍ଚରେ ଯିବା ପାଇଁ ଭଲ ମାଧ୍ୟମ ବୋଲି କହିଛନ୍ତି।
ଏହି ସବୁ ଗ୍ରାହକଙ୍କ ପାଇଁ ଖୁବ୍ ଦରକାରୀ ‘ଛୋଟୁ’ ଏଲପିଜି ଗ୍ୟାସ୍ ସିଲିଣ୍ଡର, ଫେରାଇଲେ ମଧ୍ୟ ପାଇବେ ଟଙ୍କାଆହୁରି ପଢନ୍ତୁ :