ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସଂପତ୍ତି ବିକ୍ରି କରି ଋଣ ଶୁଝିବ Go First : ଏନସିଏଲଟିର ଅନୁମୋଦନ

Published By : Prameya | January 20, 2025 7:08 PM

ନୂଆଦିଲ୍ଲୀ : ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନସିଏଲଟି) ସୋମବାର ବନ୍ଦ ଥିବା ବଜେଟ୍‌ ଏୟାରଲାଇନ୍‌ ଗୋ ଫାର୍ଷ୍ଟର ଲିକ୍ୱିଡେସନକୁ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ନ୍ୟାୟିକ ସଦସ୍ୟ ମହେନ୍ଦ୍ର ଖଣ୍ଡେଲୱାଲ ଓ ଟେକ୍ନିକାଲ ସଦସ୍ୟ ଡା. ସଞ୍ଜୀବ ରଞ୍ଜନଙ୍କ ପୀଠ ଦ୍ୱାରା ଦିଆଯାଇଛି, ଯିଏକି ଏୟାର ଲାଇନ୍‌ର ଲେଣ୍ଡର୍ସ ସମିତି ( ସିଓସି) ଦ୍ୱାରା ପ୍ରସ୍ତୁତ ଆବେଦନ ପକ୍ଷରେ ରାୟ ଶୁଣାଇଛନ୍ତି। 

କହି ରଖୁଛୁ କି, ଲିକ୍ୱିଡେସନ ଅନୁସାରେ , କୌଣସି କମ୍ପାନୀର ସଂପତ୍ତିକୁ ବିକ୍ରି କରି ଏହାର ଋଣର ପରିଶୋଧ କରାଯାଏ। ଏହି ପ୍ରକ୍ରିୟା ପରେ କମ୍ପାନୀର ଅସ୍ତିତ୍ୱ ବି ଶେଷ ହୋଇଯାଏ। 

ୱାଡିଆ ଗ୍ରୁପ୍‌ର ମାଲିକାନାରେ ଥିବା ଗୋ ଫାର୍ଷ୍ଟ ୨ ମେ, ୨୦୨୩ରେ ପରିଚାଳନା ବନ୍ଦ କରି ଦେଇ ଥିଲା ଏବଂ ଦେବାଳିଆପଣ ସଂହିତା (ଆଇବିସି)ଧାରା ୧୦ ଅନୁସାରେ ୧୦ ମେ’ ରେ ସ୍ୱେଚ୍ଛାକୃତ ଭାବେ ଦେବାଳିଆ କାର୍ଯ୍ୟବାହୀର ଦାବି କରି ଥିଲା। କର୍ପୋରେଟ୍‌ ଦେବାଳିଆ ସମାଧାନ ପ୍ରକ୍ରିୟା (ସିଆଇଆରପି)ରେ ପ୍ରବେଶ ପରେ ଏୟାରଲାଇନର ସଂପତ୍ତି ଓ ପରିଚାଳନାର ଦେଖାଶୁଣା ପାଇଁ ଏକ ରିଜଲ୍ୟୁସନ ପ୍ରୋଫେସନାଲ (ଆରପି) ନିଯୁକ୍ତ କରାଯାଇ ଥିଲା। ହେଲେ ସିଓସି ବିମାନ ଓ ପରିଚାଳନା ସଂଶାଧନର ହ୍ରାସ ହେବା ଦର୍ଶାଇ ସେପ୍ଟେମ୍ୱର ୨୦୨୪ରେ ନିର୍ଦ୍ଧାରିତ କରିଥିଲା କି, ଏୟାରଲାଇନ ପାଖରେ ରିଭାଇଭଲର ଆଉ କୌଣସି ରାସ୍ତା ନାହିଁ ଏବଂ ଲିକ୍ୱିଡେସନ ପାଇଁ ଦାୟର କରାଯାଇ ଥିଲା।

କହି ରଖୁଛୁ କି, ଏୟାରଲାଇନ୍ ଉପରେ ମୋଟ୍‌ ପାଖାପାଖି ୧୧,୦୦୦ କୋଟି ଟଙ୍କାର ଋଣ ଅଛି। ଏହା ଉପରେ ବ୍ୟାଙ୍କ ଗୁଡ଼ିକର ୬,୫୨୧ କୋଟି ଟଙ୍କା ବକେୟା ଅର୍ଥ ରାଶି ରହିଛି। ଏଥିରେ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ୧,୯୮୭ କୋଟି ଟଙ୍କାର ସବୁଠୁ ବଡ଼ ଲେଣ୍ଡର ହୋଇଛି। ଏହାପରେ ବ୍ୟାଙ୍କ ଅଫ୍ ବରୋଦା ୧,୪୩୦ କୋଟି , ଡ୍ୟୁଶ୍‌ ବ୍ୟାଙ୍କ୍‌ ୧,୩୨୦ କୋଟି ଓ ଆଇଡିବିଆଇ ବ୍ୟାଙ୍କ ୫୮ କୋଟି ଟଙ୍କା ରହିଛି। ଏହା ବ୍ୟତୀତ, ଏୟାରଲାଇନ ଉପରେ ବିମାନ ଲିଜ୍‌ରେ ଦେଇଥିବା ବ୍ୟକ୍ତିଙ୍କ ୨,୦୦୦ କୋଟି ଟଙ୍କା, ବିକ୍ରେତାଙ୍କର ୧,୦୦୦କୋଟି ଟଙ୍କା , ଟ୍ରାଭେଲ୍‌ ଏଜେଣ୍ଟଙ୍କର ୬୦୦ କୋଟି ଓ ଗ୍ରାହକଙ୍କ ରିଫଣ୍ଡ ୫୦୦ କୋଟି ଟଙ୍କା ବକେୟା ରହିଛି। 

ସେପଟେ ଗୋ ଫାର୍ଷ୍ଟ କୋଭିଡ-୧୯ ମହାମାରୀ ବେଳେ ଆରମ୍ଭ ହୋଇଥିବା ସରକାରର ଏମର୍ଜେନ୍ସି ଲୋନ୍‌ ସ୍କିମ୍‌ ଅନୁସାରେ , ୧,୨୯୧ କୋଟି ଟଙ୍କାର ଉଧାର ବି ନେଇଥିଲା। ଏୟାରଲାଇନ୍‌ର ଟପ୍‌ ସମ୍ପତ୍ତି ଗୁଡ଼ିକ ମଧ୍ୟରେ ଥାନେରେ ୯୪ ଏକର ଜମିର ପାର୍ସଲ, ଯାହାର ଦାମ୍‌ ପାଖାପାଖି ୩,୦୦୦ କୋଟି ଟଙ୍କା ଅଛି। ମୁମ୍ୱାଇରେ ଏକ ଏୟାରବସ୍‌ ଟ୍ରେନିଂ ଫେସିଲିଟି ଓ ଏହାର ମୁଖ୍ୟାଳୟ ସାମିଲ୍‌ ଅଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.