- ଦାଭୋସ୍ରେ ଲଞ୍ଚ ହେଲା ଟ୍ରମ୍ପଙ୍କ ‘ଶାନ୍ତି ବୋର୍ଡ’
- ପ୍ରତି ସଦସ୍ୟ ଦେଶ ଦେବେ ୧ ବିଲିୟନ ଡଲାରର ଫଣ୍ଡ
- ଉପସ୍ଥିତ ଦେଶର ପ୍ରମୁଖ ଡକ୍ୟୁମେଣ୍ଟରେ ଦସ୍ତଖତ କଲେ
ନୂଆଦିଲ୍ଲୀ : ଗୁରୁବାର ବୋର୍ଡ ଅଫ୍ ପିସ୍ର ପ୍ରଥମ ଚାର୍ଟରର ଆନୁଷ୍ଠାନିକ ଘୋଷଣା କଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୟୁନାଇଟେଡ୍ ନେସନ (ଜାତିସଂଘ) ଭଳି ଗଠନ କରାଯାଇ ଥିବା ବୋର୍ଡ ଅଫ୍ ପିସ୍ର ପ୍ରାରମ୍ଭିକ ଫୋକସ ଗାଜା ଉପରେ ରହିବ। କିନ୍ତୁ ଏହାର ବିସ୍ତାର ସାରା ବିଶ୍ୱର ବିବାଦ ଗୁଡ଼ିକୁ ସମାଧାନ କରିବା ପାଇଁ ହୋଇ ପାରେ। ଏଥିରେ ପାକିସ୍ତାନ ସମେତ ଅନେକ ଦେଶ ସଦସ୍ୟ ହେବାକୁ ସହମତି ଦେଇଛନ୍ତି। ବୋର୍ଡ ଅଫ୍ ପିସ୍ର ଲଞ୍ଚରେ ଟ୍ରମ୍ପ କହିଛନ୍ତି ଯେ, ଗାଜା ସିଜଫାୟାର ଡିଲ୍ ଅନୁସାରେ ହମାସକୁ ଅସ୍ତ୍ର ଛାଡ଼ିବାକୁ ହେବ, ନୁହେଁତ ଏହା ପାଲେଷ୍ଟାଇନ୍ ଆନ୍ଦୋଳନର ଅନ୍ତ ହେବ।
ଟ୍ରମ୍ପ କହିଛନ୍ତି , ବୋର୍ଡ ସମ୍ପୂର୍ଣ୍ଣ ରୂପେ ଗଠନ ହୋଇଯିବା ପରେ ,ଆମେ ସବୁ କିଛି କରିପାରିବା, ଯାହା ଆମେ କରିବାକୁ ଚାହିଁଛେ ଏବଂ ଆମେ ଏହାକୁ ଜାତିସଂଘ ସହ ମିଶି କରିବା। ସେ ଆହୁରି କହିଛନ୍ତି ଯେ, ୟୁଏନରେ ବହୁତ ଅଧିକ ପୋଣ୍ଟେନ୍ସିଆଲ ଅଛି, ଯାହାର ସଂପୂର୍ଣ୍ଣ ରୂପେ ବ୍ୟବହାର କରାଯାଇ ନାହିଁ। ଟ୍ରମ୍ପ, ଯିଏ ଏହି ବୋର୍ଡର ଅଧ୍ୟକ୍ଷତା କରିବେ, ଅନେକ ବିଶ୍ୱ ଲିଡରଙ୍କୁ ଏଥିରେ ସାମିଲ ହେବାକୁ ଇନଭାଇଟ୍ କରି ଥିଲେ ଏବଂ କହିଥିଲେ ଯେ, ସେ ଚାହାନ୍ତି ଯେ , ଏହା ଗାଜାରେ ଅସ୍ତ୍ରବିରତି ପରର ଚ୍ୟାଲେଞ୍ଜକୁ ସାମ୍ନା କରିବ, ଯେଉଁଥିରେ ଏହି ଆଶଙ୍କା ସୃଷ୍ଟି ହେଉଛି ଯେ, ଏହା ଗ୍ଲୋବାଲ ଡିପ୍ଲୋମେସି ଓ କନଫ୍ଲିକ୍ଟ ରିଜଲ୍ୟୁସନର ମୁଖ୍ୟ ପ୍ଲାଟଫର୍ମ ଭାବେ ୟୁଏନ୍ର ଭୂମିକାକୁ ଦୁର୍ବଳ କରି ପାରେ।
ଏହାସହ ମଧ୍ୟ ପଢନ୍ତୁ : ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ବୋର୍ଡରେ କେଉଁ କେଉଁ ଦେଶ ହେବେ ସାମିଲ , କିଏ ହେବେ ନାହିଁ ...ଜାଣନ୍ତୁ
ଦ୍ୱିତୀୟ ବଡ଼ ଗ୍ଲୋବାଲ ପାୱାର ଓ ଆମେରିକାର ପାରମ୍ପରିକ ପାଶ୍ଚାତ୍ ସହଯୋଗୀ ମଧ୍ୟ ଏହି ବୋର୍ଡରେ ସାମିଲ ହେବାକୁ ଆଗ ପଛ ହେଉଛନ୍ତି, ଯାହା ବିଷୟରେ ଟ୍ରମ୍ପ କହୁଛନ୍ତି ଯେ, ସ୍ଥାୟୀ ସଦସ୍ୟଙ୍କୁ ପ୍ରତ୍ୟେକଙ୍କୁ ୧ ବିଲିୟନ ଡଲାରର ଫଣ୍ଡ ଦେବାକୁ ହେବ। ଆମେରିକା ବ୍ୟତୀତ ଜାତିସଂଘର ସୁରକ୍ଷା ପରିଷଦର କେହି ବି ଦ୍ୱିତୀୟ ସ୍ଥାୟୀ ସଦସ୍ୟ-(ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ହେବା ପରେ ଅନ୍ତର୍ଜାତୀୟ ଆଇନ ଓ କୂଟନୀତି ଉପରେ ସବୁଠୁ ଅଧିକ ଦଖଲ ରଖୁଥିବା ୫ଟି ଦେଶ)ଏବେ ସୁଦ୍ଧା ଏଥିରେ ସାମିଲ ହେବା ପାଇଁ ପ୍ରସ୍ତୁତ ହୋଇ ନାହାନ୍ତି।
ବୋର୍ଡ ଅଫ୍ ପିସ୍ରେ ସଦସ୍ୟ ଭାବେ ସାମିଲ ହେବାକୁ ମଞ୍ଚରେ ଉପସ୍ଥିତ ଅନେକ ଦେଶର ଲିଡର ଡକ୍ୟୁମେଣ୍ଟସରେ ଦସ୍ତଖତ କରିଥିଲେ। ଏହାପରେ ହ୍ୱାଇଟ୍ ହାଉସ୍ର ପ୍ରେସ୍ ସେକ୍ରେଟାରୀ କୈରୋଲିନ୍ ଲେଭିଟ୍ କହିଥିଲେ – ଏହିପରି ବୋର୍ଡର ଚାର୍ଟର ସଂପୂର୍ଣ୍ଣ ରୂପେ ଲାଗୁ ହୋଇ ଯାଇଛି ଏବଂ ଏହା ଏକ ଅନ୍ତର୍ଜାତୀୟ ସଂଗଠନ ହୋଇ ଯାଇଛି। ଦସ୍ତଖତ ଉତ୍ସବ ସ୍ୱିଜରଲାଣ୍ଡର ଦାଭୋସରେ ହୋଇଛି, ଯେଉଁଠି ବାର୍ଷିକ ଇକୋନମିକ ଫୋରମ ଅନୁଷ୍ଠିତ ହେଉଛି , ଯେଉଁଠାକୁ ଗ୍ଲୋବାଲ ରାଜାନୀତିକ ଓ ବିଜନେସ୍ ଲିଡର୍ସ ଏକାଠି ହୁଅନ୍ତି।