ସୋର, ୭।୬ : ବାଇକରେ ଯାଉଥିଲେ ବାପା-ଝିଅ। ହଠାତ ଏକ ଟ୍ରକ ଆସି ଧକ୍କା ଦେଲା। ଟ୍ରକ ଚକା ତଳେ ଚାପି ହୋଇ ଚାଲିଗଲା ବାପା-ଝିଅଙ୍କ ଜୀବନ। ୧୬ ନଂ ଜାତୀୟ ରାଜପଥ ଉତ୍ତରେଶ୍ବରଠାରେ ଘଟିଛି ଦୁର୍ଘଟଣା। ବାପା-ଝିଅ ହେଲେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମର ମନୋଜ ଦାସ ଓ ତାଙ୍କ ୭ ବର୍ଷୀୟ ଝିଅ।

ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମର ମନୋଜ ଦାସ ଓ ତାଙ୍କ ୭ ବର୍ଷୀୟ ଝିଅ ସହିତ ବାଲେଶ୍ୱରରୁ ବାଇକ ଯୋଗେ ଫେରୁଥିଲେ। ଉତ୍ତରେଶ୍ବରଠାରେ ଏକ ଟ୍ରକ ଆସି ବାଇକକୁ ଧକ୍କା ଦେଇଥିଲା। ଟ୍ରକ ଚକା ତଳେ ବାପା –ଝିଅ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ବାଲେଶ୍ୱର ଭୁବନେଶ୍ୱର ରାଜପଥ କିଛି ସମୟ ବନ୍ଦ ରହିଥିଲା l ସୋର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ସୋର ଡାକ୍ତରଖାନା ପଠାଇଥିଲା। ପୁଲିସ ଟ୍ରକକୁ ଜବତ କରିଛି ।

ଆହୁରି ପଢନ୍ତୁ : ସ୍ବାମୀଙ୍କ ପ୍ରେରଣା ବଦଳାଇଲା ସଙ୍ଗୀତାଙ୍କ ଭାଗ୍ୟ , କାଠ ମହାରଣାଙ୍କ ପତ୍ନୀ ହେଲେ ଓଏଏସ୍