ଫ୍ଲାଇଓଭର ଓ ମେଟ୍ରୋର ନିଆରା ସାମଞ୍ଜସ୍ୟ , ଗିନିଜ୍ ବୁକ୍ରେ ସ୍ଥାନିତ ନାଗପୁର ସହର

ନାଗପୁର : ୱିଣ୍ଟର କ୍ୟାପିଟାଲ ବା ଅରେଞ୍ଜ ସିଟି ଭାବେ ସାରା ଦେଶରେ ପ୍ରସିଦ୍ଧ ନାଗପୁର ସହରର ନାମ ଏବେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ରେ ସ୍ଥାନିତ ହୋଇଛି। ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ଓ ମହା ମେଟ୍ରୋର ଟିମ୍ ଦ୍ୱାରା ନାଗପୁରରେ ତିଆରି କରାଯାଇଥିବା ହାଇୱେ ଫ୍ଲାଇଓଭର ଓ ମେଟ୍ରୋ ରେଲ ସହ ସିଙ୍ଗଲ କଲମ୍ରେ ସମର୍ଥିତ ସବୁଠୁ ଲମ୍ୱା ଡବଲ ଡେକର ଭାୟାଡକ୍ଟ(୩.୧୪ କିଲୋମିଟର)କୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ କରାଯାଇଛି।

କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ଏନଏଚଏଆଇ ଓ ମହା ମେଟ୍ରୋର ଟିମ୍କୁ ଏହି ଉପଲବ୍ଧି ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି କି ସେ ଏହି ଅବିଶ୍ୱସନୀୟ କାମ ପାଇଁ ସଂପୃକ୍ତ ଇଂଜିନିୟର , ଅଧିକାରୀ ଓ ଶ୍ରମିକଙ୍କୁ ହୃଦୟରୁ ଧନ୍ୟବାଦ ଓ ସଲାମ କରୁଛି , ଯେଉଁମାନେ କି ଏହାକୁ ସମ୍ଭବ କରିବାରେ ଚବିଶ ଘଣ୍ଟା ଲଗାଇ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି କି ଏହିପରି ବିକାଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ବିଶ୍ୱ ସ୍ତରୀୟ ମୌଳିକ ଭିତ୍ତିଭୂମି ଢାଞ୍ଚାରେ ନିର୍ମାଣରର କଥାକୁ ପୂରା କରିବ।

ଉଲ୍ଲେଖନୀୟ ଯେ , ୱାର୍ଧା ରୋଡରେ ତିଆରି ୩.୧୪ କିଲୋମିଟର ଲମ୍ୱ ଏହି ଡବଲ ଡେକର ଭାୟାଡକ୍ଟରେ ମୋଟ ୩ଟି ମେଟ୍ରୋ ଷ୍ଟେସନ ଅଛି , ଯେଉଁଥିରେ ଛତ୍ରପତି ନଗର , ଜୟପ୍ରକାଶ ନଗର ଓ ଉଜ୍ଜୱଲ ନଗର ସାମିଲ ଅଛି। ଏହି ଷ୍ଟେସନ ଗୁଡ଼ିକର ଇଂଜିନିୟରିଂ ବିଚାର ପ୍ରକ୍ରିୟା , କନସେପ୍ଟ , ଡିଜାଇନ ଓ କାର୍ଯ୍ୟକାରୀତା କୌଣସି ଚ୍ୟାଲେଞ୍ଜ ଠାରୁ କମ୍ ନଥିଲା । ଯେବେ ଆରମ୍ଭରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇ ଥିଲା , ସେତେବେଳେ ହାଇୱେ ଫ୍ଲାଇଓଭର ଓ ମେଟ୍ରୋ ରେଳର ମାର୍ଗରେଖା ୱାର୍ଧା ରୋଡ ସ୍ଥିତ ଗୋଟିଏ ହିଁ ହାଇୱେରେ ଥିଲା ।