ନୂଆଦିଲ୍ଲୀ,୧୮।୨: ଯଦି ଆପଣ ଛୋଟ ଶିଶୁଙ୍କର ବାପା-ମା କିମ୍ବା ପ୍ରାଥମିକ ଶିକ୍ଷକ ତେବେ ଏନ୍ସିଇଆରଟି ଆପଣଙ୍କ ପାଇଁ ଏକ ସୁବିଧା ଆରମ୍ଭ କରିଛି। ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ୩ରୁ ୮ ବର୍ଷର ଶିଶୁଙ୍କ ପାଇଁ ନୂଆ ଡିଜିଟାଲ ପଦକ୍ଷେପ ଇ-ମ୍ୟାଜିକ୍ ବକ୍ସ ଆପ୍ ଲଞ୍ଚ କରିଛି।

ଏହି ଆପ୍ ସେହି ବୟସର ପିଲାଙ୍କ ଉପରେ କେନ୍ଦ୍ରିତ,ଯେଉଁଠି ଶଖିବାର ମୂଳଦୁଆ ତିଆରି ହେଉଛି ଓ ଜୀଜ୍ଞାସା ନିଜର ଚରମ ସୀମାରେ ରହିଥାଏ। ସବୁଠାରୁ ଖାସ୍ କଥା ଏହା ଯେ, ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଥିବା ତିନୋଟି ସ୍ମାର୍ଟ ବଟ୍ ରହିଛି, ଯାହାକି ବାପା-ମା ଓ ଶିକ୍ଷକଙ୍କ ପ୍ରଶ୍ନର ତୁରନ୍ତ ଜବାବ ଦେଇଥାଏ।

ଇ-ମ୍ୟାଜିକ୍ ବକ୍ସରେ କ’ଣ ରହିଛି ଖାସ୍ ?

-କଥା ସଖି : ପିଲାଙ୍କ ପାଇଁ କାହାଣୀ ଓ ରଚନାତ୍ମକ ସାମଗ୍ରୀ ଉପଲବ୍ଧ ରହିଛି

-ପ୍ୟାରେଣ୍ଟ ତାରା: ବାପା-ମାଙ୍କୁ ପିଲାଙ୍କୁ ଶିଖାଇବାର ପକ୍ରିୟା ସମ୍ପର୍କରେ ପ୍ରଶ୍ନରେ ମାର୍ଗ ଦର୍ଶନ ଦେଇଥାଏ।

-ଟିଚର ତାରା : ଶିକ୍ଷକଙ୍କୁ କ୍ଲାସରେ ଭଲ ଭାବରେ ଯୋଗାଯୋଗ ଓ ଶିକ୍ଷାଦାନ ପରାମର୍ଶ ଦେଇଥାନ୍ତି।

କିଙ୍ଗଡମ୍ ଅଫ୍ ଲର୍ଣ୍ଣିଂ ଆଣ୍ଡ ଲର୍ଣ୍ଣିଂ ଅଭିଯାନ ଆରମ୍ଭ

ଆପ୍ ଲଞ୍ଚ କରିବା ସହିତ, NCERT 'କିଙ୍ଗଡମ୍ ଅଫ୍ ଲର୍ଣ୍ଣିଂ ଆଣ୍ଡ ଲର୍ଣ୍ଣିଂ’ ନାମକ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛି, ଯାହାର ଲକ୍ଷ୍ୟ ହେଉଛି ଏହି ଡିଜିଟାଲ୍ ଉପକରଣଗୁଡ଼ିକ ସହିତ ଅଭିଭାବକ ଏବଂ ଶିକ୍ଷକଙ୍କୁ ସକ୍ରିୟ ଭାବରେ ଯୋଡିବା।

ଆପ୍ ଆକ୍ସେସ୍ କରିବା ପାଇଁ ବହୁବିଧ ବିକଳ୍ପ

NCERT ଏହାକୁ କେବଳ ଏକ ମୋବାଇଲ୍ ଆପ୍ ପର୍ଯ୍ୟନ୍ତ ସୀମିତ କରିନାହିଁ। ଏହାକୁ ବହୁବିଧ ମାଧ୍ୟମରେ ଆକ୍ସେସ୍ କରାଯାଇପାରିବ:

ମୋବାଇଲ ଆପ୍:ଆଣ୍ଡ୍ରଏଡ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ଉପଲବ୍ଧ ।

ହ୍ବାଟସଆପ୍ ଓ ଟେଲିଗ୍ରାମ୍: AI ବଟ୍ ସିଦା ମେସେଜିଂ ପ୍ଲାଟଫର୍ମରେ ଉପଲବ୍ଧ।

IVRSସେବା:ଟୋଲ୍-ଫ୍ରି ନମ୍ବର ୧୮୦୦-୨୧୨-୦୧୭୩ କିମ୍ବା ୧୫୧୦୮ ଡାଏଲ୍ କରି ‘ଷ୍ଟୋରୀ ଅଫ୍ ଦ ଡେ’,ସଙ୍ଗ୍ ଅଫ୍ ଦ ଡେ ଓ କ୍ବେଶ୍ଚିନ୍ ଅଫ୍ ଦ ଡେ’ ଶୁଣିପାରିବେ। ତାହା ପୁଣି ନିଜା ଭାବରେ। ଏହି ସୁବିଧା ସେହି ପରିବାର ପାଇଁ ମଧ୍ୟ ଉପଯୋଗୀ ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍ ନାହିଁ।