PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଦୁଇ ବର୍ଷ ପରେ ଟିମ୍‌ ଇଣ୍ଡିଆକୁ ଏଣ୍ଟ୍ରି କଲେ ଏହି ଖେଳାଳି, ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଆସିବାର ରାସ୍ତା କଲେ ପକ୍କା

ନୂଆଦିଲ୍ଲୀ,୨୯।୬: ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟସମ୍ୟାନ୍ ଦିନେଶ କାର୍ତ୍ତିକ ୩ ବର୍ଷ ପରେ ଦଳକୁ ଫେରିଛନ୍ତି। ଏବେ ଏଭଳି ସ୍ଥିତିରେ ଆଉ ଜଣେ ଭାରତୀୟ ଖେଳାଳି ୨ ବର୍ଷ ପରେ ଟିମ୍‌କୁ ଏଣ୍ଟ୍ରି କରିଚନ୍ତି। ଏହି ଖେଳାଳି ଜଣକ ଗୋଟିଏ ସମୟରେ ଦଳର ଖୁବ୍ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ଥିଲେ। ନିକଟରେ ବିସ୍ଫୋରକ ଇନିଂସ ଖେଳି ଟିମ୍ ଇଣ୍ଡିଆକୁ ଫେରିବାର ବାଟ ଫିଟାଇ ଦେଇଥିଲେ।

ଟିମ୍ ଇଣ୍ଡିଆରୁ ୨ ବର୍ଷ ହେବ ବାହାରେ ଥିବା ଟେଷ୍ଟ ବ୍ୟାଟସମ୍ୟାନ୍ ମୂରଲୀ ବିଜୟ ପୁଣିଥରେ କ୍ରିକେଟ ମୈଦାନକୁ ଫେରିଛନ୍ତି। ସେ ୨ ବର୍ଷ ପର୍ଯ୍ୟନ୍ତ ପଡିଆଠାରୁ ଦୂରେଇ ରହିଥିଲେ। ତାମିଲନାଡୁ ପ୍ରିମିୟର ଲିଗ୍ ୨୦୨୨ ରେ ସାମିଲ ହୋଇ ପଡିଆକୁ ସେ ଫେରିଥିଲେ। ମୂରଲୀ ବିଜୟ ଲିଗ୍‌ର ୬ଟି ମ୍ୟାଚ୍‌ରେ ଆଇଡ୍ରୀମ୍ ତିରୁପୁର ତାମିଜାସ ବିରୋଧରେ ୧୬ଟି ବଲ୍‌ରେ ୩୪ ରନ୍‌ର ଇନିଂସ ଖେଳି ପୁଣିଥରେ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିଲେ। ନିଜର ଇନିଂସରେ ବିଜୟ ୨୧୨.୫୦ ଷ୍ଟ୍ରାଇକ୍ ରେଟ୍‌ରେ ବ୍ୟାଟିଂ କରି ୬ଟି ଚୌକା ଓ ଗୋଟିଏ ଛକା ମଧ୍ୟ ମାରିଥିଲେ।

ମୁରଲୀ ବିଜୟ ତାମିଲନାଡୁ ପ୍ରିମିୟର ଲିଗ୍ ଖେଳିବା ପୂର୍ବରୁ ୨ ବର୍ଷ ପର୍ଯ୍ୟନ୍ତ ପଡିଆଠାରୁ ଦୂରେଇ ରହିବାର କାରଣ ମଧ୍ୟ କହିଛନ୍ତି। ମୁରଲୀ ବିଜୟ ଟାଇମ୍ସ ଅଫ୍ ଇଣ୍ଡିଆ ସହ ଆଲୋଚନା କରି କମବ୍ୟାକ୍ ନେଇ କହିଥିଲେ, ମୁଁ ଖେଳିବାକୁ ଚାହୁଁଥିଲି, କିନ୍ତୁ କିଛି ଆଘାତ କାରଣ ପାଇଁ ଖେଳିପାରି ନଥିଲି। ଏହା ସହିତ ମୋର ବ୍ୟକ୍ତିଗତ ଜୀବନରେ ମଧ୍ୟ କିଛି କାମ ରହିଯାଇଥିଲା। ମୁଁ ଖୁସି ଯେ, ତାମିଲନାଡୁ ପ୍ରିମିୟର ଲିଗ୍‌ରେ ମୋ ସ୍ଥିତି ବୁଝିପାରିଥିଲି ଓ ଫେରିବା ପାଇଁ ଏକ ଭଲ ପ୍ଲାଟଫର୍ମ ଦେଲା।

ସମ୍ବନ୍ଧିତ ଖବର