ଭୁବନେଶ୍ୱର, ୦୮/୦୩: ବିକଶିତ ହେବ ପୁରୀ ରେଳ ଷ୍ଟେସନ । ପ୍ଲାଟଫର୍ମ ନମ୍ବର ୭ ଏବଂ ୮ ରେ ବିକାଶମୂଳକ କାର୍ଯ୍ୟ ସମେତ ଷ୍ଟେସନ ୟାର୍ଡରେ ବାଲାଷ୍ଟଲେସ୍ ଟ୍ରାକ୍ ନିର୍ମାଣ କରାଯିବ । ଯାତ୍ରୀ ସୁବିଧା ଏବଂ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ପାଇଁ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନତୀକରଣ କାର୍ଯ୍ୟ ଘୋଷଣା କରିଛି ପୂର୍ବତଟ ରେଲୱେ । ଏଣୁ ଏହି ଅତ୍ୟାବଶ୍ୟକ କାର୍ଯ୍ୟଗୁଡ଼ିକୁ ସହଜ କରିବା ପାଇଁ ଆସନ୍ତା ୧୧ ମାର୍ଚ୍ଚରୁ ୧୬ ମେ’ ପର୍ଯ୍ୟନ୍ତ ଅନେକ ଟ୍ରେନ ସେବା ଅସ୍ଥାୟୀ ଭାବରେ ଚଳାଚଳରେ ପରିବର୍ତ୍ତନ କରାଯାଇଛି । ଏହି ଅବଧିରେ ଯାତ୍ରୀଙ୍କ ସୁବିଧା ପାଇଁ ସଂକ୍ଷିପ୍ତ ଅବଧି ତଥା ସଂକ୍ଷିପ୍ତ ଉତ୍ପତ୍ତି ଷ୍ଟେସନ ଏବଂ ପୁରୀ ମଧ୍ୟରେ ବସ୍ ସେବା ବ୍ୟବସ୍ଥା ମଧ୍ୟ କରାଯିବ ।

ସୂଚନାଯୋଗ୍ୟ, ଉକ୍ତ ଅବଧି ମଧ୍ୟରେ ନିର୍ଦ୍ଦିଷ୍ଟ ତାରିଖଗୁଡ଼ିକରେ ସାକ୍ଷୀଗୋପାଳ ଷ୍ଟେସନରେ ଲୋକମାନ୍ୟ ତିଲକ ଟର୍ମିନସ-ପୁରୀ ଏକ୍ସପ୍ରେସ, ଗାନ୍ଧିଧାମ-ପୁରୀ ଏକ୍ସପ୍ରେସ, କାମାକ୍ଷା- ପୁରୀ ଏକ୍ସପ୍ରେସ, ତିରୁପତି- ପୁରୀ ଏକ୍ସପ୍ରେସ, ସିଆଲଦା- ପୁରୀ ଦୁରନ୍ତ ଏକ୍ସପ୍ରେସ, ଭାଲସାଡ-ପୁରୀ ଏକ୍ସପ୍ରେସ, ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ସଂକ୍ଷିପ୍ତ ଅବଧି ପ୍ରଦାନ କରିବ । ସେହିପରି ନିର୍ଦ୍ଦିଷ୍ଟ ତାରିଖଗୁଡ଼ିକରେ ପୁରୀ-ଲୋକମାନ୍ୟ ତିଲକ ଟର୍ମିନସ୍ ଏକ୍ସପ୍ରେସ, ପୁରୀ-ଗାନ୍ଧିଧାମ ଏକ୍ସପ୍ରେସ, ପୁରୀ-କାମାକ୍ଷା ଏକ୍ସପ୍ରେସ, ପୁରୀ– ତିରୁପତି ଏକ୍ସପ୍ରେସ, ପୁରୀ– ସିଆଲଦା ଦୂରନ୍ତ ଏକ୍ସପ୍ରେସ, ପୁରୀ– ଭଲସାଡ ଏକ୍ସପ୍ରେସ ଏବଂ ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ କେତେକ ଟ୍ରେନ୍ ସଂକ୍ଷିପ୍ତ-ଉତ୍ପତ୍ତି କରିବ। ଏଥିସହ ବୀରପୁରୁଷୋତ୍ତମପୁର ଷ୍ଟେସନରେ ଇନ୍ଦୋର-ପୁରୀ ଏକ୍ସପ୍ରେସ, ଶ୍ରୀ ଗଙ୍ଗାନଗର-ପୁରୀ ଏକ୍ସପ୍ରେସ, କାମାକ୍ଷା– ପୁରୀ ଏକ୍ସପ୍ରେସ ଏବଂ ଜଳେଶ୍ୱର-ପୁରୀ ମେମୁ ସଂକ୍ଷିପ୍ତ ଅବଧି ପ୍ରଦାନ କରିବ ।

ସେହିପରି ପୁରୀ-ଇନ୍ଦୋର ଏକ୍ସପ୍ରେସ, ପୁରୀଶ୍ରୀ ଗଙ୍ଗାନଗର ଏକ୍ସପ୍ରେସ୍, ପୁରୀ-କାମାକ୍ଷା ଏକ୍ସପ୍ରେସ, ପୁରୀ-ଜଳେଶ୍ୱର ମେମୁ ନିର୍ଦ୍ଦିଷ୍ଟ ତାରିଖଗୁଡ଼ିକରେ ଏହି ଷ୍ଟେସନରୁ ସଂକ୍ଷିପ୍ତ-ଉତ୍ପତ୍ତି କରିବ । ଏହାବ୍ୟତୀତ ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ରାଉରକେଲା-ପୁରୀ ଏକ୍ସପ୍ରେସ, ତାଳଚେର- ପୁରୀ ମେମୁ ସଂକ୍ଷିପ୍ତ ଅବଧି ହେବ । ପୁରୀ-ରାଉରକେଲା ଏକ୍ସପ୍ରେସ ଏବଂ ପୁରୀ-ତାଳଚେର ମେମୁ ଏହି ଷ୍ଟେସନରୁ ସଂକ୍ଷିପ୍ତ ଉତ୍ପତ୍ତି କରିବ । ମାଳତୀପାଟପୁର ଷ୍ଟେସନରେ ହାଓଡ଼ା- ପୁରୀ ଏକ୍ସପ୍ରେସ ସଂକ୍ଷିପ୍ତ ଅବଧି ଏବଂ ପୁରୀ-ହାଓଡ଼ା ଏକ୍ସପ୍ରେସ୍ ସଂକ୍ଷିପ୍ତ ଉତ୍ପତ୍ତି ପ୍ରଦାନ କରିବ । ଯାତ୍ରୀମାନେ ଯାତ୍ରା ଆରମ୍ଭ ପୂର୍ବରୁ ଟ୍ରେନ୍ଗୁଡ଼ିକର ସଦ୍ୟତମ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ : ମହିଳା କର୍ମଚାରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା, ଓଏମସି ପକ୍ଷରୁ ସର୍ଭାଇକାଲ କ୍ୟାନସର ସଚେତନତା ଓ ଟିକାକରଣ