ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଏୟାର ଇଣ୍ଡିଆ ବିମାନରେ ଚୋକ୍‌ସି, ନିରବଙ୍କୁ ଅଣାଯିବ: କ୍ୟାରିବିୟାନ୍‌ ରାଷ୍ଟ୍ରରେ ଲୁଚିଛନ୍ତି

ନୂଆଦିଲ୍ଲୀ,୨୭ା୧(ଏଜେନ୍ସି): ୧୩,୫୦୦ କୋଟି ଟଙ୍କାର ପିଏନ୍‌ବି ସ୍କାମ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଏବଂ ତାଙ୍କ ମାମୁ ମେହୁଲ୍‌ ଚୋକ୍‌ସିଙ୍କୁ ଭାରତ ଅଣାଯିବ । ମୋଦି ସରକାର ଏହାକୁ ବାସ୍ତବ ରୂପ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏହି ଅଭିଯୁକ୍ତଦ୍ୱୟଙ୍କୁ ଭାରତ ଆଣିବା ପାଇଁ ଏୟାର ଇଣ୍ଡିଆ ବିମାନ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି । ସୂତ୍ର ମୁତାବକ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ୱେଷ୍ଟ ଇଣ୍ଡିଜ୍‌ ଗସ୍ତ କରିବେ ।
ଉଲ୍ଲେଖଥାଉ କି ପଳାତକ ଅରବପତି ବ୍ୟବସାୟୀ ମେହୁଲ ଚୋକ୍‌ସି ଏବଂ ୱିନ୍‌ସମ୍‌ ଡାଏମଣ୍ଡ୍‌ସର ପ୍ରମୋଟର ଜତିନ୍‌ ମେହେଟ୍ଟା ଭାରତର କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇବା ପାଇଁ କିଛି କ୍ୟାରିବିୟାନ୍‌ ରାଷ୍ଟ୍ରର ନାଗରିକ କାର୍ଯ୍ୟକ୍ରମକୁ ଅପବ୍ୟବହାର କରିଛନ୍ତି । ବିପୁଳ ଅର୍ଥ ବ୍ୟୟ କରି ସେମାନେ ନାଗରିକତ୍ୱ ହାସଲ କରିଛନ୍ତି । ଜତିନ୍‌ ମେହେଟ୍ଟା କିଛି ବର୍ଷ ପୂର୍ବେ ସେଣ୍ଟ କିଟ୍‌ସ ଓ ନେଭିସ୍‌ର ନାଗରିକତ୍ୱ ହାସଲ କରିଥିବା ବେଳେ ଚୋକ୍‌ସି ନିକଟରେ ଆଣ୍ଟିଗୁଆ ଏବଂ ବାର୍‌ବୁଆଡ଼ାର ନାଗରିକତା ହାସଲ କରିଛନ୍ତି । ଏହି ଦେଶଗୁଡ଼ିକ ୧୩୨ ଦେଶକୁ ଭିସାମୁକ୍ତ ଭ୍ରମଣ ସୁଯୋଗ ପ୍ରଦାନ କରୁଛନ୍ତି । ଫଳରେ ଏମାନେ ଅବାଧରେ ବିଦେଶ ଭ୍ରମଣ କରୁଛନ୍ତି । ତଦନ୍ତକାରୀ ସଂସ୍ଥାଗୁଡ଼ିକ ମୁତାବକ ଭାରତୀୟ ଅର୍ଥନୈତିକ ଅପରାଧୀମାନେ କିଛି ପରିମାଣର ନିବେଶ କରି ସହଜରେ କ୍ୟାରିବିୟାନ୍‌ ରାଷ୍ଟ୍ରଗୁଡ଼ିକର ନାଗରିକତ୍ୱ ହାସଲ କରିପାରୁଛନ୍ତି । ଏହି ଦେଶଗୁଡ଼ିକ ସହ ପ୍ରତ୍ୟର୍ପଣ ଚୁକ୍ତି ହୋଇନଥିବାରୁ ଏହା ସେମାନଙ୍କୁ ଅଧିକ ସୁହାଉଛି ଏବଂ ସେମାନେ ଏହି ଦେଶଗୁଡ଼ିକରେ ସହଜରେ ଆତ୍ମଗୋପନ କରିପାରୁଛନ୍ତି । ଏମାନଙ୍କୁ ଭାରତ ଆଣିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.