ଗୋଳାମୁଣ୍ଡା,୨୮।୫: ନିଜ ମାଇଁଙ୍କ ଅଶ୍ଳୀଳ ଭିଡିଓ ବନାଉଥିଲା ଭଣଜା। ମାଇଁ ଗାଧୋଇବା ବେଳେ ଗାଧୁଆ ଘରେ ମୋବାଇଲ କ୍ୟାମେରା ରଖି ଭିଡିଓ କରିଥିଲା। ପରେ ଏହାକୁ ନେଇ ମାଇଁଙ୍କୁ ଟଙ୍କା ବ୍ଲାକମେଲିଂ କରୁଥିଲା। ଏଭଳି ଏକ ଘଟଣା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଧୀନ ଏକ ଗାଁରେ ଦେଖିବାକୁ ମିଳିଛି ।
ମାଇଁ ଘରେ ଗାଧେଇବା ବେଳର ଦୃଶ୍ୟକୁ ଏକ ମୋବାଇଲ ସାହାଯ୍ୟରେ ଜଣେ ଯୁବକ କଏଦ କରିଥିଲେ । ଉକ୍ତ ଭିଡିଓଟିକୁ ରଖି ମାଇଁ ଘରର ସଦସ୍ୟମାନଙ୍କୁ ହ୍ଵାଟ୍ସଆପ ମାଧ୍ୟମରେ ବାରମ୍ବାର ପଠାଉଥିଲା । ଉକ୍ତ ଭିଡିଓଟିକୁ ସୋସିଆଲ ମେଡିଆରେ ଭାଇରାଲ କରିବାର ଭୟ ମଧ୍ୟ ଦେଖାଉଥିଲା। ଭାଇରାଲ କରିବା ଆଳରେ କେତେବେଳେ ସୁନା ଅଳଙ୍କାର ମାଗୁଥିଲେ, ତ ଆଉ କେତେବେଳେ ଟଙ୍କା ମାଗୁଥିଲେ । ଏଭଳି ମାନସିକ ନିର୍ଯ୍ୟାତନା ବାରମ୍ବାର ନିଜ ମାଇଁ ଘରକୁ ଦେଇ ଆସୁଥିଲା । ଏନେଇ ଯୁବକର ମାଇଁ ଘର ଲୋକେ ଗୋଲାମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ କରି ଅଭିଯୁକ୍ତ ପ୍ରେମାନନ୍ଦ ମେହେରଙ୍କୁ ଗିରଫ କରିଛି । ଏନେଇ ଗୋଲାମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଗୋଲାମୁଣ୍ଡା ଥାନାଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି ପ୍ରକାଶ କରିଛନ୍ତି