PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସଂଶୋଧିତ ମୋଟରଯାନ ବିଲ୍‌ ପାସ୍‌; ମଦ ପିଇ ଗାଡ଼ି ଚଳାଇଲେ ୧୦ ହଜାର ଜରିମାନା

ନୂଆଦିଲ୍ଲୀ ୨୪/୦୭(ଏଜେନ୍ସି):ଲମ୍ବା ସମୟ ଧରି ଆଲୋଚନା ପରେ ମଙ୍ଗଳବାର ଲୋକସଭାରେ ପାସ୍‌ ହୋଇଛି ସଂଶୋଧିତ ମୋଟର ଯାନ ବିଲ୍‌ । ବାଚନିକ ଭୋଟ୍‌ରେ ଏହାକୁ ଅନୁମୋଦନ ମିଳିଛି । ନୂଆ ଆଇନ ଜରିଆରେ ମୋଟର ଯାନ ଆଇନ-୧୯୮୮ ଅନ୍ତର୍ଗତ ବ୍ୟବସ୍ଥାଗୁଡ଼ିକ ହଟି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।
ବିଲ୍‌ରେ ଏକ ମୋଟର ଯାନ ଦୁର୍ଘଟଣା ପାଣ୍ଠି ଗଠନ ନେଇ ବ୍ୟବସ୍ଥା କରାଯାଇଛି । ଏହା ଅଧିନରେ ସମସ୍ତ ସଡ଼କ ବ୍ୟବହାରକାରୀଙ୍କୁ ବାଧ୍ୟତାମୂଳକ ଭାବେ ଜୀବନ ବୀମା ସୁବିଧା ଯୋଗାଇ ଦିଆଯିବ । ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିବିଶେଷଙ୍କ ଚିକିତ୍ସା ପାଇଁ ଏହି ପାଣ୍ଠି ବ୍ୟବହାର ହେବ । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଏହି ପାଣ୍ଠିରୁ କ୍ଷତିପୂରଣ ମିଳିବ । ହିଟ୍‌ ଆଣ୍ଡ୍‌ ରନ୍‌ ଦୁର୍ଘଟଣାରେ ଆଘାତପ୍ରାପ୍ତ ବ୍ୟକ୍ତିଙ୍କୁ ଏଥିରୁ ସହାୟତା ଯୋଗାଇ ଦିଆଯିବ ।

ସଂଶୋଧିତ ଆଇନ ଜରିଆରେ କେତେକ ସଡ଼କ ଅପରାଧ କ୍ଷେତ୍ରରେ ଜରିମାନା ବୃଦ୍ଧି କରାଯାଇଛି । ମଦ ପିଇ ଗାଡି ଚଳାଉଥିଲେ ଜରିମାନା ରାଶିକୁ ୨୦୦୦ ଟଙ୍କାରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଯଦି ଏକ ନିର୍ମାତା ମୋଟର ଯାନ ମାପଦଣ୍ଡକୁ ପାଳନ ନ କରି ଗାଡି ନିର୍ମାଣ କରିଥିବେ ଏଥିପାଇଁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ କିମ୍ବା ୧ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଏପରିକି ଉଭୟ ଦଣ୍ଡ ମଧ୍ୟ ନିର୍ମାତାଙ୍କୁ ଭୋଗିବାକୁ ପଡ଼ିପାରେ । ସଡ଼କ ଡିଜାଇନ ମାନକକୁ ପାଳନ କରି ନ ଥିବା ଠିକାଦାରଙ୍କ ଉପରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ । ଏହି ଆଇନ ଅଧୀନରେ ଥିବା ଜରିମାନାଗୁଡିକୁ ସରକାର ପ୍ରତିବର୍ଷ ୧୦% ପର୍ଯ୍ୟନ୍ତ ବଢ଼ାଇପାରିବେ ।

ବୟସ ହୋଇ ନ ଥାଇ ଗାଡ଼ି ଚଳାଉଥିବା ପିଲା ଯଦି ସଡ଼କ ଆଇନର ଉଲ୍ଲଂଘନ କରେ ଅଭିଭାବକ ତଥା ଗାଡିର ମାଲିକଙ୍କୁ ଦୋଷୀ ଭାବେ ବିଚାର କରାଯିବ । ୩ ବର୍ଷର ଜେଲଦଣ୍ଡ ସହ ତାଙ୍କ ଉପରେ ୨୫,୦୦୦ ଟଙ୍କାର ଜରିମାନା ଲଗାଯିବ । ଏହା ସହିତ ଉକ୍ତ ଗାଡିର ପଞ୍ଜୀକରଣ ରଦ୍ଦ କରାଯିବ । ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ସଂଶୋଧିତ ଆଇନର ଉଦ୍ଦେଶ୍ୟ ବୋଲି ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ପ୍ରକାଶ କରିଛନ୍ତି ।

ସଡ଼କ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ପାଇଁ କ୍ଷତିପୂରଣ ନିମନ୍ତେ ନୂଆ ଆଇନରେ ବ୍ୟବସ୍ଥା କରାଯାଇଛି । ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ଜଣଙ୍କର ମୃତ୍ୟୁ ଘଟିଲେ ଏଥିପାଇଁ ସର୍ବନିମ୍ନ କ୍ଷତିପୂରଣ ୨୫,୦୦୦ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଗୁରୁତର ଆଘାତ କ୍ଷେତ୍ରରେ କ୍ଷତିପୂରଣ ରାଶିକୁ ୧୨,୫୦୦ ଟଙ୍କାରୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଦୁର୍ଘଟଣା ସ୍ଥଳରେ ପୀଡ଼ିତ ବ୍ୟକ୍ତିଙ୍କୁ ମେଡିକାଲ ତଥା ଅଣ-ମେଡିକାଲ ସହାୟତା ଯୋଗାଇଥିବା ବ୍ୟକ୍ତିଙ୍କୁ ସେତେବେଳେ ଆଦର୍ଶ ବୋଲି ଦର୍ଶାଯିବ ଯେତେବେଳେ ସେ ନିଜ ଇଚ୍ଛାରେ ଏବଂ ବିନା କୌଣସି ପୁରସ୍କାର ଆଶାରେ ସାହାଯ୍ୟ କରିଥିବେ । ଯଦି କୌଣସି ପ୍ରକାର ଅବହେଳାରୁ ପୀଡିତ ବ୍ୟକ୍ତି ମୃତ୍ୟୁବରଣ କରନ୍ତି ସହାୟତା ଯୋଗାଇଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି ପ୍ରକାର ଆଇନଗତ ତଥା ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ସାଧାରଣତଃ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଡରି ଅନେକ ବ୍ୟକ୍ତି ଇଚ୍ଛା ଥିଲେ ବି ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ପଛଘୂଞ୍ଚା ଦେଇଥାନ୍ତି । ନୂଆ ଆଇନ ଦ୍ୱାରା ଏହି ସମସ୍ୟା ଦୂର ହେବ ।

  • ଅପରାଧ ପୁରୁଣା ଜରିମାନା (ଟଙ୍କାରେ) ନୂଆ ଜରିମାନା (ଟଙ୍କାରେ)
  • ସାଧାରଣ ୧୦୦ ୫୦୦
  • ସଡ଼କ ଆଇନ ଉଲ୍ଲଂଘନ ୧୦୦ ୫୦୦
  • ବିନା ଟିକେଟରେ ଯାତ୍ରା ୨୦୦ ୫୦୦
  • ବିନା ଲାଇସେନ୍ସରେ ଗାଡ଼ି ଚଳାଇବା ୫୦୦ ୫୦୦୦
  • ଯୋଗ୍ୟତା ନ ଥାଇ ଗାଡ଼ି ଚଳାଇବା ୫୦୦ ୧୦,୦୦୦
  • ବିପଦପୂର୍ଣ୍ଣ ଗାଡ଼ିଚାଳନା ୧,୦୦୦ ୫,୦୦୦ ପର୍ଯ୍ୟନ୍ତ
  • ନିଶାରେ ଗାଡ଼ି ଚଳାଇବା ୨,୦୦୦ ୧୦,୦୦୦
  • ରେସିଂ ୫୦୦ ୫୦୦୦
  • ଆବଶ୍ୟକଠାରୁ ଅଧିକ ଯାତ୍ରୀ ଅତିରିକ୍ତ ଯାତ୍ରୀ ପିଛା ୧୦୦୦ ଟଙ୍କା
  • ସିଟ୍‌ ବେଲ୍‌ଟ ୧୦୦ ୧୦୦୦
  • ଦୁଇଚକିଆ ଯାନରେ ଅତିରିକ୍ତ ଯାତ୍ରୀ ୧୦୦ ୨୦୦୦, ୩ ମାସ ପାଇଁ ଲାଇସେନ୍ସ ରଦ୍ଦ
  • ଆପଦକାଳୀନ ଗାଡ଼ିକୁ ବାଟ ନ ଛାଡିବା ୧୦,୦୦୦
  • ବିନା ବୀମାରେ ଗାଡ଼ି ଚଳାଇବା ୧୦୦୦ ୨୦୦୦