ଭୁବନଶ୍ୱର,୨୩/୦୧:ନ୍ୟାସନାଲ ବୋର୍ଡ ଅଫ୍ ଏଗ୍ଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ୍ (ଏନ୍ବିଇଏମ୍ଏସ୍) ନିଟ୍-ଏମ୍ଡିଏସ୍ ୨୦୨୬ ଓ ନିଟ୍-ପିଜି ୨୦୨୬ ପ୍ରବେଶିକା ପରୀକ୍ଷା ପାଇଁ ଏକ ଆପାତକାଳୀନ କାର୍ଯ୍ୟସୂଚୀ ଘୋଷଣା କରିଛି । ୨ ମଇରେ ନିଟ୍-ଏମ୍ଡିଏସ୍ ୨୦୨୬ ଏବଂ ୩୦ ଅଗଷ୍ଟରେ ନିଟ୍-ପିଜି ୨୦୨୬ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ପାଇଁ ପ୍ରସ୍ତାବ ରହିଛି ।
ନିଟ୍-ଏମ୍ଡିଏସ୍ ୨୦୨୬ ପାଇଁ କଟ୍ ଅଫ୍ ଡେଟ୍ ଅଫ୍ କମ୍ପିଟିସନ୍ ଅଫ୍ ଇଣ୍ଟର୍ଣ୍ଣସିପ୍ ୩୧ ମଇ ଓ ନିଟ୍-ପିଜି ୨୦୨୬ ପାଇଁ ସେପ୍ଟେମ୍ବର ୩୦ ତାରିଖ ରଖାଯାଇଛି । ଏହି ସମୟ ଭିତରେ ଛାତ୍ରଛାତ୍ରୀ ଇଣ୍ଟର୍ନସିପ୍ ସମାପ୍ତ କରିବାକୁ ପଡିବ । ଏନ୍ବିଇଏମ୍ଏସ୍ ପକ୍ଷରୁ କରାଯାଇଥିବା ଘୋଷଣା ଫଳରେ ଦେଶବ୍ୟାପୀ ହଜାର ହଜାର ଆଶାୟୀଙ୍କୁ ଆଶ୍ୱସ୍ତି ମିଳିଛି । ଏହି ଦୁଇଟି ପରୀକ୍ଷା କମ୍ପ୍ୟୁଟର-ଆଧାରରେ ଅନୁଷ୍ଠିତ ହେବ ।