ନୂଆଦିଲ୍ଲୀ,୧୬/୧୧: ପ୍ରେସ୍ ଲୋକଙ୍କ ସ୍ବର । ଏହା ପ୍ରଭାବିତ ହେବା ଉଚିତ୍ ନୁହେଁ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ । ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଏ । ଖବରର ଗୁଣବତ୍ତା ବଜାୟ ଉଦ୍ଦେଶ୍ୟ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ ସ୍ଥାପିତ ହୋଇଥିଲା । ଦେଶର ସାମ୍ବାଦିକମାନେ ଯେପରି କୌଣସି ବାହ୍ୟ ଶକ୍ତି ଦ୍ବାରା ପ୍ରଭାବିତ ନହେବେ ସେଥିପାଇଁ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ କାମ କରିଆସୁଛି । ପ୍ରେସର ସ୍ବତନ୍ତ୍ରତା ଓ ଦାୟିତ୍ବର ପ୍ରତୀକ ସୂରୁପ ଜାତୀୟ ପ୍ରେସ ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ।

ଜାତୀୟ ପ୍ରେସ ଦିବସର ମହ୍ବତ୍ତ- ମଡିଆର ସ୍ବତନ୍ତ୍ରତା ଓ ସେମାନଙ୍କ କର୍ତ୍ତବ୍ୟକୁ ମନେ ପକାଇବା ଜାତୀୟ ପ୍ରେସ ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଏହି ଦିନ ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକଙ୍କ ନିଷ୍ଠା ଓ ଦାୟିତ୍ବର ଆବଶ୍ୟକତାକୁ ବଝାଏ । ସେମାନେ ସମାଜରେ ସଚେତନତା ସୃଷ୍ଟି କରିଥାନ୍ତି । ଲୋକତନ୍ତ୍ରର ମଜବୁତ  ସ୍ତମ୍ଭ ଭାବରେ କାମ କରିଥାନ୍ତି । ଏହି ଦିନର ଉଦ୍ଦେଶ୍ୟ ହେଉଛି ମଡିଆ ଓ ଅଧିକାରୀଙ୍କ ମଧ୍ୟରେ ସନ୍ତୁଳନ ରଖିବା ।

ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର କାର୍ଯ୍ୟ- ୧୯୫୬ ମସିହାରେ ପ୍ରଥମ ପ୍ରେସ କମିଶନ ଭାରତରେ ଗଣମାଧ୍ୟମର ସ୍ବାଧୀନତା ପାଇଁ ପ୍ରେସ କାଉନସିଲ ଗଠନ କରିବାକୁ ଯୋଜନା କରିଥିଲେ । ୧୯୬୬ ମସିହା ଜୁଲାଇ ୪ ତାରିଖରେ ପ୍ରଥମ ପ୍ରେସ କମିଶନ ଗଠନ ହୋଇଥିଲା । ୧୯୬୬ ନଭେମ୍ବର ୧୬ ତାରିଖରେ କାର୍ଯ୍ୟକାରୀ ହେଲା । ଭାରତୀୟ ମିଡିଆରେ ନୈତିକତା ଓ ଦାୟିତ୍ବକୁ ପ୍ରୋତ୍ସାହିତ କରିବା ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ।

ଜାତୀୟ ପ୍ରେସ ଦିବସରେ କାହାକୁ ସମ୍ମାନିତ କରାଯାଏ- ସାମ୍ବାଦିକ କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ଓ ସମର୍ପଣ ଭାବ ନେଇ କାର୍ଯ୍ୟ କରିଥିବା ସାମ୍ବାଦିକଙ୍କୁ ଏହି ଦିନ ସମ୍ମାନିତ କରାଯାଏ । ସେମାନଙ୍କ ପରିଶ୍ରମ ଓ ସମର୍ପଣକୁ ପରିଚୟ ଦେବାକୁ ସେମାନଙ୍କୁ ସମ୍ମାନ ଦିଆଯାଏ ।