ପ୍ରମୂଖ ଖବର
  • ଜୁଲାଇ ୨୨ରେ ସଂସଦର ବଜେଟ ଅଧିବେଶନ, ୨୧ରେ ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
  • ||
  • ବଲାଙ୍ଗୀର:ଓଲଟିଲା ପରିବା ବୋଝେଇ ପିକଅପ ଗାଡି, ଜଣେ ଗୁରୁତର ୫ ଆହତ
  • ||
  • ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଦଳ ଘୋଷଣା, ଟି-ଟ୍ୱେଣ୍ଟି ଅଧିନାୟକ ମୁଖ୍ୟ ଦାବିଦାର ସୂର୍ଯ୍ୟକୁମାର ଯାଦବ
  • ||
  • ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ୨୧ରୁ ୩୧ ତାରିଖ ଯାଏଁ ଚାଲିବ
  • ||
  • ସୁନାବେଶରେ ଦର୍ଶନ ଦେବେ ବ୍ରହ୍ମାଣ୍ଡନାଥ,୧୩୮ ପ୍ରକାର ରତ୍ନଖଚିତ ଅଳଙ୍କାର ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବର୍ଷାରେ ଭିଜିବ ଓଡ଼ିଶା, ଆଗାମୀ ୪ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି, ଶୁକ୍ରବାର ପୁଣି ଲୁଘଚାପ
  • ||

ନୂଆ ସଂସଦ ଭବନ ତ୍ରିଭୁଜାକାର କାହିଁକି ? ଏହା ପଛରେ ରହିଛି କି ଧାର୍ମିକ ମହତ୍ତ୍ୱ ?

ନୂଆଦିଲ୍ଲୀ, ୨୮।୫: ନୂଆ ସଂସଦ ଭବନ ନୂଆ ଭାରତର ଆତ୍ମା । ଦେଶର ବହୁ ପ୍ରତୀକ୍ଷିତ ନୂଆ ସଂସଦ ଭବନରୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ସଂସଦ ଭବନରେ ସ୍ଥାପନ ହୋଇଛି ଏୌତିହ୍ୟ ରାଜଦଣ୍ଡ ‘ସେନଗୋଲ୍’ । ଏଥିପାଇଁ ସ୍ୱତନ୍ତ୍ର ସମାରୋହର ଆୟୋଜନ କରାଯାଇଛି । ତେବେ ନୂଆ ସଂସଦ ଭବନ ଭିନ୍ନ କାହିଁକି ? ଏହାର ଆାକାର ତ୍ରିଭୁଜାକାର କାହିଁକି ? ଏହା ପଛରେ କୌଣସି ଧାର୍ମିକ ମହତ୍ତ୍ୱ ନାହିଁ ତ !

{"id":579309,"width":840,"height":469,"sizeSlug":"full","linkDestination":"none"}

ତ୍ରିଭୁଜାକାରରେ ନିର୍ମିତ ଏହି ନୂଆ ସଂସଦ ଭବନ ବିଶେଷ ଓ କଳାକୃତିରେ ପରିପୂର୍ଣ୍ଣ । ୯୭୧ କୋଟି ଟଙ୍କାରେ ନିର୍ମିତ ଏବି ଭବନ ଭାରତର ପୁନଃବିକାଶର ଏକ ଅଂଶ । ଏହି ସଂସଦ ଭବନ ନିର୍ମାଣ କରିଥିବା ବାସ୍ତୁବିତ୍ ବିମଲ ପଟେଲଙ୍କ କହିବାନୁାସାରେ, ନୂଆ ସଂସଦ ଭବନ ତ୍ରିକୋଣୀୟ ନିର୍ମାଣ କରିବା ପଛରେ କାରଣ ରହିଛି । ତ୍ରିକୋଣ ଆକାରର ସମ୍ୱନ୍ଧ ବୈଦିକ ସଂସ୍କୃତି ଓ ତତ୍ତ୍ୱଶାସ୍ତ୍ର ସହ ଜଡ଼ିତ । ଯାହାକୁ ଜ୍ୟାମିତିର ପ୍ରତୀକ ବୋଲି ବିବେଚନା କରାଯାଏ । ଏହି ସଂସଦର ୩ଟି ପ୍ରମୁଖ ଭାଗ ରହିଛି । ଲୋକସଭା, ରାଜ୍ୟସଭା ଓ ସେଣ୍ଟ୍ରାଲ ଲଞ୍ଚ ।

{"id":579310,"width":839,"height":509,"sizeSlug":"full","linkDestination":"none"}

ଧାର୍ମିକ ମହତ୍ତ୍ୱ

ବାସ୍ତୁବିତ୍ ବିମଲ ପଟେଲଙ୍କ କହିବାନୁସାରେ, ହିନ୍ଦୁ ପୁରାଣ ଗ୍ରନ୍ଥ ବା ଧର୍ମରେ ତ୍ରିଭୁଜକାରକୁ ତ୍ରିଦେବଙ୍କ ସହ ତୁଳନା କରାଯାଏ । ତିନି ଦେବତା ଅର୍ଥାତ୍ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର । ଯେଉଁମାନେ ଏହି ତ୍ରିଭୁଜର ପ୍ରତୀକ । ତେଣୁ ତ୍ରିଭୁଜାକାର ନୂଆ ସଂସଦ ଭବନ ପବିତ୍ର ଓ ଶୁଭ ।

ନୂଆ ସଂସଦ ଭବନର ସୁବିଧା

– ଦିବ୍ୟାଙ୍ଗ ପାଇଁ ଅନୁକୂଳ ନୂଆ ସଂସଦ ଭବନ
– ମୁକ୍ତ ଓ ସ୍ୱାଧୀନ ଭାବେ ବୁଲିପାରିବେ ଦିବ୍ୟାଙ୍ଗ
– ଖୋଲା ସ୍ଥାନରେ ‘ଲନ୍’ ବ୍ୟବସ୍ଥା ରହିଛି
– ସଂସଦର ଅଗଣାରେ ବରଗଛ ଲଗାଯାଇଛି
– ସାଂସଦମାନେ ମୁକ୍ତ ଭାବେ ଏଠି ଆଲୋଚନା କରିପାରିବେ
– ଉଭୟ ଲୋକସଭା ଓ ରାଜ୍ୟସଭାର କ୍ଷମତା ଅଧିକ
– ଲୋକସଭା: ଜାତୀୟ ପକ୍ଷୀ ‘ମୟୂର’ ଥିମ୍ ଦ୍ୱାରା ଅନୁପ୍ରାଣିତ
– ରାଜ୍ୟସଭା: ଜାତୀୟ ଫୁଲ ‘ପଦ୍ମ’ ଥିମ୍ ଦ୍ୱାରା ଅନୁପ୍ରାଣିତ
– ସଂସଦୀୟ ଗୃହରେ ଭାରତୀୟ କଳା ଓ ସଂସ୍କୃତିର ଝଲକ
– ଅତ୍ୟାଧୁନିକ ଯୋଗାଯୋଗ ସୁବିଧା ଓ ସେବା ରହିଛି
– ଅଡିଓ-ଭିଜୁଆଲ ଟେକ୍ନୋଲୋଜିର ସୁବିଧା ରହିଛି
– ଅତ୍ୟାଧୁନିକ ପାଠାଗାର ବ୍ୟବସ୍ଥା ରହିଛି

{"id":579311,"width":840,"height":651,"sizeSlug":"full","linkDestination":"none"}

ନୂଆ ସଂସଦ ଭବନର ରୋଚକ ତଥ୍ୟ
ଏଠାରେ ପ୍ରତି ଆସନରେ ଅତ୍ୟାଧୁନିକ ସେବା ଓ ସୁବିଧା ଉପଲବ୍ଧ ହେଉଥିବା ବେଳେ । ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଲୋକସଭା ଓ ରାଜ୍ଯସଭା ଉଭୟ ଗୃହରେ ସ୍ୱତନ୍ତ୍ର ସୁବିଧା ରହିଛି । ଏଠାରେ ସଂସଦୀୟ କମିଟି ବୈଠକ ପାଇଁ ସ୍ୱତନ୍ତ୍ର ହଲ୍ ବ୍ୟବସ୍ଥା ରହିଥିବା ବେଳେ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ପାଇଁ ୯୨ଟି କୋଠରୀ ରହିଛି ।

ନୂଆ ସଂସଦ ଭବନ ଭିନ୍ନ ଓ ସ୍ୱତନ୍ତ୍ର କାହିଁକି ?

ନୂଆ ସଂସଦ ଭବନରେ ସୁଶାସନର ପ୍ରତୀକ ରାଜଦଣ୍ଡ ସ୍ଥାନ ପାଇବ । ଜାତୀୟ ପକ୍ଷୀ ମୟୂର ‘ଥିମ୍’ରେ ଅନୁପ୍ରାଣିତ ହୋଇ ଲୋକସଭା ନିର୍ମିତ ହୋଇଥିବା ବେଳେ ଜାତୀୟ ଫୁଲ ‘ପଦ୍ମ’ ଥିମରେ ଅନୁପ୍ରାଣିତ ହୋଇ ରାଜ୍ୟସଭା ନିର୍ମିତ କରାଯାଇଛି । ଏହାଛଡ଼ା ନୂଆ ସଂସଦର ଅଗଣାରେ ବରଗଛ ଲଗାଯାଇଛି । ନୂଆ ସଂସଦର ତ୍ରିକୋଣୀୟ ଢାଞ୍ଚା ଏକ ପବିତ୍ର ବାର୍ତ୍ତା ଦେବା ସହ ଦେଶର ସଂସ୍କୃତିକୁ ସୂଚାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.