ନୂଆଦିଲ୍ଲୀ : ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିା ମୋନାଲିସା ମୁସଲିମ କଳାକାର ଫରମାନଙ୍କୁ ବିବାହ କରିବା ଦିନରୁ ବେଶ ଚର୍ଚ୍ଚାରେ ରହିଛନ୍ତି । ପରିବାର ଲୋକ ଏବଂ ତାଙ୍କୁ ଫିଲ୍ମରେ ପ୍ରଥମେ ସୁଯୋଗ ଦେଇଥିବା ସନୋଜ ମିଶ୍ରା ଲଗାତାର ମୋନାଲିସାଙ୍କୁ ସମାଲୋଚନା କରିଆସୁଛନ୍ତି । ତେବେ ପରିବାର ଲୋକ ଏବଂ ସନୋଜ ମିଶ୍ରାଙ୍କୁ ନେଇ ସାଙ୍ଘାତିକ ଅଭିଯୋଗ କରିଛନ୍ତି ମୋନାଲିସା । ପରିବାର ଲୋକେ କେବଳ ଟଙ୍କାରେ ଲୋଭ କରନ୍ତି ଏବଂ ସନୋଜ ମିଶ୍ରା ମୋତେ ଦଶଥର ଖରାପ ଭାବେ ସ୍ପର୍ଷ କରିଛନ୍ତି ।

​​​​​​​

ମୋନାଲିସା ଦେଇଥିବା ଏକ ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କହିଛନ୍ତି କି, ପରିବାର ଲୋକ କେବଳ ଦେଖାଇ ହେଉଛନ୍ତି । ମରିଯିବୁ, ଏମିତି କରିବୁ ସେମିତି କରିବୁ । ମିଛରେ ନାଟକ କରୁଛନ୍ତି । ତାଙ୍କର ଛୁଆ ପାଖରେ କୌଣସି କାମ ନାହିଁ କେବଳ ଙ୍କାରେ ମତଲବ ରହିଛି ବୋଲି କହିଛନ୍ତି । ଏହାସହ କହିଛନ୍ତି କି, ମୋ ମାଆ କୁଆଡେ ଗଲେ । ମୁଁ ପିଲା ଦିନରୁ ମାଆ ପ୍ରେମ ପାଇନାହିଁ। ଆଜି ଯଦି ମୋ ମାଆ ମୋ ସହ ଥାଆନ୍ତେ ତାହେଲେ ମୁଁ କରିଥାନ୍ତି । ପିଲାବେଳେ ଯେତେବେଳେ ଅନ୍ୟ ପିଲାମାନେ ତାଙ୍କ ମାଆ ସହ ବୁଲୁଥିଲେ ମୋତେ କାନ୍ଦ ଲାଗେ । ମୁଁ ମୋର ତିନି ଭାଇ ଭଉଣୀ ପାଳିଛି । ମୁଁ ଜାଣିଛି କଷ୍ଟ କଣ ? ଏହାସହ ସେ କହଛନ୍ତି କି, ମୋ ବାପା ଅନ୍ୟ ମହିଳାଙ୍କ ସହ ଖରାପ ସମ୍ପର୍କ ରଖନ୍ତି । ମୋର ଯେଉଁ ମାଆ ଅଛନ୍ତି ସେ ମଦ ପିଅନ୍ତି ।

ସେପଟେ ପ୍ରଥମଥର ସୁଯୋଗ ଦେଇଥିବା ଡାଇରେକ୍ଟର ସନୋଜ ମିଶ୍ରାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି । ସେ ମୋତେ ଅନେକଥର ଖରାପ ଭାବେ ଛୁଇଁଛନ୍ତି । ବ୍ୟାଡ ଟପ୍ ସମ୍ପରେ ପରିବାର ଲୋକଙ୍କୁ ଜଣାଇଥିଲି । କେହି କିଛି ଶୁଣିନଥିଲେ । ଏହାସହ ସନୋଜ ଏଭଳି ମୋତେ ଛୁଇଁଥିବାକୁ ବିରୋଧ କରିଥିବାବେଳେ ସେ କେବଳ ଗୋଟିଏ କଥା କହୁଥିଲେ ଏହା ତୁମର ପ୍ରଥମ ଫିଲ୍ମ । ପ୍ରଥମ ଫିଲ୍ମ କଣ ସେ ମୋତେ ଦୁଷ୍କର୍ମ କରିବେ ନାଁ କଣ ?