ମୁମ୍ବାଇ,୬।୭: ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ସୋମବାର ସକାଳେ ପୁଣେ ଜିଲ୍ଲାରେ ଲଗାତାର ମୂଷଳଧାରାରେ ବର୍ଷା ଏବଂ ହିମସ୍ଖଳନ ଦେଖିବାକୁ ମିଳିଛି। ପାହାଡର ଏକ ଅଂଶ ଭାଙ୍ଗିବା କାରଣରୁ ପ୍ରାୟ ୫ଟି ଘର ଭଗ୍ନାବଶେଷ ତଳେ ଚାପି ହୋଇ ଯାଇଛି। ଏହି ଦୁର୍ଘଟଣାରେ ଅତି କମ୍ରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିପତ୍ତିର ସିଧା ପ୍ରଭାବ ମୁମ୍ବାଇ-ପୁନେ ଏକ୍ସପ୍ରେସ୍ ଓ୍ବେ ଉପରେ ପଡିଛି। ସେଠାରେ ଲ୍ୟାଣ୍ଡସ୍ଲାଇଡ୍ ଓ ଜଳଭର୍ତ୍ତୀ ହେବାପରେ ଟ୍ରାଫିକ୍ ସମ୍ପୂର୍ଣ୍ଣ ଭାବରେ ରୋକି ଦିଆଯାଇଥିଲା।ରାଜ୍ୟର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଗିରିଶ ମହାଜନ କହିଛନ୍ତି ମୁମ୍ବାଇ ଏବଂ ପଡ଼ୋଶୀ ସହର ଏବଂ ଜିଲ୍ଲାଗୁଡ଼ିକରେ ଗତ ଚାରି ଦିନ ମଧ୍ୟରେ ବର୍ଷା ସମ୍ପର୍କିତ ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି।
ଲୋନାଭଲା ଡିଭିଜନ୍ ଡେପୁଟି ଏସ୍ପି ଗଜାନନ୍ ତୋମପେ କହିଛନ୍ତି ମାଭଲର ଏକ ଗାଁରେ ପ୍ରବଳ ବର୍ଷା ଯୋଗୁଁ ତିନୋଟି ସ୍ଥାନରେ ଜମି ଧସି ଯାଇଛି। ଏଥିରେ ଏକ ଘଟଣାରେ ଘରର ଭଗ୍ନାବଶେଷ ମାଟି ତଳେ ଚାପି ହୋଇ ରହିଥିଲା। ସନ୍ଦେହ କରାଯାଉଛି ଯେ, ସେତେବେଳେ ସକାଳେ ଏହି ଦୁର୍ଘଟଣା ହୋଇଥିଲା, ସେତେବେଳେ ଘର ଭିତରେ ତିନି ଜଣ ଲୋକ ଥିଲେ। ଦୁର୍ଘଟଣା ଖବର ମିଳିବା ମାତ୍ରେ ଜିଲ୍ଲା ପ୍ରଶାସନ ତୁରନ୍ତ ଏନ୍ଡିଆରଏଫର ସାହାଯ୍ୟ ମାଗିଥିଲା। ଏହାପରେ ପୁନେରୁ ଏନ୍ଡିଆରଏଫ୍ର ପଞ୍ଚମ ବାଟାଲିଅନ୍ର ୩୦ ସଦସ୍ୟ ଥିବା ଏକ ସ୍ବତନ୍ତ୍ର ଟିମକୁ ତୁରନ୍ତ ପାଟନାର ଗାଁ ଅଭିମୁଖେ ପଠାଇ ଦିଆଯାଇଛି। ସେମାନେ ଉଦ୍ଧାର କାର୍ଯ୍ୟରେ ଜାରି ରହିଛନ୍ତି।
ମୁମ୍ବାଇ-ପୁନେ ଏକ୍ସପ୍ରେସ୍ ଓ୍ବେ ବନ୍ଦ, ଯାତ୍ରା ନକରିବାକୁ ପରାମର୍ଶ
ଏହି ଭୂସ୍ଖଳନ ଦ୍ବାରା ମୁମ୍ବାଇ-ପୁନେ ଭିତରେ ଗାଡି ଚଳାଚଳ ଉପରେ ବ୍ରେକ୍ ଲାଗିଛି। ପ୍ରବଳ ବର୍ଷା, ବନ୍ୟା ଭଳି ସ୍ଥିତି ଓ ଭୂସ୍ଖଳନର ବିପଦକୁ ଦେଖି ପ୍ରଶାସନ ମୁମ୍ବାଇ-ପୁନେ ଏକ୍ସପ୍ରେସ୍ ଓ୍ବେକୁ ବନ୍ଦ ରଖିଛି। ପୁରୁଣା ମୁମ୍ବାଇ-ପୁନେ ହାଇଓ୍ବେ, ଦୁଇପଟେ ଗାଡିର ଚଳପ୍ରଚଳ ଉପରେ ଆଗାମୀ ନିର୍ଦେଶ ସସ୍ପେଣ୍ଡ କରାଯାଇଛି। ପୋଲିସ ଏକ ଆଡଭାଇଜରୀ ଜାରି କରି ସେହି ଲୋକଙ୍କୁ ଅପିଲ କରିଛି, ଯେଉଁ ପର୍ଯ୍ୟନ୍ତ ଜରୁରୀ କାମ କିଛି ନାହିଁ ସେ ଯାଏଁ ମୁମ୍ବାଇ ଯାତ୍ରା ନକରିବାକୁ କୁହାଯାଇଛି। ପାଣିପାଗର ସ୍ଥିତିକୁ ଦେଖି ନିଜ ଯାତ୍ରାକୁ ବର୍ତ୍ତମାନ ଘୁଞ୍ଚାଇ ଦିଆଯାଉ। ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ଅପଡେଟ୍ ଉପରେ ନଜର ରଖନ୍ତୁ।
ମୁମ୍ବାଇରେ ରେଡ୍ ଆର୍ଲଟ, ହାଇଟାଇଡ୍ ବିପଦ
କେବଳ ପୁଣେ ନୁହେଁ, ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛନ୍ତି। ପାଣିପାଗ ବିଭାଗ ମୁମ୍ବାଇ, ଥାଣେ ଓ ରାୟଗଡ ଜିଲ୍ଲା ପାଇଁ ‘ରେଡ୍ ଆର୍ଲଟ’ ଜାରି କରାଯାଇଛି। ଏହାର ଅର୍ଥ ଏବେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ। ଏହା ଦ୍ବାରା ଲୋକାଲ ଟ୍ରେନ୍ ଚଳାଚଳ ଉପରେ ପ୍ରଭାବ ପଡିଛି। ତଳୁଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବିଶେଷ ଭାବରେ ସତର୍କ ରହିବାକୁ କୁହାଯାଇଛି। ସୋମବାର ମଧ୍ୟାହ୍ନ ୩ଟା ୫୬ ମିନିଟ୍ରେ ସମୁଦ୍ର ୪.୦୮ ମିଟର ଉଚ୍ଚ ଲହର (ହାଇ ଟାଇଡ୍) ଉଠିବାର ଆଶଙ୍କା ରହିଛି।
ଆହୁରି ପଢନ୍ତୁ : ଅମରନାଥ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଦ୍ରୁତ ଗତିରେ ତରଳୁଛନ୍ତି ବାବା ବର୍ଫାନୀ : ୭ ଫୁଟ୍ରୁ କମି ଏବେ ମାତ୍ର ରହିଲେ ଗୋଟିଏ ଫୁଟ୍