ନୂଆଦିଲ୍ଲୀ,୧୭/୦୨; ଚଳିତ ରଣଜୀଟ୍ରଫିରେ ସେମିରେ ବେଙ୍ଗଲରେ ମହମ୍ମଦ ସାମି ଝଡ଼ ଦେଖିବାକୁ ମିଳିଛି । ଜମ୍ମୁ କାଶ୍ମୀରର ବିପକ୍ଷରେ ସାମିଙ୍କୁ ୫ ସଫଳତା ମିଳିଛି । ଜମ୍ମୁ-କାଶ୍ମୀର ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଛି । ପ୍ରଥମ ଦିନ ସାମି ଦୁଇ ଓପନରଙ୍କୁ ପାଭିଲିୟନ ପଠାଇଥିବା ବେଳେ ଦ୍ୱିତୀୟ ଦିନ ୩ ସଫଳତା ହାସଲ କରିଛନ୍ତି ।
ଏହା ବି ପଢନ୍ତୁ...ପାକିସ୍ତାନ କ’ଣ ସତରେ ଭାରତର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ? କି ଯୋଗ୍ୟତା ଅଛି
ବେଙ୍ଗଲ ବନାମ ଜମ୍ମୁକାଶ୍ମୀର- ବେଙ୍ଗଲ ଅସମାପ୍ତ ପ୍ରଥମ ଇନିଂସ୍ ୫/୨୪୯ରୁ ବ୍ୟାଟିଂ ଆରମ୍ଭ କରି ୩୨୮ରନ୍ରେ ସୀମିତ ରହିଥିଲା । ସୁଦୀପ କୁମାର ଘରାମି ୧୪୬ ଓ ସୁମନ୍ତ ଗୁପ୍ତା ୩୯ ରନ୍ କରିଥିଲେ । ଜମ୍ମୁକାଶ୍ମୀର ପେସ୍ ବୋଲର ଆକିବ ନବି ୫ଟି ଓ ସୁନିଲ କୁମାର ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଜମ୍ମୁ-କାଶ୍ମୀର ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଥିଲା । ୧୩ରନ୍ ମଧ୍ୟରେ ଦଳ ୩ଟି ୱିକେଟ୍ ହରାଇଥିଲା । ବେଙ୍ଗଲ ପେସ୍ ବୋଲର ମହମ୍ମଦ ସାମି ଦୁଇ ଓପନର ଶୁଭମ ଖଜୁରିଆ (୩) ଓ ୟାୱିର ହାସାନଙ୍କୁ (୨) ଆଉଟ୍ କରିଥିବାବେଳେ ମୁକେଶ କୁମାର ଅଭିଜ୍ଞ ଶୁଭମ ପୁଣ୍ଡିରଙ୍କୁ (୮) ପାଭିଲିୟନ ପଠାଇଥିଲେ । ମଧ୍ୟଭାଗରେ ପାରସ ଡୋଗ୍ରା ଓ ଅବଦୁଲ ସମଦ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ସ୍ଥିତି ସୁଧାରିଥିଲେ । ଦଳୀୟ ସ୍କୋର ୧୫୬ରେ ବ୍ୟକ୍ତିଗତ ୮୨ରନ୍ କରି ଆଉଟ୍ ହୋଇଥିଲେ ସମଦ । ପରେ ପରେ ଡୋଗ୍ରା ମଧ୍ୟ ୫୮ରନ୍ କରି ବିଦାୟ ନେଇଥିଲେ । କହ୍ନେୟା (୧୦) ଓ ଅବିଦ ମୁସ୍ତାକ (୨୬) ଷ୍ଟମ୍ପ ପର୍ଯ୍ୟନ୍ତ ଅପରାଜିତ ରହି ସ୍କୋର ୫/୧୯୮ରେ ପହଞ୍ଚାଇ ଥିଲେ । ବେଙ୍ଗଲର ମହମ୍ମଦ ସାମିଙ୍କ ୫ ସଫଳତା ପରେ ବର୍ତ୍ତମାନ ଜମ୍ମୁକାଶ୍ମୀର ସ୍କୋର ୨୨୨ ରନ୍ରେ ପହଞ୍ଚିଛି । ୭ ୱିକେଟ ହରାଇ ସାରିଛି ଦଳ ।
FIVE WICKET HAUL BY MOHAMMED SHAMI IN THE RANJI SEMIS. pic.twitter.com/WAvAUbk5ig
— Mufaddal Vohra (@mufaddal_vohra) February 17, 2026