ଭୁବନେଶ୍ୱର, ୨୮।୧୨ :  ଆସନ୍ତା ୩୦ ତାରିଖରେ  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ପଟ୍ଟନାୟକ  ଗଞ୍ଜାମ ଜିଲ୍ଲାରେ  ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥବା ଅଞ୍ଚଳ ପରିଦର୍ଶନ କରିବେ ।

ଗଞ୍ଜାମ ଜିଲ୍ଲାର ହିଞ୍ଜିଳି,ଶେରଗଡ଼,କବିସୂର୍ଯ୍ୟନଗର  ଆସିକା ଓ ଖଲିକୋଟ ଆଦି ଅଞ୍ଚଳ ପରିଦର୍ଶନ କରିବେ।  କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ। ଫସଲ କ୍ଷତି ସମ୍ପର୍କ ରେ ପଚାରି ବୁଝିବେ। ସମ୍ପୃକ୍ତ ଅଧିକାରୀମାନଙ୍କ   ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ।