ନୂଆଦିଲ୍ଲୀ ୧୭/୦୫: ‘ମନି ହାଇଷ୍ଟ’ ସିରିଜ୍ କେବେଠାରୁ ସରି ଯାଇଥିଲେ ବି ଦର୍ଶକମାନଙ୍କ ଉନ୍ମାଦନା ଯେ ଏବେଯାଏ କମିନି, ସେକଥା ପୁଣିଥରେ ସ୍ପଷ୍ଟ କରିଛି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ । ଲୋକପ୍ରିୟ ସ୍ପାନିଶ୍ ସିରିଜ୍ର ଦୁନିଆ ଆହୁରି ବଡ଼ ହେବାକୁ ଯାଉଛି ବୋଲି ଆନୁଷ୍ଠାନିକ ଘୋଷଣା କରିଛି ନେଟଫ୍ଲିକ୍ସ । ନୂଆ ଟିଜର୍ ପ୍ରକାଶ କରି ନେଟଫ୍ଲିକ୍ସ ଜଣାଇଛି, ‘ଲା କାସା ଦେ ପାପେଲ୍’ର କାହାଣୀ ଏବେ ବି ଶେଷ ହୋଇନି । ଲାଲ୍-କଳା ଥିମ୍ରେ ପ୍ରସ୍ତୁତ ସେହି ଟିଜର୍ରେ ସ୍ପଷ୍ଟ ବାର୍ତ୍ତା- ‘ବେଲା ଚାଓ’ ଏବେ ବି ଥମିଯାଇନି ବରଂ ଆହୁରି ଜୋରରେ ବାଜୁଛି । ଅର୍ଥାତ୍ ‘ମନି ହାଇଷ୍ଟ’ର ଦୁନିଆରୁ ଆହୁରି ନୂଆ କାହାଣୀ, ନୂଆ ଚରିତ୍ର ଏବଂ ନୂଆ ଅଧ୍ୟାୟ ଆସିବା ପ୍ରାୟ ନିଶ୍ଚିତ ।
El sueño continúa. El universo de 'La casa de papel' se expande. pic.twitter.com/SM0csDXVJi
— Netflix España (@NetflixES) May 12, 2026
‘ମନି ହାଇଷ୍ଟ’ର ଅନ୍ୟତମ ଲୋକପ୍ରିୟ ଚରିତ୍ର ବର୍ଲିନକୁ କେନ୍ଦ୍ର କରି ତିଆରି ସ୍ଫିନ୍ଅଫ୍ ସିରିଜ ‘ବର୍ଲିନ ଆଣ୍ଡ ଦ ଲେଡି ୱିଥ୍ ଆନ୍ ଏରମାଇନ୍’ ଆସନ୍ତା ମେ ୨୫ରେ ମୁକ୍ତି ପାଇବ । ଯଦିଓ ନୂଆ ପ୍ରକଳ୍ପ ନେଇ ନିର୍ମାତାମାନେ ଏବେ ବି ବିସ୍ତାରିତ କିଛି ଜଣାଇ ନାହାନ୍ତି, ତେବେ ଅନୁମାନ ଆରମ୍ଭ ହୋଇଯାଇଛି । ୨୦୧୭ ମସିହାରେ ପ୍ରଥମେ ସଂପ୍ରଚାରିତ ହେବା ପରଠାରୁ ‘ମନି ହାଇଷ୍ଟ’ ବିଶ୍ୱବ୍ୟାପୀ ବିପୁଳ ଲୋକପ୍ରିୟତା ହାସଲ କରିବା ସହିତ ଏହା ବିଶ୍ୱର ଅନ୍ୟତମ ଲୋକପ୍ରିୟ ୱେବ ସିରିଜ୍ ହୋଇ ପାରିଥିଲା । ଏହି ସିରିଜ୍ର ଅଧ୍ୟାପକ, ଟୋକିଓ, ବର୍ଲିନ, ନାଇରୋବି ସମେତ ଏକାଧିକ ଚରିତ୍ରଙ୍କୁ ଦର୍ଶକମାନେ ଏବେ ବି ମନେ ରଖିଛନ୍ତି ।
ଆହୁରି ପଢ଼ନ୍ତୁ...ଶେଫାଳୀ ଶାହ ଯୁବତୀଙ୍କୁ ଦେଲେ ପରାମର୍ଶ , ବିବାହ ଓ ପିଲା ଜନ୍ମ କରିବାକୁ ନେଇ କହିଲେ ...