ନୂଆଦିଲ୍ଲୀ, ୨୮/୧୨ : ବିଜୟ ହଜାରେ ଟ୍ରଫିରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି କିଙ୍ଗ୍ କୋହଲି । ଦୁଇଟି ମ୍ୟାଚରେ ୨୦୦ରୁ ଅଧିକ ସ୍କୋର କରିସାରିଲେଣି । ପ୍ରଥମ ମ୍ୟାଚରେ ଦମଦାର ଶତକ ହାସଲ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଅର୍ଦ୍ଧାତକୀୟ ପାଳି ଖେଳିଛନ୍ତି ବିରାଟ । ଦମଦାର ଫର୍ମରେ ନଜର ଆସୁଥିବା ବିରାଟ ଟେଷ୍ଟ ଏବଂ ଟି-୨୦ରୁ ଅବସର ଘୋଷଣା କରିସାରିଛନ୍ତି । ତାଙ୍କ ଅନୁପସ୍ଥିତି ଟେଷ୍ଟ ଦଳରେ କେତେ ପ୍ରଭାବ ପକାଉଛି ତାହା ସମସ୍ତେ ବେଶ ଭଲଭାବେ ଅନୁଭବ କରୁଛନ୍ତି । ତେବେ ଟେଷ୍ଟ ଦଳକୁ ପୁଣିଥରେ ଫେରି ଆସନ୍ତୁ କହି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ନବଜୋତସିଂ ସିଦ୍ଧୁ ।

ସିଦ୍ଧୁ କୋହଲିଙ୍କ ଏକ ବ୍ୟାଟିଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏଥିରେ ଏକ ଭାବପୂର୍ଣ୍ଣ ଲେଖା ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କୋହଲି ପୁଣିଥରେ ଟେଷ୍ଟ କ୍ରିକେଟ ଦଳକୁ ଫେରି ଆସନ୍ତୁ ଏବଂ ନିଜର ଅବସର ପ୍ରତ୍ୟାହାର କରନ୍ତୁ ବୋଲି ଅନୁରୋଧ କରିଛନ୍ତି । ସିଦ୍ଧୁଙ୍କ ଏହି ପୋଷ୍ଟଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏମିତିକି ଫ୍ୟାନ୍ସମାନେ ମଧ୍ୟ ତାଙ୍କୁ ଟେଷ୍ଟ ଦଳକୁ ଫେରିଆସିବାକୁ ଅନୁରୋଧ କରୁଥିବା କମେଣ୍ଟରେ ଦେଖିବାକୁ ମିଳୁଛି ।

କହି ରଖୁଛୁ କି, ୩୭ ବର୍ଷୀୟ କୋହଲି ୨୦୨୫ ମସିହା ଆରମ୍ଭରୁ ଟେଷ୍ଟ କ୍ରିକେଟକୁ ବାଏ ବାଏ କହିଥିଲେ । ଯାହାକୁ ତାଙ୍କ କ୍ୟାରିୟରର ସବୁଠାରୁ ପ୍ରିୟ ଖେଳ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଉଥିଲେ । ମାତ୍ର ଇଂଲଣ୍ଡ ବିପକ୍ଷ ଦଳ ଘୋଷଣା ହେବା ପୂର୍ବରୁ, ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଥିଲେ କୋହଲି । ଏହା ପୂର୍ବରୁ ଖେଳିଥିବା ଟେଷ୍ଟ ମ୍ୟାଚରେ ମଧ୍ୟ କୋହଲି ଫ୍ଲପ୍ ହୋଇଥିଲେ । ଯାହାକୁ ନେଇ ତାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଥିଲା । ମାତ୍ର ଏବେ ଦିନିକିଆରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଭଲ ଫର୍ମରେ ନଜର ଆସୁଥିବବେଳେ ପୁଣିଥରେ ଟେଷ୍ଟ କ୍ରିକେଟଙ୍କ ଫେରନ୍ତୁ ବୋଲି କହିଛନ୍ତି ସିଦ୍ଧୁ ।