- ଆଗାମୀ ୧୨ ଫେବ୍ରୁଆରୀରେ ବାଂଲାଦେଶର ନିର୍ବାଚନ
- ବିଶାଳ ରାଲିରୁ ବିଏନପିର ନିର୍ବାଚନ ପ୍ରଚାର ଆରମ୍ଭ
- ଢାକା ବାହାରେ ପ୍ରଥମ ରାଲିର ଆୟୋଜନ
ଢାକା : ବାଂଲାଦେଶରେ ଆଗାମୀ ୧୨ ଫେବ୍ରୁଆରୀର ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ଖୁବ୍ ଜୋରରେ ଚାଲିଛି। ଏହା ଦେଶର ପ୍ରଥମ ବଡ଼ ନିର୍ବାଚନ , ଯାହାକି ୨୦୨୪ ର ଜନ-ବିଦ୍ରୋହ ପରେ ଶେଖ୍ ହସିନାଙ୍କ କ୍ଷମତାଚ୍ୟୁତ ହେବା ପରେ ହେଉଛି। ବାଂଲାଦେଶ ରାଷ୍ଟ୍ରବାଦୀ ପାର୍ଟି (ବିଏନପି)ର ଅଧ୍ୟକ୍ଷ ତାରିକ୍ ରେହମାନ ଆଜି (ଗୁରୁବାର) ସିଲହଟର ଐତିହାସିକ ଆଲିଆ ମଦରସା ମୈଦାନରେ ଏକ ବିଶାଳ ରାଲିରୁ ତାଙ୍କ ଦଳର ଅଫିସିଆଲି ନିର୍ବାଚନ ଅଭିଯାନ ଆରମ୍ଭ କରିଛନ୍ତି। ୧୭ ବର୍ଷର ନିର୍ବାସନ ପରେ ଡିସେମ୍ୱର ୨୦୨୫ରେ ବାଂଲାଦେଶ ଫେରିଥିବା ତାରିକ୍ ରେହମାନଙ୍କ ଏହା ରାଜଧାନୀ ଢାକାର ବାହାରେ ପ୍ରଥମ ବଡ଼ ନିର୍ବାଚନ ରାଲି ଥିଲା।
ଏହାସହ ମଧ୍ୟ ପଢନ୍ତୁ : ପ୍ରମେୟ ଡିଜିଟାଲର ସ୍ୱତନ୍ତ୍ର ଲାଇଭ୍ ସୋ ‘ମେଡିକାଲ ଆଷ୍ଟ୍ରୋ’: ଫୋନ୍ କରି ବାସ୍ତୁ ଓ ଆପଣଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଜାଣନ୍ତୁ
ଲକ୍ଷ ଲକ୍ଷ ସମର୍ଥକଙ୍କର ଭିଡ଼ରେ ସେ ବେକାରୀ ,ଚାଷୀଙ୍କ ସମସ୍ୟା , ପରିବାରବାଦ ଓ ବୈଦେଶିକ ନୀତି ଭଳି ପ୍ରସଙ୍ଗ ଉପରେ ଜୋର ଦେଇ ଥିଲେ। ଏହି ସମୟରେ ସେ ନାରା ଦେଇଥିଲେ ଯେ, ଦିଲ୍ଲୀ ନୁହେଁ କି ପିଣ୍ଡି ନୁହେଁ ,ବାଂଲାଦେଶ, ବାଂଲାଦେଶ ସର୍ବୋପରି। ଅର୍ଥାତ୍ ନା , ଦିଲ୍ଲୀ , ନା ରାୱଲପିଣ୍ଡି ବରଂ ବାଂଲାଦେଶ ସର୍ବପ୍ରଥମେ। କୁହାଯାଉଛି ଯେ, ସେ ଏହି ନାରାରେ ଭାରତ ଓ ପାକିସ୍ତାନ ଉଭୟ ଠାରୁ ସମ ଦୂରତ୍ୱ ବଜାୟ ରଖିବା ଏବଂ ବାଂଲାଦେଶ-କେନ୍ଦ୍ରିତ ସ୍ୱତନ୍ତ୍ର ବୈଦେଶିକ ନୀତିର ସଙ୍କେତ ଦେଇ ଥିଲେ।
ଉଲ୍ଲେଖନୀୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପୁଅ ତାରିକ୍ ରେହମାନଙ୍କୁ ପ୍ରଧାନମନ୍ତ୍ରୀ ପଦର ପ୍ରମୁଖ ଦାବିଦାର ଭାବେ ଦେଖା ଯାଉଛି। ତାଙ୍କ ଦଳକୁ ତାଙ୍କ ମାଆଙ୍କ ରାଜନୀତିକ ପରମ୍ପରାରେ ମଜବୁତ ସମର୍ଥନ ମିଳିଥାଏ, ଯାହାଙ୍କର ଗତ ମାସରେ ମୃତ୍ୟୁ ହୋଇଥିଲା। ତାରିକ ରେହମାନ ୧୭ ବର୍ଷର ନିର୍ବାସନ ପରେ ଗତ ମାସ ବାଂଲାଦେଶ ଫେରି ଥିଲେ। ଡିସେମ୍ୱର ୨୦୨୫ରେ ଘର ପ୍ରତ୍ୟାବର୍ତ୍ତନ ପରେ ରାଜଧାନୀ ଢାକା ବାହାରେ ଏହା ତାଙ୍କର ପ୍ରଥମ ଯାତ୍ରା ଥିଲା। ରାଲି ବେଳେ ସେ ବେକାରୀ , ଚାଷୀଙ୍କ ପ୍ରସଙ୍ଗ ଓ ପରିବାରବାଦ ଉପରେ ଆଲୋଚନା କରିଥିଲେ।ସେ କ୍ଷେତ୍ରୀୟ ବୈଦେଶିକ ନୀତିର ଉଲ୍ଲେଖ କରି ଅପଦସ୍ତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଉପରେ ‘ଅନ୍ୟ ଦେଶ ଗୁଡ଼ିକ ’ ଆଗରେ ନଇଁବାର ଅଭିଯୋଗ ଲଗେଇ ଥିଲେ। ଏହି ସମୟରେ ସେ ବୈଦେଶିକ ନୀତି ଉପରେ ନିଜର ପୁରୁଣା ଆଭିମୁଖ୍ୟକୁ ଦୋହରାଇ ସେ ନାରା ଦେଇଥିଲେ ଯେ, ଦିଲ୍ଲୀ ନୁହେଁ ,ପିଣ୍ଡି ନୁହେଁ , ବାଂଲାଦେଶ ଫାର୍ଷ୍ଟ।
ଏହା ସହ ମଧ୍ୟ ପଢନ୍ତୁ : ସମଗ୍ର ବିଶ୍ୱର ଝଗଡ଼ାର ସମାଧାନ କରିବ ଟ୍ରମ୍ପଙ୍କ ଶାନ୍ତି ବୋର୍ଡ , ପାକିସ୍ତାନ ମଧ୍ୟ ସଦସ୍ୟ