ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ

Published By : Harapriya Sethi | July 10, 2025 10:30 AM

ଜଗତସିଂହପୁର,୧୦/୦୭: ଜଗତସିଂହପୁର ଥାନା ଜାହାନପୁର ଗାଁରେ ଅଘଟଣ । ଦାଦାର କୋଦାଳ ଚୋଟରେ ଚାଲିଗଲା ପୁତୁରାର ଜୀବନ । ମୃତକ ହେଉଛନ୍ତି ସୁମନ ଦାସ ଏବଂ ହତ୍ୟାକାରୀ ଦାଦା ସଂଜୟ ଦାସ ବୋଲି ଜଣାପଡ଼ିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । 

ସୂଚନା ମୁତାବକ, ଦାଦା ସଂଜୟ ଦାସ ଅବିବାହିତ ଥିବା ବେଳେ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହିଥାଏ । ଗୁରୁବାର ଭୋର ସମୟରେ ସୁମନ ଦାନ୍ତ ଘଷିବାକୁ ବାହାରକୁ ଆସିଥିଲା । ଏତିକି ବେଳେ ଏକ କୋଦାଳରେ ଚୋଟ ପକାଇଥିଲା ସଞ୍ଜୟ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏସମ୍ପର୍କରେ ଖବର ପାଇ ତରିକୁନ୍ଦ ଫାଣ୍ଡି ଅଧିକାରୀ ଅନିଲ ସାହୁ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସଂଜୟକୁ କାବୁ କରିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.