ନୂଆଦିଲ୍ଲୀ, ୧୨/୩ : ମହାକୁମ୍ଭମେଳାରେ ଭାଇରାଲ ହୋଇଥିବା ମୋନାଲିସା ମୁସଲିମ ଯୁବକ ଫରମାନଙ୍କୁ ବିବାହ କରିବା ପରେ ଲାଗି ରହିଛି ଚର୍ଚ୍ଚା । ପରିବାର ଲୋକଙ୍କ ଅଭିଯୋଗ କରେ ତାଙ୍କୁ ପ୍ରଥମେ ସୁଯୋଗ ଦେଇଥିବା ଡାଇରେକ୍ଟର ସନୋଜ ମିଶ୍ରା ଏହା ବିବାହ ନୁହେଁ ଲଭ୍ ଜିହାଦ ବୋଲି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିଯୋଗ ଆଣିଥିଲେ । ପୁଲିସ ସୁରକ୍ଷାରେ ରହିଥିବା ମୋନାଲିସା ଏବଂ ଫରମାନ ଏକ ପ୍ରେମସମିଟ୍ କରିଛନ୍ତି । ଯେଉଁଥିରେ ସେମାନେ ସବୁ ସତ ବଖାଣିଛନ୍ତି ।

ଫରମାନ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି, ମୋତେ ବିବାହ କରିବା ପାଇଁ ମୋନାଲିସା କହିଥିଲେ । ସେ କହିଥିଲେ କି, ମୋତେ ବିବାହ ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ ମୋନାଲିସା । ମୋନାଲିସା କହିଥିଲେ କି, ମୋ ପରିବାର ମୋ ବାହାଘର ଠିକ୍ କରି ଦେଇଛନ୍ତି । ୨ରୁ୩ ଦିନ ମଧ୍ୟ ବାହାଘର କରିଦେବେ । ଆମ ଘରେ ଏବେ ଅତିଥୀମାନେ ପଳେଇ ଆସିଲେଣି । କିନ୍ତୁ ବାହା ହେବାକୁ ମନା କରିଥିଲି । କିନ୍ତୁ ସେ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଥିଲେ । ଯେଉଁ କାରଣରୁ ବାଧ୍ୟହୋଇ ବାହାଘର ହୋଇଛି । ଏବେ ସେ କେରଳ ସୁଟିଂ ପାଇଁ ଆସିଛନ୍ତି । ଆହୁରି କିଛିଦିନ ସେ ଏଠାରେ ରହିବେ ।

ଫରମାନ କହିଛନ୍ତି କି, ମୋ ପାଇଁ ସବୁ ଧର୍ମ ସମାନ । ବଲିଉଡର ଅନେକ ହିନ୍ଦୁ ଅଭିନେତ୍ରୀ ମୁସଲିମ କଳାକାରଙ୍କୁ ବିବାହ କରିଛନ୍ତି । ଏହାସହ ମୁସଲିସ ଅଭିନେତା ମଧ୍ୟ ହିନ୍ଦୁ ମହିଳାଙ୍କୁ ବିବାହ କରିଛନ୍ତି । ମୁଁ ମନ୍ଦିର ମଧ୍ୟ ଯାଏ । ଯେଉଁମାନେ ଏହାକୁ ଲଭ୍ ଜିହାଦ ବୋଲି ଆକ୍ଷେପ କରୁଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ ଭୁଲ୍ । ସେମିତି କିଛି ବି ନାହିଁ । ମୋନାଲିସା ତାଙ୍କ ଧର୍ମରେ ରହିବେ । ମୋର କୌଣସି ଅସୁବିଧା ନାହିଁ । ଯେଉଁମାନେ କହୁଛନ୍ତି ମୋନାଲିସା ପଳାଇ ଆସିଛନ୍ତି ବୋଲି ଏହା ଭୁଲ୍ । କାରଣ ସେ ତାଙ୍କ ବାପାଙ୍କ ସହ କେରଳ ଆସିଥିଲେ । ଏଠାରେ ସୁଟିଂ କରୁଛନ୍ତି । ଏଠାରେ ବହୁତ ଭଲ ଲାଗୁଛି ଏବଂ ଲୋକମାନେ ବହୁତ ଭଲ । ଆମେ ଏଠାରେ ରହିବା ପାଇଁ ଯୋଜନା କରୁଛୁ ।

ଯେଉଁମାନେ ଆମ ବିବାହ ଉତ୍ସବରେ ଯୋଗ ଦେଇ ଆମକୁ ଆଶୀର୍ବାଦ କରିଛନ୍ତି ସେମାନଙ୍କୁ ଧନ୍ୟବାଦ । ଆମ ପରିବାର କିଛିଦିନ ମଧ୍ୟରେ ସବୁ ବୁଝିଯିବେ । ସେମାନେ ମଧ୍ୟ ଆମକୁ ଆପଣାଇ ନେବେ ବୋଲି କହିଛନ୍ତି ।

 

ଏହାସହ ପଢ଼ନ୍ତୁ : କାହିଁକି ଏ ଚର୍ଚ୍ଚା, ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କ ପତ୍ନୀମାନେ ବାଛିଥିଲେ କି ଟି-୨୦ ବିଶ୍ବକପ ଟିମ୍ ?