ନୂଆଦିଲ୍ଲୀ, ୧୨/୩ : ପାକିସ୍ତାନ କ୍ରିକେଟ ଟିମରେ କିଛି ବି ହୋଇପାରେ । ଯାହାର ଅନେକ ଗୁଡ଼ିଏ ଉଦାହରଣ ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଛି । ତେବେ ଏମିତି କେବେ ହୋଇଥିବ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ପାକିସ୍ତାନୀ କ୍ରିକେଟର ଅହମ୍ମଦ ଶେହେବାଜ ଦେଇଥିବା ଏକ ପ୍ରତିକ୍ରିୟା ଚର୍ଚ୍ଚାକୁ ଦ୍ବିଗୁଣିତ କରି ଦେଇଛି । ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ଟି-୨୦ ବିଶ୍ବକପ ୨୦୨୬ ପାଇଁ ଦଳ ଚୟନ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ନିଜର ଦେଶର ଫ୍ୟାନ୍ସମାନେ ମଧ୍ୟ ବିଭିନ୍ନ ଖରାପ କମେଣ୍ଟମାନ କରୁଥିବା ଦେଖିବାକୁ ମିଳିଛି ।
ପାକିସ୍ତାନୀ ଆଙ୍କରଙ୍କ ଏକ ଶୋ’ରେ ଯୋଗଦେଇ ଅହମ୍ମଦନ ଶେହେଜାଦ କହିଛନ୍ତି କି, ଏକଦା ଏମିତି ଏକ ସମୟ ଥିଲା ଯେତେବେଳେ ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ପତ୍ନୀମାନେ ଟିମ ବାଛୁଥିଲେ । ସେମାନେ କୁହନ୍ତି କି, ଏ ପୁଅ ଭଲ ସେ ଭଲ କଥା କହୁଛି । ସେ ଭଲ ଖେଳୁଛି ତାଙ୍କ ଟିମରେ ଚୟନ କରାଯାଉ । ସେମାନଙ୍କ କଥାରେ ମଧ୍ୟ ଟିମ୍ ଚୟନ କରାଯାଉଥିବା କହିଛନ୍ତି । ଆମେ ପାକିସ୍ତାନୀ ଟିମରେ ଏଭଳି ଜିନିଷକୁ ସାମ୍ନା କରିଛୁ ବୋଲି ମଧ୍ୟ ନିଜର ପ୍ରତିକ୍ରିୟାରେ କହିଛନ୍ତି । ଯାହାର ଭିଡିଓ ଭାଇରାଲ ହେବା ପରେ ୟୁଜର୍ସମାନେ ପାକିସ୍ତାନର ଟିମ୍ ସୁପର-୮ରେ ପ୍ରଦର୍ଶନକୁ ନେଇ ସମାଲୋଚନା କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।
ଟି-୨୦ ବିଶ୍ବକପରେ ସେମିରେ ପହଞ୍ଚି ପାରିନଥିବା ପାକିସ୍ତାନ ଟିମ ଏବେ ଖରାପ ଫର୍ମରେ ରହିଛି । ବୁଧବାର ବାଂଲାଦେଶ ବିପକ୍ଷ ମ୍ୟାଚରେ ୧୧୪ ରନରେ ଅଲଆଉଟ୍ ହୋଇଥିଲା । ବାଂଲାଦେଶ ୮ ଓ୍ବିକେଟ ବିନିମୟରେ ପ୍ରଥମ ଦିନିକିଆ ଜିତିବା ପରେ ଏବେ ଟାର୍ଗେଟ ଅଛି ପଡ଼ୋଶୀ ଦେଶ । ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ଦଳର ଏଭଳି ପ୍ରଦର୍ଶନକୁ ନେଇ ସମାଲୋଚନା କରୁଛନ୍ତି । ସେପଟେ ପୂର୍ବତନ ପାକିସ୍ତାନୀ କ୍ରିକେଟର ମହମ୍ମଦ ଆମୀର ଏକ ଟିଭି ଶୋ’ରେ ପାକିସ୍ତାନ ଟିମକୁ ନେଇ ଏକ ବଡ଼ ବିବୃତି ରଖିଛନ୍ତି । ଭବିଷ୍ୟତରେ ପାକିସ୍ତାନ ଦଳର ଅବସ୍ଥା କଣ ହେବ ଏସମ୍ପର୍କରେ କହି ଚର୍ଚ୍ଚାରେ ଅଛନ୍ତି ଆମୀର । ଏହାସହ ସେ କହିଛନ୍ତି କି, ଯଦି ପାକିସ୍ତାନ ଏହି ଦିନିକିଆ ସିରିଜ ହାରେ ତାହେଲେ ଅବସ୍ଥା ସଙ୍କଟାପର୍ଣ୍ଣ ହେବ ।
ଏହାସହ ପଢ଼ନ୍ତୁ : ଏହି କାରଣରୁ ଚପଲ ନପିନ୍ଧି ୧୪ କିଲୋମିଟର ଚାଲିଲେ ଟିମ୍ ଇଣ୍ଡିଆର ଦୁଇ କ୍ରିକେଟର