ମୁମ୍ବାଇ,୧୩/୦୩; ହାତକୁ ଦୁଇ ହାତ ହୋଇଛନ୍ତି ଗୌରବ-କ୍ରିତିକା । ବଲିଉଡ ଅଭିନେତ୍ରୀ କ୍ରିତିକା ଏବଂ ଲୋକପ୍ରିୟ କ୍ରିକେଟ ହୋଷ୍ଟ ଗୌରବ କପୁର ବିବାହ କରିଛନ୍ତି । ସେମାନଙ୍କ ବିବାହ ଫଟେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି । ପ୍ରଶଂସକମାନ ଦମ୍ପତିଙ୍କ ସରଳ ସୁନ୍ଦର ବିବାହକୁ ଖୁବ ପସନ୍ଦ କରିଛନ୍ତି । ବିବାହ ପରେ କପଲ ଏକ ଗ୍ରାଣ୍ଡ ରିସେସପନ ପାର୍ଟି ଦେଇଛନ୍ତି । ଯେଉଁଥିରେ କେବଳ ଦମ୍ପତ୍ତିଙ୍କ ନକଟତର ବନ୍ଧୁ ଏବଂ ସମ୍ପର୍କୀୟ ଯୋଗ ଦେଇଛନ୍ତି । ମାର୍ଚ୍ଚ ୧୧ ତାରିଖରେ ଗୌରବ ଏବଂ କ୍ରିତିକା ରେଜେଷ୍ଟ୍ରୀ ମ୍ୟାରେଜ କରିଥିଲେ ।
ଗୌରବ କପୁର ଏବଂ କ୍ରିତ୍ରିକା କାମରାଙ୍କର ବାହାଘର ସରିଛି । ଗତକାଲି ଗ୍ରାଣ୍ଡ ରିସେପସନ ପାର୍ଟି ଦେଇଛନ୍ତି କପୁଲ । ଏଥିରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି ଗୌରବ-କ୍ରିତିକା । ଗତକାଲି ସନ୍ଧ୍ୟାରେ ମୁମ୍ବାଇରେ ଏକ ଭବ୍ୟ ରିସେପସନ୍ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ବଲିଉଡ ସେଲିବ୍ରିଟି ଏବଂ କ୍ରିକେଟ ତାରକାମାନେ ସାମିଲ ହୋଇଥିଲେ । ସଚିନ ତେନ୍ଦୁଲକରଙ୍କ ସମେତ ଅନେକ କିମ୍ବଦନ୍ତୀ କ୍ରିକେଟ ପାର୍ଟିରେ ଯୋଗ ଦେଇଥିଲେ । ପାର୍ଟିର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ନବବିବାହିତ ଦମ୍ପତି ଗୌରବ ଏବଂ କ୍ରିତିକାଙ୍କୁ ରିସେପସନରେ ରୋମାଣ୍ଟିକ କେମେଷ୍ଟ୍ରୀ ଦେଖିବାକୁ ମିଳିଥିଲା । କ୍ରିକେଟ ହୋଷ୍ଟ ତାଙ୍କ ପତ୍ନୀଙ୍କ ଆଗରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ । ସଲମାନଙ୍କ ସୁପହିଟ୍ ଗୀତ 'ମୁଝସେ ସାଦି କରୋଗି'ରେ ନାଚିଥିଲେ । କ୍ରିତିକା ବି ତାଙ୍କ ସହ ଷ୍ଟେପ କରିଥିଲେ ।
ଏହା ବି ପଢନ୍ତୁ...ସଲମାନ ଖାନ ଓ ଅଭିନବ କଶ୍ୟପଙ୍କ ବିବାଦ , ଅନୁରାଗ କଶ୍ୟପ କହିଲେ କାହିଁକି ସେ ଥିଲେ ନିରବ
ଗୌରବ ଉତ୍ସାହର ସହିତ କ୍ରିତିକାଙ୍କ ବନ୍ଧୁମାନଙ୍କ ସହିତ ଗୀତରେ ନାଚିଲେ। କ୍ରିତିକା ମଧ୍ୟ କ୍ରିକେଟ୍ ହୋଷ୍ଟଙ୍କ ସହିତ ନାଚିଥିଲେ । ସୋସିଆଲ ମିଡିଆରେ କ୍ରିକେଟ ହୋଷ୍ଟଙ୍କ ଏହି ଷ୍ଟାଇଲକୁ ବେଶ୍ ପ୍ରଶଂସା କରିଛନ୍ତି । କ୍ରିତିକା ଏବଂ ଗୌରବଙ୍କ ଯୋଡିକୁ ଭଲ ପାଇବା ଦେଇଛନ୍ତି । ଦୀର୍ଘ ଦିନ ହେବ ଗୌରବ ଏବଂ କ୍ରିତିକା ପରସ୍ପରକୁ ଡେଟ୍ କରୁଥିଲେ । ଗତବର୍ଷ ସେମାନଙ୍କ ସମ୍ପର୍କକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିଥିଲେ । ଏବେ ସେମାନେ ବିବାହିତ । ଗୌରବଙ୍କର ଏହି ଦ୍ୱିତୀୟ ବିବାହ । ଅଭିନେତ୍ରୀ କିରତ ଭଟ୍ଟଲଙ୍କ ସହ ତାଙ୍କର ପ୍ରଥମ ବିବାହ ହୋଇଥିଲା । ହେଲେ ତାହା ବେଶୀ ଦିନ ତିଷ୍ଠି ନଥିଲା । ୨୦୨୧ରେ ସେମାନେ ଅଲଗା ହୋଇଥିଲା ।