ହରଭଙ୍ଗା, ୨୯।୧୧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ପୁରୁଣାକଟକ ମିନି ଷ୍ଟାଡିୟମ,ଲୁଣିବାହାଲ ଓ ଭୈରବୀ ଡିଗ୍ରୀ କଲେଜ ଖେଳ ପଡିଆରେ ହରଭଙ୍ଗା ବ୍ଲକ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହେଉଛି lଏହି ଖେଳ ମହୋତ୍ସବରେ ଭଲି, କ୍ରିକେଟ, ଫୁଟବଲ, ପୁଚି, କବାଡି, ବ୍ୟାଡ ମିଟନ, ଖୋ-ଖୋ ଖେଳ ହେଉଛି। ବେଳେ ଭଳି ଖେଳରେ ୮ଟି ଦଳ ପୁରୁଷ ଓ ୨ଟି ଦଳ ବାଳିକା, କ୍ରିକେଟ ରେ ୨୪ ସିନିଅର ଓ ୮ ଟି ଜୁନିଅର ଦଳ, ଫୁଟବଲରେ ପୁରୁଷ ୨୪ଟି ଦଳ ଓ ବାଳିକା ୨ଗୋଟି ଦଳ ସହିତ, ପୁଚି ରେ ୧୦୦ଜଣ ଭାଗ ନେଉଛନ୍ତି। ସେହିପରି କବାଡି ଖେଳରେ ୮ ଟି ଦଳ ପୁରୁଷ ଓ ୬ ଟି ଦଳ ବାଳିକା, ଚେସ ରେ ୬ଟି ଦଳ ଏବଂ ବ୍ୟାଡମିଣ୍ଟନରେ ୭ଟି ଦଳ ଭାଗ ନେଇଛନ୍ତି l ଚଳିତ ମାସ ୨୬ତାରିଖ ରୁ ଖେଳ ଆରମ୍ଭ ହୋଇଛି l
ଚତୁର୍ଥ ଦିବସରେ କ୍ରିକେଟ ଖେଳ ହେଉଥିବା ବେଳେ ନୀତି ଓଭର ବିଶିଷ୍ଟ ଖେଳ ଅନୁଷ୍ଠିତ ହେଊଛି l ଚତୁର୍ଥ ଦିବସରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା, ସାମ୍ନାନୀତ ସୁବାସ କୁମାର ପ୍ରଧାନ କନ୍ଧମାଳ ସାଂସଦ ପ୍ରତିନିଧି ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l