ଭୁବନେଶ୍ୱର, ୧୬/୦୭; ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ବୁଧବାର ବିଜେଡି ଲୋକସେବା ଭବନ ଘେରାଉ ଡାକରା ଦେଇଥିଲା । ଏଥିରେ ବିଜେଡିର ହଜାର ହଜାର କର୍ମୀ ଶାନ୍ତିପୂର୍ଣ ଭାବରେ ଲୋୟାର ପିଏମଜିରେ ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବି କରି ପ୍ରତିବାଦ କରୁଥିଲେ । ହେଲେ ସେମାନଙ୍କ ଉପରକୁ ପୁଲିସ ନିର୍ମମ ଓ ଅମାନୁଷିକ ଭାବେ ଆକ୍ରମଣ କରିଥିଲା । ଯାହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
କମିଶନରେଟ୍ ପୁଲିସର ଅତ୍ୟାଚାର ଅତି ବର୍ବରୋଚିତ ଥିଲା । ଏଥିରେ ଶତାଧିକ ବିଜୁ ଜନତା ଦଳ କର୍ମୀମାନେ ଆହତ ହୋଇଛନ୍ତି । ଏହାକୁ ନେଇ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ପୁଲିସ ଆକ୍ରମଣରେ ଆହତ ସାଂସଦ ସୁଲତା ଦେଓ ,ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏବଂ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଫୋନ୍ କରି ବିଜେଡି ସୁପ୍ରିମୋ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି ।