ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଚେକ୍‌ ବାଉନ୍ସ ମାମଲା, ରାମ ଗୋପାଳଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ

Published By : Krishna Priya | March 7, 2025 9:32 AM

ମୁମ୍ବାଇ ୦୭/୦୩: ଏକ ଚେକ୍‌ ବାଉନ୍ସ ମାମଲାରେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମାଙ୍କୁ ବଡ଼ ଝଟକା ଲାଗିଛି । ତାଙ୍କ ବିରୋଧରେ ଜାମିନ ବିହୀନ ପରୱାନା (ଏନ୍‌ବିଡବ୍ଲ୍ୟୁ) ଜାରି ହୋଇଛି । ମୁମ୍ବାଇର ଏକ ସେସନ୍ସ କୋର୍ଟ ମଙ୍ଗଳବାର ଏହି ଏନ୍‌ବିଡବ୍ଲ୍ୟୁ ଜାରି କରିଛନ୍ତି । ବର୍ମା ଜାମିନ ପାଇଁ ଆବେଦନ କରିଥିଲେ । ତତ୍‌ସହିତ ଜେଲ ଦଣ୍ଡାଦେଶ ଉପରେ ରହିତାଦେଶ ନିମନ୍ତେ ଅନୁରୋଧ କରିଥିଲେ । ଅଦାଲତ ଏହାକୁ ଖାରଜ କରିଦେଇଛନ୍ତି ।

୨୦୧୮ର ଚେକ୍‌ ବାଉନ୍ସ ମାମଲାରେ ଜଣେ ମାଜିଷ୍ଟ୍ରେଟ୍‌ ବର୍ମାଙ୍କୁ ୩ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ଅଭିଯୋଗକାରୀଙ୍କୁ ୩ ମାସ ମଧ୍ୟରେ ୩,୭୨,୨୧୯ ଟଙ୍କା ପରିଶୋଧ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଅତିରିକ୍ତ ସେସନ୍ସ ବିଚାରପତି ଏ ଏ କୁଲକର୍ଣ୍ଣୀ ତାଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି କରିବା ସହ ତାଙ୍କୁ ଜାମିନ ଓ ଜେଲ ଦଣ୍ଡାଦେଶ ଉପରେ ରହିତାଦେଶ ଲାଗି କୋର୍ଟରେ ଦ୍ୱାରସ୍ଥ ହେବା ପାଇଁ ସ୍ୱାଧୀନତା ବି ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୭ରେ ହେବ । 

ଏହା ପୂର୍ବରୁ ଉକ୍ତ ମାମଲାରେ ଅନେ୍ଧରିର ଏକ ମାଜିଷ୍ଟ୍ରେଟ୍‌ କୋର୍ଟ ନିକଟରେ ବର୍ମାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ମାସ ଜେଲ ଦଣ୍ଡାଦେଶ ପ୍ରଦାନ କରିଥିଲେ । ଜାନୁଆରୀ ୨୧ରେ ମାଜିଷ୍ଟ୍ରେଟ୍‌ ୱାଇ ପି ପୂଜାରୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ବେଳେ ସେ ଉପସ୍ଥିତ ନ ଥିଲେ । ତେଣୁ ତାଙ୍କ ଆତ୍ମସମର୍ପଣକୁ ସୁନିଶ୍ଚିତ କରିବା ସକାଶେ ଏନ୍‌ବିଡବ୍ଲ୍ୟୁ ଜାରି କରିଥିଲେ । ଏହାପରେ ବର୍ମା ମାଜିଷ୍ଟ୍ରେଟ୍‌ଙ୍କ ଆଦେଶ ବିରୋଧରେ ଦିଣ୍ଡୋସି ସେସନ୍ସ କୋର୍ଟ ଯାଇଥିଲେ । ଫେବ୍ରୁଆରୀ ୧୩ରେ ସେସନ୍ସ କୋର୍ଟ ଜବାବ ମାଗିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୪କୁ ଧାର୍ଯ୍ୟ କରିଥିଲେ । ୨୦୧୮ ଜାନୁଆରୀ ୧ ତାରିଖର ୨.୩୮ ଲକ୍ଷ ଟଙ୍କାର ଏକ ଚେକ୍‌ ବାଉନ୍ସ ହେବା ଯୋଗୁ ତାଙ୍କ ବିରୋଧରେ ମାମଲା ହୋଇଥିଲା । କିନ୍ତୁ ଉକ୍ତ ଚେକ୍‌ ତାଙ୍କ ଦ୍ୱାରା ଜାରି ହୋଇ ନ ଥିଲା ବୋଲି ବର୍ମା ଦାବି କରିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.