ଦନ୍ତେଓ୍ବାଡ଼ା,୩୦/୧୧: ନକ୍ସଲଙ୍କ ଉପରେ ବାରମ୍ବାର ଆକ୍ରମଣ ପରେ ଭୁଶୁଡ଼ିବାରେ ଲାଗିଛି ମାଓଦୁର୍ଗ। ଏପରିକି ସମାଜର ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ଆହ୍ବାନ କରାଯିବ ପରେ, ଏବେ ଅନେକ ମାଓବାଦୀ ମାଓସଂଗଠନରୁ ବାହାରି ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳିଛି। ମାଓବାଦୀଙ୍କ ଆଡ୍ଡା ପାଲଟିଥିବା ଛତିଶଗଡ଼ରେ ଏବେ ଦୁର୍ବଳ ହେଉଛି ମାଓ ସଂଗଠନ। ଅସ୍ତ୍ର ଛାଡ଼ି ଦନ୍ତେଓ୍ବାଡାରେ ୩୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୨ଜଣ ମହିଳା ମାଓବାଦୀ ରହିଛନ୍ତି। ଏମାନଙ୍କ ମୁଣ୍ଡ ଉପରେ ଥିଲା ୬୫ ଲକ୍ଷର ପୁରସ୍କାର ରାଶି। ଏବେ ଏମାନେ ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଛନ୍ତି।