ମୁମ୍ୱାଇ,୧୩/୦୩: ପଞ୍ଚାୟତର ମଞ୍ଜୁ ଦେବୀ କ’ଣ ୬୬ ବର୍ଷ ବୟସରେ ମାଆ ହେବେ? ଏହା ଆମେ ନୁହେଁ ବରଂ ନୀନା ଗୁପ୍ତାଙ୍କ ଭାଇରାଲ ଫଟୋ ଏବଂ ଭିଡିଓ ଦେଖିବା ପରେ ଫ୍ୟାନ୍ସ କହୁଛନ୍ତି।  ନିକଟରେ ଅଭିନେତ୍ରୀ ନୀନା ଗୁପ୍ତା ତାଙ୍କ ସ୍ୱାମୀଙ୍କ ସହିତ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହ ରିସେପ୍ସନରେ ପହଞ୍ଚିଥିଲେ। ଯେଉଁଠାରେ ପାପାରାଜିଙ୍କ ପାଇଁ ପୋଜ୍ ଦେଉଥିବା ସମୟରେ ତାଙ୍କର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପରେ ଲୋକମାନେ ପ୍ରତିକ୍ରିୟା ଦେଇଥିଲେ ଏବଂ ଦାବି କରାଯାଇଥିଲା ଯେ ପଞ୍ଚାୟତ ଅଭିନେତ୍ରୀ ନୀନା ଗୁପ୍ତା ମା ହେବାକୁ ଯାଉଛନ୍ତି। 

କିନ୍ତୁ ବଲିଉଡ ହଙ୍ଗାମାକୁ ଦିଆଯାଇଥିବା ଏକ ସାମ୍ପ୍ରତିକ ସାକ୍ଷାତକାରରେ, ଅଭିନେତ୍ରୀ ଗର୍ଭବତୀ ଖବର ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ମୁଁ ମଧ୍ୟ ଏହା ଚାହୁଁଛି:.. ମୋର ଇଚ୍ଛା ସତରେ ସମସ୍ତେ ଯେମିତି କୁହନ୍ତୁ ବଧାଇ ହୋ।ସାକ୍ଷାତକାରରେ ଅଭିନେତ୍ରୀ ଆହୁରି ହିଛନ୍ତି, "'ବଧାଇ ହୋ' ଭଳି କୌଣସି ଦୃଶ୍ୟ ନାହିଁ। ମୁଁ ଗର୍ଭବତୀ ନୁହେଁ। ସତ ହେଉଛି, ଶାଢ଼ିର କପଡ଼ା ବହୁତ ମୋଟା ଓ ଅଧିକ ଥିଲା, ଯାହା ଯୋଗୁଁ ମୋର ପେଟ ବାହାରକୁ ବାହାରିଥିବା ଦେଖାଯାଉଥିଲା।"

ସେ ଆହୁରି କହିଛନ୍ତି, "କିନ୍ତୁ ମୁଁ କହିବାକୁ ବାଧ୍ୟ, ଏହି ବୟସରେ ମୋ ବିଷୟରେ ଗର୍ଭଧାରଣ ଖବର ଆସିବାରେ ମୁଁ ପ୍ରକୃତରେ ଖୁସି। ଏହା ଦର୍ଶାଉଛି ଯେ ଆମେ ଏକ ରାଷ୍ଟ୍ର ଭାବରେ ବିକଶିତ ହେଉଛୁ।" ନୀନା ଗୁପ୍ତାଙ୍କ ଗର୍ଭବତୀ ହେବା ବିଷୟରେ ଗୁଜବ ପ୍ରଥମେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ରିସେପ୍ସନରେ ପ୍ରକାଶ ପାଇଥିଲା। ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ସହ ଧଳା ଶାଢ଼ି ପିନ୍ଧି ଆସିଥିଲେ। ପାପାରାଜିଙ୍କ ପାଇଁ ତାଙ୍କର ପୋଜ୍ ଦେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ଫଳରେ ଲୋକମାନେ ପଞ୍ଚାୟତ ଅଭିନେତ୍ରୀଙ୍କ ଗର୍ଭବତୀ ହେବା ବିଷୟରେ ଅନୁମାନ କରିବାକୁ ଲାଗିଲେ। 
ଆହୁରି ପଢନ୍ତୁ-କ୍ରିତିକାଙ୍କ ପ୍ରେମରେ ପାଗଳ ଗୌରବ, ରିସେପସନ୍‌ରେ ସଲମାନଙ୍କ ଗୀତ 'ମୁଝ୍‌ସେ ସାଦି କରୋଗି'ରେ ଝୁମିଲେ...

ଅଭିନେତ୍ରୀ ନୀନା ଗୁପ୍ତା ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଖବରରେ ଅଛନ୍ତି।  ୧୯୯୦ ମସିହାରେ, ସେ ପୂର୍ବତନ ୱେଷ୍ଟଇଣ୍ଡିଜ୍ କ୍ରିକେଟର ଭିଭିଆନ୍ ରିଚାର୍ଡସଙ୍କ ସହ ସମ୍ପର୍କରେ ଥିଲେ। ତାଙ୍କଠାରୁ ତାଙ୍କର ଏକ ଝିଅ ମସାବା ଗୁପ୍ତା ଅଛନ୍ତି। ୨୦୦୮ ମସିହାରେ ସେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ବିବେକ ମେହେରାଙ୍କୁ ବିବାହ କରିଥିଲେ, ଯାହା ତାଙ୍କୁ ଚର୍ଚ୍ଚାର ବିଷୟ କରିଥିଲା। "ବଧାଇ ହୋ" ଚଳଚ୍ଚିତ୍ରରେ, ନୀନା ଗୁପ୍ତା ଏଥିରେ ଏକ ଅଂଶ ଥିଲେ, ଜଣେ ୨୫ ବର୍ଷୀୟ ପୁଅର ମାଆ ଭୂମିକାରେ ଅଭିନୟ କରିଥିଲେ, ଯିଏ ଗର୍ଭବତୀ ହୁଏ।