ଭୁବନେଶ୍ବର,୭।୬ : ଭୁବନେଶ୍ୱରରେ ଖୋଲିବ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ ଶାଖା । ଏଥିପାଇଁ ଖର୍ଚ୍ଚ ହେବ ୬୩୦ କୋଟି। ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ (NGMA)ର ଏକ ଶାଖା ଭୁବନେଶ୍ୱରରେ ଖୋଲିବାକୁ କେନ୍ଦ୍ରରୁ ଅନୁମୋଦନ ମିଳିଛି l
ସେପ୍ଟେମ୍ବର ୨୦୨୪ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସହ ସାକ୍ଷାତ କରି ଭୁବନେଶ୍ୱରରେ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ (NGMA)ର ଏକ ଶାଖା ସ୍ଥାପନ ପାଇଁ ଅନୁରୋଧ କରିଥିଲେ l ଏହା ସହିତ ୧୦ ସେପ୍ଟେମ୍ବର ୨୦୨୪ରେ କେନ୍ଦ୍ରମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଏକ ପତ୍ର ମଧ୍ୟ ଲେଖିଥିଲି l
ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତ କରି ତାଙ୍କୁ ଶ୍ରୀ ଶେଖାୱତଙ୍କୁ NGMAର ଏକ ଶାଖା ଭୁବନେଶ୍ୱରରେ ସ୍ଥାପନ ପାଇଁ ପତ୍ର ଲେଖିବାକୁ ଅନୁରୋଧ କରିଥିଲେ l ସାଂସଦଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ୨୫ ସେପ୍ଟେମ୍ବର ୨୦୨୪ରେ ତୁରନ୍ତ ଶ୍ରୀ ଶେଖାୱତଙ୍କୁ ପତ୍ର ଲେଖିଥିଲେ l ମାତ୍ର ଏହି ବିଷୟକୁ ନେଇ ସାଂସଦ ଷଡ଼ଙ୍ଗୀ ଭାରତ ସରକାରଙ୍କ ନିକଟରେ ନିରନ୍ତର ଭାବେ ଦାବି କରିଆସୁଥିଲି l
ବର୍ତ୍ତମାନ ସାଂସଦ ଷଡ଼ଙ୍ଗୀ କହିଛନ୍ତି ଯେ, ଭାରତ ସରକାର ଶେଷରେ ଆମର ଅନୁରୋଧକୁ ସ୍ୱୀକାର କରିଛନ୍ତି । ୨୯ ମେ ୨୦୨୬ ତାରିଖର ପତ୍ର ମାଧ୍ୟମରେ ଭୁବନେଶ୍ୱରରେ NGMAର ଏକ ଶାଖା ଖୋଲିବା ପାଇଁ ସେମାନଙ୍କର ନିଷ୍ପତ୍ତିକୁ ଔପଚାରିକ ଭାବରେ ଜଣାଇଛନ୍ତି l ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୬୩୦ କୋଟି ଟଙ୍କା ହେବ l ଆବଶ୍ୟକୀୟ ଔପଚାରିକତାଗୁଡ଼ିକୁ ଖୁବ୍ ଶୀଘ୍ର ଓଡ଼ିଶା ସରକାର ପୂରଣ କରିବେ l ଏଥିପାଇଁ କୃତଜ୍ଞତା ଜଣାଉଛି ବୋଲି ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି l
ଆହୁରି ପଢନ୍ତୁ : ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ବାପା-ଝିଅଙ୍କ ଜୀବନ