ନୂଆଦିଲ୍ଲୀ,୪।୯: ସାଧାରଣତ ଆମେ ଯେତେବେଳେ ୟୁପିଆଇରୁ ଟଙ୍କା ପଠାଉ, ତେବେ ୧ ଲକ୍ଷ ଟଙ୍କାର ସୀମ ରହିଥାଏ। କିନ୍ତୁ ଏବେ ୧୫ ସେପ୍ଟମ୍ବର ୨୦୨୫ ରୁ ଏହି ଲିମିଟ୍ କିଛି ଖାସ୍ ଲେଣଦେଣ ପାଇଁ ବଢିଯାଇଛି। ଏନ୍ପିସିଆଇ ଏହି ପରିବର୍ତ୍ତନ ନେଇ ଘୋଷଣା କରିଛି। ଯାହାଦ୍ବାରା ଟ୍ୟାକ୍ସ ଭରିବା, ବୀମା ପ୍ରିମିୟମ ଦେବା, ଲୋନ୍ ଇଏମ୍ଆଇ ଦେବା, ସେୟାର ବଜାରରେ ନିବେଶ କରିବା ଭଳି ଟ୍ରାଞ୍ଜକସନ୍ରେ ଏବେ ୨୪ ଘଣ୍ଟାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଇହେବ।
ଚଳିତ ବର୍ଷ ଟ୍ୟାକ୍ସ ଭରିବାର ଶେଷ ତାରିଖ ୧୫ ସେପ୍ଟମ୍ବର ୨୦୨୫ ରହିଛି। ଏହି କାରଣୁ ଏନପିସିଆଇ ଟ୍ୟାକ୍ସ ସମ୍ପର୍କିତ ୟୁପିଆଇ ଟ୍ରାଞ୍ଜାକନ୍ର ଲିମିଟ୍କୁ ବଢାଇ ୫ ଲକ୍ଷ ପ୍ରତି ଟ୍ରାଞ୍ଜାକସନ୍ ଓ ୧୦ ଲକ୍ଷ ଟଙ୍କା ପ୍ରତି ୨୪ ଘଣ୍ଟାରେ କରି ଦେଇଛନ୍ତି। ଏହାର ଲାଭ ସେହି ଲୋକଙ୍କୁ ମିଳିବ ଯେଉଁମାନେ ଅଧିକ ଟଙ୍କା ୟୁପିଆଇରୁ ପେ’ କରିବାକୁ ଚାହାଁନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଲିମିଟ୍ କାରଣରୁ ରହି ଯାଉଥିଲା।
ଏହି ପରିବର୍ତ୍ତନ କେବଳ P2M (ପର୍ସନ ଟୁ ମର୍ଚ୍ଚାଣ୍ଟ) ଟ୍ରାଞ୍ଜାକସନ୍ ଉପରେ ଲାଗୁ ହେବ। ଅର୍ଥାତ ଯେତେବେଳେ ଆପଣ ବୀମା କମ୍ପାନୀ, ବ୍ରୋକରେଜ ଫର୍ମ, ଟ୍ୟାକ୍ସ ପୋର୍ଟାଲ କିମ୍ବା ବ୍ୟାଙ୍କ ଆଦିକୁ ଦେଇ ପାରିବେ। ସେଭଳି P2M (ପର୍ସନ ଟୁ ପର୍ସନ)ଟ୍ରାଞ୍ଜାକସନ୍ର ଲିମିଟ୍ ଏବେ ବି ୧ ଲକ୍ଷ ଟଙ୍କା ପ୍ରତିଦିନ ରହିଛି।
ଟିକସ ପେମେଣ୍ଟ (MCC 9311): ଏବେ UPI ମାଧ୍ୟମରେ ଏକ ସମୟରେ ୫ ଲକ୍ଷ ଟଙ୍କା ଏବଂ ୨୪ ଘଣ୍ଟାରେ ୧୦ ଲକ୍ଷ ଟଙ୍କା ପୈଠ କରାଯାଇପାରିବ।
ବୀମା ଏବଂ ପୁଞ୍ଜି ବଜାର: ପୂର୍ବରୁ ସୀମା ୨ ଲକ୍ଷ ଟଙ୍କା ଥିଲା, ଏବେ ପ୍ରତି କାରବାର ପାଇଁ ୫ ଲକ୍ଷ ଏବଂ ପ୍ରତିଦିନ ୧୦ ଲକ୍ଷ।
ଋଣ EMI, B2B ସଂଗ୍ରହ: ଏହି ସମସ୍ତର ମଧ୍ୟ ପ୍ରତି କାରବାର ପାଇଁ ୫ ଲକ୍ଷ ଏବଂ ୨୪ ଘଣ୍ଟା ପାଇଁ ୧୦ ଲକ୍ଷ ସୀମା ଅଛି।
କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ: ପୂର୍ବରୁ ସୀମା ୨ ଲକ୍ଷ ଟଙ୍କା ଥିଲା, ଏବେ ପ୍ରତି କାରବାର ପାଇଁ ୫ ଲକ୍ଷ ଟଙ୍କା ଏବଂ ପ୍ରତିଦିନ ୬ ଲକ୍ଷ ସୀମା ରହିବ।
ବିଦେଶୀ ମୁଦ୍ରା (FX ଖୁଚୁରା): ବର୍ତ୍ତମାନ ବିଦେଶୀ ମୁଦ୍ରା କ୍ରୟ ଏବଂ ବିକ୍ରୟ ପାଇଁ ପ୍ରତି କାରବାର ପାଇଁ ୫ ଲକ୍ଷ ଟଙ୍କାର ସୀମା ମଧ୍ୟ ପ୍ରଯୁଜ୍ୟ ହେବ।
ଡିଜିଟାଲ୍ ଆକାଉଣ୍ଟ ଏବଂ FD: ଏବେ ଡିଜିଟାଲ୍ ସଞ୍ଚୟ ଆକାଉଣ୍ଟ ଖୋଲିବା ଓ ଏଫଡି ତିଆରି କରିବା ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ଲେଣଦେଣର ଛାଡ ରହିଛି।