ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ନେହା କକ୍କଡ଼ଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ, ଭିଡ଼ିଓ ଏବଂ ବିଲ୍ ଦେଖାଇଲେ ଅର୍ଗାନାଇଜର

Published By : Gurupada Nath | March 29, 2025 11:23 PM

ମୁମ୍ବାଇ, ୨୯/୩ :   ଲୋକପ୍ରିୟ ସିଙ୍ଗର ନେହା କକ୍କଡ଼ ଏବେ ନିଜ ଅଷ୍ଟ୍ରେଲିଆ ଟୁରରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏଠାରେ ଏକ ଇଭେଣ୍ଟରେ ଯେତେବେଳେ ସେ ଷ୍ଟେଜ ଉପରେ ବିଳମ୍ବରେ ଗୀତ ଗାଇବାକୁ ପହଞ୍ଚିଲେ ତ ଦର୍ଶକ ଗୋ ବ୍ୟାକ୍ ନାରା ଦେବା ଆରମ୍ଭ କରିଥିଲେ । ପ୍ରକାଶ ଯେ, ନେହା ଷ୍ଟେଜରେ ୩ଘଣ୍ଟା ବିଳମ୍ବରରେ ପହଞ୍ଚିଥିଲେ । ନେହା ଏହି କଥାର ପୂରା କାରଣ ଅର୍ଗାନାଇଜର ଉପରକୁ ଠେଲିଦେଲେ । ଏବେ ଅର୍ଗାନାଇଜର ନେହାଙ୍କ ଉପରେ ଦୋଷ ଦେଇ ଘେରିଛନ୍ତି । ଏଥର ଅର୍ଗାନାଇଜର ଏକ ପୋଷ୍ଟ ସେୟାର କରି ସିଙ୍ଗରଙ୍କ ସତ୍ୟାସତ୍ୟା ଦର୍ଶାଇଛନ୍ତି ଏବଂ ତାଙ୍କ ଉପରେ ଲାଗିଥିବା ସବୁ ଦୋଷକୁ ମୁଣ୍ଡରୁ ଓହ୍ଲାଇଦେଇଛନ୍ତି । ଅର୍ଗାନାଇଜର ସିଙ୍ଗରଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି କି ସେ ଏବଂ ତାଙ୍କ ବନ୍ଧୁ ହୋଟେଲ୍ ରୁମରେ ସିଗାରେଟ୍ ପିଇଥିଲେ ।

ଅର୍ଗାନାଇଜରଙ୍କ କହିବା ଅନୁସାରେ ସେ କିଛି ଭିଡ଼ିଓ ବି ସେୟାର କରିଛନ୍ତି । ଅର୍ଗାନାଇଜର୍ସଙ୍କ କହିବା ଅନୁସାରେ ଏବଂ ସତ୍ୟାସତ୍ୟ ଥିବା ଭିଡ଼ିଓ ଦେଖି ଲୋକେ ପୁଣି ଥରେ ନେହାଙ୍କ ଉପରେ ରାଗିଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଗତ୨୩ମାର୍ଚ୍ଚରେ ନେହାଙ୍କୁ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଏକ କନସର୍ଟ ଲାଗି ଡକାଯାଇଥିଲା । କିନ୍ତୁ ନେହା ଷ୍ଟେଜରେ ୩ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ । ସେହିଭଳି ନେହାଙ୍କ ସିଙ୍ଗର ଭାଇ ଟୋନୀ କକ୍କଡ଼ ବି ଅଭି‌ଯୋଗ ଲଗାଇଛନ୍ତି କି ତାଙ୍କ ଭଉଣୀଙ୍କ ଲାଗି ହୋଟେଲ ଏବଂ ଟ୍ରାନ୍ସପୋର୍ଟର ବ୍ୟବସ୍ଥା କରାଯାଇନାହିଁ । ଯାହା ଫଳରେ ‌ସେ ଶୋରେ ବିଳମ୍ବରେ ପହଞ୍ଚିଥିଲେ । ଏହା ବ୍ୟତୀତ ନେହା ଅର୍ଗାନାଇଜର୍ସଙ୍କ ଉପରେ ଟଙ୍କା ନ ଦେବାର ଅଭିଯୋଗ ଲଗାଇଥିଲେ। 

ଯେତେବେଳେ ଏହି ସବୁ ଦାବି ଭାଇରାଲ ହେବାରେ ଲାଗିଲା ତ ଅର୍ଗାନାଇଜର୍ସଙ୍କ ହିଁ ଭୁଲ୍ ଲାଗିବାକୁ ଲାଗିଲା । ଏହାପରେ ଅର୍ଗାନାଇଜର୍ସ ନିଜ ପକ୍ଷ ରଖିଥିଲେ । ଅର୍ଗାନାଇଜର୍ସ ବିଟ୍ସ ପ୍ରଡକ୍ଶନ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟର ଏକ ପୋଷ୍ଟ ସେୟାର କରିଛି ଏବଂ ଏହି ପୋଷ୍ଟରେ ଏହି ଶୋର ସବୁ ତଥ୍ୟ ବି ଦେଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.