ନୂଆଦିଲ୍ଲୀ,୧୭/୦୨; ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ବ୍ୟାକ୍ ଟୁ ବ୍ୟାକ୍ ୩ଟି ମ୍ୟାଚ ଜିତି ସୁପର-୮ରେ ପ୍ରବେଶ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ଷ୍ଟାର ଓପନର ଅଭିଷେକ ଶର୍ମା ଖାତା ଖୋଲି ପାରିନାହାନ୍ତି । ୩ ମ୍ୟାଚରୁ ୨ଟି ଖେଳିଛନ୍ତି ଅଭିଷେକ । ହେଲେ ତାଙ୍କ ବ୍ୟାଟ ଶାନ୍ତ ଅଛି । ଦୁଇଟି ଯାକ ମ୍ୟାଚରେ ଶୂନ୍ୟରେ ଆଉଟ୍ ହୋଇଛନ୍ତି ଅଭିଷେକ । ଖାଲି ସେତିକି ନୁହେଁ ଗୋଟିଏ କ୍ୟାଲେଣ୍ଡ ଇୟରରେ ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟରେ ସର୍ବାଧିକ ଥର ଶୂନ୍ୟରେ ଆଉଟ ହୋଇଥିବା ଭାରତର ଦ୍ବିତୀୟ ବ୍ୟାଟର ହୋଇଛନ୍ତି । ପ୍ରଥମ ମ୍ୟାଚରେ ଆମେରିକା ଓ ଦ୍ୱିତୀୟରେ ପାକିସ୍ତାନ ବିପକ୍ଷରେ ନିରାଶ କରିଥିଲେ ଅଭିଷେକ । ପେଟ ସମସ୍ୟା ପାଇଁ ନାମ୍ବିବିୟା ବିପକ୍ଷରେ ଖେଳିନଥିଲେ ଅଭିଷେକ ।

​​​​​​​ଅଭିଷେକ ଶର୍ମା ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ ଟି ୨୦  ସିରିଜରେ ଦ୍ୱିତୀୟ ଏବଂ ଚତୁର୍ଥ ମ୍ୟାଚରେ ଖାତା ଖୋଲି ନଥିଲେ । ମୋଟରେ ଦେଖିବାକୁ ୨୦୨୬ରେ ୭ ମ୍ୟାଚରୁ ୪ଟି ମ୍ୟାଚରେ ଶୂନ୍ୟରେ ଆଉଟ୍ ହୋଇଛନ୍ତି ଅଭିଷେକ । ସଞ୍ଜୁ ସାମସନ ୨୦୨୫ରେ ୫ ଇନିଂସରେ ଖାତା ଖୋଲି ପାରିନଥିଲେ । ଅଭିଷେକ ୪ ପାଳିରେ ବିନାର ରନରେ ପାଭିଲିୟନ ଫେରିଥିଲେ । ଲିଷ୍ଟର ତୃତୀୟ ସ୍ଥାନରେ ୟୁସୁଫ ପଠାନ, ରୋହିତ ଶର୍ମା, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ନାମ ରହିଛି । ୨୦୦୯ରେ ୟୁସୁଫ ପଠାଣ, ୨୦୨୨ ଏବଂ ୨୦୧୮ରେ ରୋହିତ, ୨୦୨୪ରେ ବିରାଟ ଏବଂ ୨୦୨୫ରେ ସୂର୍ଯ୍ୟକୁମାର ୩-୩ ଥର କ୍ୟାଲେଣ୍ଡ ଇୟରରେ ଶୂନ୍ୟରେ ଆଉଟ ହୋଇଛନ୍ତି ।

ଅଭିଷେକଙ୍କ କ୍ରମାଗତ 'ଶୂନ୍ୟ'- ପେଟଜନିତ ସମସ୍ୟାରୁ ଆରୋଗ୍ୟ ହୋଇ ପାକିସ୍ତାନ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିଥିଲେ ଅଭିଷେକ ଶର୍ମା । କିନ୍ତୁ ନିରାଶ କରିଥିଲେ । ସେ ପ୍ରତିପକ୍ଷ ଅଧିନାୟକ ସଲମାନ ଆଘାଙ୍କ ୪ଟି ବଲ ଖେଳି ଥିଲେ । ହେଲେ ଖାତା ଖୋଲି ପାରିନପାରି ଆଉଟ ହୋଇଥିଲେ । ଏହା ପୂର୍ବରୁ ସେ ବିଶ୍ୱକପରେ ପ୍ରଥମ ମ୍ୟାଚରେ ଆମେରିକା ବିପକ୍ଷରେ ମଧ୍ୟ ପ୍ରଥମ ବଲରେ ଆଉଟ ହୋଇଥିଲେ । ଟି-୨୦ ବିଶ୍ୱକପରେ କ୍ରମାଗତ ୨ଟି ମ୍ୟାଚରେ ଶୂନ୍ୟରେ ଆଉଟ୍ ହେବାରେ ଅଭିଷେକ ବିଶ୍ୱର ୩ୟ ଖେଳାଳି ହୋଇଛନ୍ତି । ବାଂଲାଦେଶର ଇମ୍ରୁଲକାଏସ ଓ ଆଶି ନେହେରାଙ୍କ କ୍ଲବରେ ସାମିଲ ହୋଇଛନ୍ତି ।

ଏହା ବି ପଢନ୍ତୁ...ରଣଜୀ ଟ୍ରଫି ସେମି ଫାଇନାଲ; ମହମ୍ମଦ ସାମିଙ୍କୁ ୫ ସଫଳତା, ଜମ୍ମୁ ୨୨୨/୭