ନୂଆଦିଲ୍ଲୀ : ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନସିଏଲଟି) ସୋମବାର ବନ୍ଦ ଥିବା ବଜେଟ୍‌ ଏୟାରଲାଇନ୍‌ ଗୋ ଫାର୍ଷ୍ଟର ଲିକ୍ୱିଡେସନକୁ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ନ୍ୟାୟିକ ସଦସ୍ୟ ମହେନ୍ଦ୍ର ଖଣ୍ଡେଲୱାଲ ଓ ଟେକ୍ନିକାଲ ସଦସ୍ୟ ଡା. ସଞ୍ଜୀବ ରଞ୍ଜନଙ୍କ ପୀଠ ଦ୍ୱାରା ଦିଆଯାଇଛି, ଯିଏକି ଏୟାର ଲାଇନ୍‌ର ଲେଣ୍ଡର୍ସ ସମିତି ( ସିଓସି) ଦ୍ୱାରା ପ୍ରସ୍ତୁତ ଆବେଦନ ପକ୍ଷରେ ରାୟ ଶୁଣାଇଛନ୍ତି। 

କହି ରଖୁଛୁ କି, ଲିକ୍ୱିଡେସନ ଅନୁସାରେ , କୌଣସି କମ୍ପାନୀର ସଂପତ୍ତିକୁ ବିକ୍ରି କରି ଏହାର ଋଣର ପରିଶୋଧ କରାଯାଏ। ଏହି ପ୍ରକ୍ରିୟା ପରେ କମ୍ପାନୀର ଅସ୍ତିତ୍ୱ ବି ଶେଷ ହୋଇଯାଏ। 

ୱାଡିଆ ଗ୍ରୁପ୍‌ର ମାଲିକାନାରେ ଥିବା ଗୋ ଫାର୍ଷ୍ଟ ୨ ମେ, ୨୦୨୩ରେ ପରିଚାଳନା ବନ୍ଦ କରି ଦେଇ ଥିଲା ଏବଂ ଦେବାଳିଆପଣ ସଂହିତା (ଆଇବିସି)ଧାରା ୧୦ ଅନୁସାରେ ୧୦ ମେ’ ରେ ସ୍ୱେଚ୍ଛାକୃତ ଭାବେ ଦେବାଳିଆ କାର୍ଯ୍ୟବାହୀର ଦାବି କରି ଥିଲା। କର୍ପୋରେଟ୍‌ ଦେବାଳିଆ ସମାଧାନ ପ୍ରକ୍ରିୟା (ସିଆଇଆରପି)ରେ ପ୍ରବେଶ ପରେ ଏୟାରଲାଇନର ସଂପତ୍ତି ଓ ପରିଚାଳନାର ଦେଖାଶୁଣା ପାଇଁ ଏକ ରିଜଲ୍ୟୁସନ ପ୍ରୋଫେସନାଲ (ଆରପି) ନିଯୁକ୍ତ କରାଯାଇ ଥିଲା। ହେଲେ ସିଓସି ବିମାନ ଓ ପରିଚାଳନା ସଂଶାଧନର ହ୍ରାସ ହେବା ଦର୍ଶାଇ ସେପ୍ଟେମ୍ୱର ୨୦୨୪ରେ ନିର୍ଦ୍ଧାରିତ କରିଥିଲା କି, ଏୟାରଲାଇନ ପାଖରେ ରିଭାଇଭଲର ଆଉ କୌଣସି ରାସ୍ତା ନାହିଁ ଏବଂ ଲିକ୍ୱିଡେସନ ପାଇଁ ଦାୟର କରାଯାଇ ଥିଲା।

କହି ରଖୁଛୁ କି, ଏୟାରଲାଇନ୍ ଉପରେ ମୋଟ୍‌ ପାଖାପାଖି ୧୧,୦୦୦ କୋଟି ଟଙ୍କାର ଋଣ ଅଛି। ଏହା ଉପରେ ବ୍ୟାଙ୍କ ଗୁଡ଼ିକର ୬,୫୨୧ କୋଟି ଟଙ୍କା ବକେୟା ଅର୍ଥ ରାଶି ରହିଛି। ଏଥିରେ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ୧,୯୮୭ କୋଟି ଟଙ୍କାର ସବୁଠୁ ବଡ଼ ଲେଣ୍ଡର ହୋଇଛି। ଏହାପରେ ବ୍ୟାଙ୍କ ଅଫ୍ ବରୋଦା ୧,୪୩୦ କୋଟି , ଡ୍ୟୁଶ୍‌ ବ୍ୟାଙ୍କ୍‌ ୧,୩୨୦ କୋଟି ଓ ଆଇଡିବିଆଇ ବ୍ୟାଙ୍କ ୫୮ କୋଟି ଟଙ୍କା ରହିଛି। ଏହା ବ୍ୟତୀତ, ଏୟାରଲାଇନ ଉପରେ ବିମାନ ଲିଜ୍‌ରେ ଦେଇଥିବା ବ୍ୟକ୍ତିଙ୍କ ୨,୦୦୦ କୋଟି ଟଙ୍କା, ବିକ୍ରେତାଙ୍କର ୧,୦୦୦କୋଟି ଟଙ୍କା , ଟ୍ରାଭେଲ୍‌ ଏଜେଣ୍ଟଙ୍କର ୬୦୦ କୋଟି ଓ ଗ୍ରାହକଙ୍କ ରିଫଣ୍ଡ ୫୦୦ କୋଟି ଟଙ୍କା ବକେୟା ରହିଛି। 

ସେପଟେ ଗୋ ଫାର୍ଷ୍ଟ କୋଭିଡ-୧୯ ମହାମାରୀ ବେଳେ ଆରମ୍ଭ ହୋଇଥିବା ସରକାରର ଏମର୍ଜେନ୍ସି ଲୋନ୍‌ ସ୍କିମ୍‌ ଅନୁସାରେ , ୧,୨୯୧ କୋଟି ଟଙ୍କାର ଉଧାର ବି ନେଇଥିଲା। ଏୟାରଲାଇନ୍‌ର ଟପ୍‌ ସମ୍ପତ୍ତି ଗୁଡ଼ିକ ମଧ୍ୟରେ ଥାନେରେ ୯୪ ଏକର ଜମିର ପାର୍ସଲ, ଯାହାର ଦାମ୍‌ ପାଖାପାଖି ୩,୦୦୦ କୋଟି ଟଙ୍କା ଅଛି। ମୁମ୍ୱାଇରେ ଏକ ଏୟାରବସ୍‌ ଟ୍ରେନିଂ ଫେସିଲିଟି ଓ ଏହାର ମୁଖ୍ୟାଳୟ ସାମିଲ୍‌ ଅଛି।