କଟକ,୩୦/୧୧: ଜନ୍ମକଲା ଶିଶୁ ସନ୍ତାନକୁ ବିକ୍ରି କରିଦେଲେ ବାପା ମା’। ଏକ ଲକ୍ଷ୍ୟ ୨୦ ହଜାର ଟଙ୍କାରେ ବାପା ମା’ ବିକ୍ରି କରିଥିବା ନେଇ ଥାନାରେ ଅଭିଯୋଗ କରିଛି ଚାଇଲଡଲାଇନ। ଏପରି ଅଭାବନୀୟ ଘଟଣା ଘଟିଛି କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳରେ।
ସୂଚନା ଅନୁସରେ, ଗତ ୨୫ ତାରିଖରେ ଏହି ଶିଶୁଟି ନିଶ୍ଚିନ୍ତକୋଇଲି ମେଡିକାଲରେ ଜନ୍ମ ହୋଇଥିଲା। ହେଲେ ୨୭ ତାରିଖରେ ସ୍ଥାନୀୟ ଅଞ୍ଚଳର ଏକ ଦମ୍ପତ୍ତିଙ୍କୁ ଶିଶୁର ବାପା ମା’ ବିକ୍ରି କରିଥିବା ନେଇ ଚାଇଲଡଲାଇନ ପକ୍ଷରୁ ଏତଲାରେ ଉଲ୍ଲେଖ କରାଯାଇଛି। ତେବେ ବର୍ତ୍ତମାନ ଯାଏ ଶିଶୁକୁ ଉଦ୍ଧାର କରାଯାଇନାହିଁ। ଶିଶୁକୁ ଉଦ୍ଧାର କରିବା ପାଇଁ ଚାଇଲଡଲାଇନ କର୍ମକର୍ତ୍ତା ଓ ନିଶ୍ଚିକୋଇଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସହିତ ପୁଲିସ ମିଲିତ ଉଦ୍ୟମ ଚଳାଇଥିବା ଜଣାପଡିଛି।