ନୂଆଦିଲ୍ଲୀ: ପଞ୍ଜାବର ଲଗାତାର ପରାଜୟ । ବିଜୟ ରାସ୍ତାରେ କଣ୍ଟା ସାଜିଲା ମୁମ୍ବାଇ । ୬ ଓ୍ବିକେଟରେ ପଞ୍ଜାବକୁ ପରାସ୍ତା କରିଛି ମୁମ୍ବାଇ । ତିଲକ ବର୍ମାଙ୍କ ବିସ୍ଫୋରକ ପାଳି । ୩୩ ବଲରୁ ୭୫ ରନର ପାଳି ଖେଳିଲେ ତିଲକ । ଓ୍ବିଲ୍ ଜ୍ୟାକ୍ସ ୧୦ ବଲରୁ ୨୫ ରନ କରିଥିବାବେଳେ ବିଜୟ କରାଇବାରେ ବଡ଼ ଭୂମିକା ମଧ୍ୟ ଗ୍ରହଣ କରିଛନ୍ତି । ସେପଟେ ପଞ୍ଜାବ କେବଳ ୪ ଓ୍ବିକେଟ ନେବାରେ ସଫଳ ହୋଇଛି ।
୨୦୧ ରନକୁ ପିଛା କରୁଥିବାବେଳେ ମୁମ୍ବାଇ ଭଲ ଆରମ୍ଭ କରିଥିଲା । ଦୁଇ ଓପନର ରୋହିତ ଶର୍ମା ୨୫ ଏବଂ ରିକଲଟନ ୪୮ ରନ କରିଥିଲେ । ପରେ ନମନଧିର ୯ ଏବଂ ରଦରଫର୍ଡ ୨୦ ରନ କରିଥିଲେ । ମାତ୍ର ପରେ ତିଲକ ବର୍ମା ବିସ୍ଫୋରକ ପାଳି ଖେଳିଥିଲେ ।
ଆଜିର ମ୍ୟାଚରେ ଟସ୍ ଜିତି ମୁମ୍ବାଇ ବୋଲିଂ ନିଷ୍ପତ୍ତି ନେଇଥିଲା । ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦଳର ଦୁଇ ଓପନର ଦମଦାର ଆରମ୍ଭ କରିଥିଲେ । ପଞ୍ଜାବ ପାଇଁ ପ୍ରାରମ୍ଭିକ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ ଏବଂ ପ୍ରଭସିମରନ ସିଂହ ପ୍ରଥମ ୱିକେଟ୍ ପାଇଁ ୫୦ ରନ୍ ସଂଗ୍ରହ କରିଥିଲେ। ଏଥିରେ ପ୍ରିୟାଂଶଙ୍କ ବ୍ୟକ୍ତିଗତ ସ୍କୋର ୨୨ ରନ୍ ଥିଲା। ସେ ୧୭ଟି ବଲ୍ ଖେଳି ୪ଟି ଚୌକା ମାରିଥିଲେ। ମୁମ୍ବାଇର ଦ୍ବିତୀୟ ଶିକାର ହୋଇଥିଲେ ପ୍ରଭସିମରନ ସିଂହ। କିନ୍ତୁ ସେ ଆଉଟ୍ ହେବା ପୂର୍ବରୁ କୋପର କନୋଲିଙ୍କ ସହିତ ୫୭ ରନ୍ର ଭାଗିଦାରୀ କରିଥିଲେ। ପ୍ରଭସିମନର ବ୍ୟକ୍ତିଗତ ଭାବେ ମଧ୍ୟ ୫୭ ରନ୍ ସଂଗ୍ରହ କରିଥିଲେ। ସେ ୩୨ଟି ବଲ୍ ଖେଳି ୬ଟି ଚୌକା ଏବଂ ୪ଟି ଛକା ମାରିଥିଲେ।
ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅମରଜୋଇ ୩୮ ରନ କରିଥିଲେ । ଏହାସହ ବିଷ୍ଣୁବିନୋଦ ଏବଂ ବାର୍ଟଲେଟ୍ ଶେଷ ଓଭର ଗୁଡ଼ିକରେ ବଡ଼ ପାଳି ଖେଳି ଦଳୀୟ ସ୍କୋରକୁ ଆଗକୁ ନେବାରେ ସହାୟକ ହୋଇଥିଲେ । ସେପଟେ ମୁମ୍ବାଇ ପକ୍ଷରୁ ଦୀପକ ଚହର ୨, ବୋସ ଏବଂ ରାଜ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।
ଏହାସହ ପଢ଼ନ୍ତୁ : ଖରାଦିନେ ଘରକୁ ଥଣ୍ଡା ରଖିବା ପାଇଁ ଆପଣାନ୍ତୁ ଏହିସବୁ ଦେଶୀ ଉପାୟ