ରାଜଧାନୀରେ ଗଡ଼ିବ ଆଉ ୧୫ ଇ-ବସ୍, ୫୦କୁ ଛୁଇଁବ ସଂଖ୍ୟା

ଭୁବନେଶ୍ୱର,୧୯/୦୩: ସହରରେ ଗଡ଼ିବ ଆଉ ୧୫ ଇ-ବସ୍ । ଏନେଇ କ୍ରୁଟ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି । ମାସ ଶେଷ ସୁଦ୍ଧା ବସ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ୩୫ଟି ଇ-ବସ୍ ଚାଲୁଥିବା ବେଳେ ଏହି ସଂଖ୍ୟା ୫୦ ଛୁଇଁବ ।
ପ୍ରଦୂଷଣମୁକ୍ତ ରାଜଧାନୀ ପାଇଁ ଅଣ୍ଟା ଭିଡ଼ିଛି କ୍ରୁଟ । ସହରରେ ଅଧିକ ସଂଖ୍ୟକ ଇ-ବସ୍ ଚଳପ୍ରଚଳ ଉପରେ ଧ୍ୟାନ ଦିଆଯାଉଛି । ଆଗକୁ ରାଉରକେଲାରେ ମଧ୍ୟ ଇ-ବସ୍ ଚଳାଇବା ଉପରେ ଯୋଜନା କରାଯାଉଛି । ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ୫୦ ପ୍ରତିଶତ ଟିକସ ଫ୍ରି କରାଯାଇଛି ।