ଭୁବନେଶ୍ୱର,୨୮/୦୨ : ଆସନ୍ତା ମାର୍ଚ୍ଚ ୧୪ରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଯଥା ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଟାଙ୍ଗୀ, ଜଟଣୀ ଓ ବେଗୁନିଆଠାରେ ଲୋକ ଅଦାଲତ ଚାଲିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସଚିବ ସଲୋମୀ ସାହୁ ସୂଚନା ଦେଇଛନ୍ତି ।
ଲୋକ ଅଦାଲତରେ ସମସ୍ତ ପ୍ରକାର ବିଚାରାଧୀନ ମାମଲା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ରାଜସ୍ୱ, ମୋଟର ଯାନ ଦୁର୍ଘଟଣା, ଶ୍ରମ ଓ ନିଯୁକ୍ତି, ବିଦ୍ୟୁତ, ପାନୀୟ ଜଳ ଓ ଟେଲିଫୋନ୍ ଅନାଦାୟ, ବ୍ୟାଙ୍କ ଋଣ ଖିଲାପି/ ଅନାଦାୟ, ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା ଓ ଅବସରକାଳୀନ ପ୍ରାପ୍ୟ) ଓ ସମସ୍ତ ପ୍ରକାରର ଦେୱାନୀ ମାମଲାର ଆପୋସ ସହମତି ଭିତ୍ତିରେ ସମାଧାନ କରାଯାଇ ପାରିବ । ଲୋକ ଅଦାଲତରେ ମାମଲା ଫଇସଲା ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ଆବଶ୍ୟକ ପଡ଼େନି । ଏହି ଅଦାଲତର ରାୟ ଚୂଡ଼ାନ୍ତ, ବୈଧ । ଯଦି କୌଣସି ବିଚାରାଧୀନ ମାମଲା ଲୋକ ଅଦାଲତ ମାଧ୍ୟମରେ ସମାଧାନ ହୁଏ, ପୂର୍ବରୁ ପଇଠ କରାଯାଇଥିବା କୋର୍ଟ ଫି ମଧ୍ୟ ଫେରାଯିବାର ବ୍ୟବସ୍ଥା ରହିଛି ।
ଏହି ଖବରଟିକୁ ପଢନ୍ତୁ- ବରଗଡ଼ରେ ମାଟ୍ରିକ୍ ପରୀକ୍ଷାରେ ବିଭ୍ରାଟ: ମୋବାଇଲରେ ଘୂରିବୁଲିଲା ହାତଲେଖା ପ୍ରଶ୍ନ, ଓଏମ୍ଆର୍ ଉତ୍ତର ଖାତା ଭାଇରାଲ୍