ଭୁବନେଶ୍ବର, ୭।୪ : ମଧ୍ୟ ପ୍ରାଚ୍ୟ ଯୁଦ୍ଧ ଯୋଗୁ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି । ସାରା ବିଶ୍ୱ ଡ଼ିଜେଲ, ପେଟ୍ରୋଲ ଓ ଗ୍ୟାସର ସଙ୍କଟକୁ ସାମ୍ନା କରୁଛି । ଆମ ଦେଶ ଆତ୍ମନିର୍ଭର ଦିଗରେ ବହୁ ପୂର୍ବରୁ କାମ ଆରମ୍ଭ କରି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଉପରେ ପ୍ରାଧାନ୍ୟ ଦେଇଛନ୍ତି। ତେଣୁ ବର୍ତ୍ତମାନ ଆମ ଦେଶ ଏକ ମଜଭୁତ ସ୍ଥିତିରେ ଅଛି ବୋଲି ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ କହିଛନ୍ତି।

ବହୁତ ଦେଶରେ ବିଜୁଳି ସଙ୍କଟ ଦେଖା ଦେଇଥିବା ବେଳେ ଆମ ଦେଶରେ ତାହା ନାହିଁ । କୋଇଲାରୁ ବିଜୁଳି ଉତ୍ପନ୍ନ ହେଉଛି । ତେଣୁ ସେଥିରେ ଆମେ ଆତ୍ମନିର୍ଭରଶୀଳ । ଶିଳ୍ପ କ୍ଷେତ୍ରରେ କିଛି ଦିନ ଗ୍ୟାସ ଅଭାବ ଦେଖା ଦେଇଥିଲା ବର୍ତ୍ତମାନ ତାହା ବି ଆଉ ନାହିଁ । ଜିନ୍ଦଲ ଷ୍ଟିଲ କୋଲ ଗ୍ୟାସିଫିକେସନ ଉପରେ କାମ କରିଛି । କୋଇଲାରୁ ଆମେ ଯେଉଁ ସିଂଥେସିସ ଗ୍ୟାସ ପ୍ରସ୍ତୁତ କରିଥିଲୁ ତାହା ଆଜି ବହୁତ କାମ ଦେଉଛି । ତେଣୁ ଆମେ ୮୦ ପ୍ରତିଶତ ବର୍ତ୍ତମାନ ଗ୍ୟାସ ଉପରେ ନିର୍ଭରଶୀଳ ନୁହେଁ । ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ କୋଇଲାରୁ ପ୍ରସ୍ତୁତ ଗ୍ୟାସ ରୁ ଚାଲି ପାରୁଛି ବୋଲି ନବୀନ ଜିନ୍ଦଲ କହିଛନ୍ତି ।