ନୂଆଦିଲ୍ଲୀ, ୨୬/୦୨ : ଭାରତକୁ ବ୍ରହ୍ମାସ୍ତ୍ର ଦେବ ଇସ୍ରାଏଲ୍। ବ୍ରହ୍ମୋସ୍ ଠାରୁ ଅଧିକ ଘାତକ। ଶତ୍ରୁ ଠିକଣାରେ ରଚିବ ବିଧ୍ଵଂସଲୀଳା। ଚୀନ-ପାକିସ୍ତାନ ଥରହର। ସାରା ଦୁନିଆଠୁ ଇସ୍ରାଏଲ୍ ଯେଉଁ ଅସ୍ତ୍ର ଲୁଚାଇ ରଖିଥିଲା ଏବେ ସେହି ଅସ୍ତ୍ର ଭାରତକୁ ଦେବେ ନେତନ୍ୟାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଇସ୍ରାଏଲ୍ ଗସ୍ତରେ ଅଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରତିରକ୍ଷା ଡିଲ୍ ହେବାକୁ ଯାଉଛି। ଏହି ବାଲାଷ୍ଟିକ୍ ମିସାଇଲ୍ ର ନାମ ହେଉଛି ଗୋଲ୍ଡେନ ହୋରାଇଜନ୍। ଫାଇଟର୍ ଜେଟ୍ ସୁଖୋଇ SU-30 MKIରୁ ଏହାକୁ ଉତକ୍ଷେପଣ କରାଯାଇପାରିବ।  

ସୂଚନାନୁଯାୟୀ, ଗୋଲ୍ଡେନ ହୋରାଇଜନ୍ ମିସାଇଲ୍ ଟର୍ମିନାଲ୍ ଫେଜ୍ ରେ ମାର୍କ ୫ରୁ ଅଧିକ ସ୍ପିଡ୍ ଧରିପାରିବ। ଯାହାକି ବ୍ରହ୍ମୋସ୍ ଠାରୁ ୨ ଗୁଣା ଅଧିକ। ଅଧିକ ସ୍ପିଡ୍ ଯୋଗୁଁ ଏହି ବାଲାଷ୍ଟିକ୍ ମିସାଇଲ୍ କୁ ଇଣ୍ଟରସେପ୍ଟ କରିବା ପ୍ରାୟ ଅସମ୍ଭବ। ଏହା ମାଟି ତଳେ ଥିବା ବଙ୍କର, ମଜବୁତ ଦୁର୍ଗ ଏବଂ ଆଣବିକ ପ୍ରତିଷ୍ଠାନକୁ ସହଜରେ ଭେଦ କରିପାରିବ। ଏକ୍ସପର୍ଟଙ୍କ ଅନୁଯାୟୀ, ଏହାର ରେଞ୍ଜ୍ ୧ ହଜାରରୁ ୨ ହଜାର କିଲୋମିଟର। ଯାହାକି ବ୍ରହ୍ମୋସ୍ ଠାରୁ ଢେର ଗୁଣା ଅଧିକ। କାରଣ ବ୍ରହ୍ମୋସ୍ ର ରେଞ୍ଜ୍ ହେଉଛି ୮୦୦ କିମି। ଗୋଲ୍ଡେନ ହୋରାଇଜନ୍ ମିସାଇଲ୍ ହାର୍ଡ ଟାର୍ଗେଟ୍ କୁ ଧ୍ଵଂସ କରିବାକୁ ତିଆରି କରାଯାଇଛି। ଯେଉଁଠି ବ୍ରହ୍ମୋସ୍ ଏବଂ କ୍ରୁଜ୍ ମିସାଇଲ୍ ପହଞ୍ଚି ପାରିବେନି ସେଠାରେ ଏହି ମିସାଇଲ୍ ଅତି ସହଜରେ ପହଞ୍ଚିପାରିବ। 

ସାରା ବିଶ୍ଵରେ ଏହାର ଖୁବ୍ ଡିମାଣ୍ଡ ରହିଛି। ହେଲେ ଇସ୍ରାଏଲ୍ ଏଯାଏଁ ଏହି ଅସ୍ତ୍ରକୁ ଅନ୍ୟ କେଉଁ ଦେଶକୁ ଦେଇ ନାହିଁ। ପ୍ରଥମ ଥର ପାଇଁ ଭାରତକୁ ଦେବାକୁ ଯାଉଛି। ଯାହାକି ଭାରତ ଓ ଇସ୍ରାଏଲ୍ ମଧ୍ୟରେ ଏକ ଦୃଢ ପ୍ରତିରକ୍ଷା ସହଭାଗୀତାର ବାର୍ତ୍ତା ଦେଉଛି। ଗୋଲ୍ଡେନ ହୋରାଇଜନ୍ ବ୍ୟତୀତ ଆହୁରି ଅନେକ ଡିଫେନ୍ସ ଡିଲ୍ ହେବାର ସମ୍ଭାବନା ରହିଛି। ଯେପରିକି ୩୦୦ କିମି ଯାଏଁ ମିସାଇଲ୍ ଓ ଡ୍ରୋନ୍ କୁ ଅଟକାଇପାରୁଥିବା ସିଷ୍ଟମ ଡେଭିଡ୍ସ ସ୍ଲିଙ୍ଗ, ଲେଜର ବେସଡ୍ ଡିଫେନ୍ସ ଆଇରନ ବିମ୍, ଆଇସ୍ ବ୍ରେକର ନୌସେନା କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ 'ଏୟାର ଲୋରା' ସୁପରସୋନିକ୍ କ୍ଷେପଣାସ୍ତ୍ର ନେଇ ଡିଲ୍ ହେବ ବୋଲି ଚର୍ଚ୍ଚା ହେଉଛି। 

ଏହି ଖବରଟିକୁ ପଢନ୍ତୁ- ଭାରତୀୟ ସେନାର ଫୋକସ୍‌ ଛୋଟ ମଡେଲ୍‌ର ବଡ଼ ଭଣ୍ଡାର,‘ବେବି ବ୍ରହ୍ମୋସ୍‌’ରହିଛି ଶତ ପ୍ରତିଶତ ସଠିକତା ଓ ମାରକ କ୍ଷମତା