ଭୁବନେଶ୍ବର, ୬/୭ : ଇସ୍ତଫା ଦେଲେ ଭୁବନେଶ୍ଵର ଡିସିପି। ୨୦୧୩ ବ୍ୟାଚ୍ର IPS ଜଗମୋହନ ମୀନା ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି। ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଓ ଗଞ୍ଜାମ ଏସ୍ପି ଭାବେ କାମ କରିଥିଲେ। ୨୦୨୫ ଫେବ୍ରୁଆରୀରେ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେଇଥିଲେ। ୨୫ ଦିନ ତଳୁ ସେ ଇସ୍ତଫାପତ୍ର ପଠାଇ ସାରିଥିବା ସୂଚନା ମିଳିଛି। ତେବେ ଯଦି ତାଙ୍କର ଇସ୍ତଫାପତ୍ର ସରକାର ମଞ୍ଜୁର କରନ୍ତି, ତାହେଲେ ୩୭ ବର୍ଷୀୟ ଆଇପିଏସ୍ ଅଫିସର ଘରୋଇ ସେକ୍ଟରରେ ଚାକିରି କରିପାରନ୍ତି।..

ସୂଚନା ଥାଉକି, ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ କମିଶନରେଟ୍ ପୁଲିସ ଦୁର୍ନାମ ମୁଣ୍ଡାଇଥିବା ବେଳେ ଭୁବନେଶ୍ଵର ଡିସିପି ଜଗମୋହନ ମୀନା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ ଭିଡ଼ ହିଂସା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବାରୁ ସେ ଚାପରେ ଥିବା କୁହାଯାଉଛି। ତେବେ ସେ କେଉଁ କାରଣରୁ ଇସ୍ତଫା ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ମୀନାଙ୍କ ହଠାତ୍ ଇସ୍ତଫା ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆହୁରି ପଢନ୍ତୁ- ୫ ଦିନ ବର୍ଷିଲାଣି, ଆହୁରି ଢାଳିବ; ସ୍ୱାଭାବିକଠୁ ୨୩୪% ବର୍ଷା, ଆଜି ଓଡ଼ିଶା ଅତିକ୍ରମ କରିବ ଅବପାତ

ଦୁବାଇର ସବୁଠୁ କନିଷ୍ଠ AI ଫାଉଣ୍ଡର