ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଚାଷୀଙ୍କ ପିଲାଙ୍କୁ ମାଗଣା ବୃତ୍ତିଗତ ଶିକ୍ଷା: ନବୀନଙ୍କ ନୂଆ ଘୋଷଣା ‘କାଳିଆ ଛାତ୍ରବୃତ୍ତି’

ଭୁବନେଶ୍ୱର,୩ ।୨(ବ୍ୟୁରୋ): ଭୋଟ ପୂର୍ବରୁ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ । ଚାଷୀ ପରିବାରର ପିଲାମାନେ ବୃତ୍ତିଗତ ଉଚ୍ଚଶିକ୍ଷା ପାଇବାକୁ ସହଯୋଗ କରିବେ ରାଜ୍ୟ ସରକାର । ଏଥିପାଇଁ ଚାଷୀ ପରିବାରର ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ବୃତ୍ତି ଅର୍ଥ ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ‘କାଳିଆ ଛାତ୍ରବୃତ୍ତି’ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘କାଳିଆ’ ଯୋଜନାର ହିତାଧିକାରୀଙ୍କ ପରିବାରର ପିଲାମାନେ ଡାକ୍ତର, ଇଂଜିନିୟର, ମ୍ୟାନେଜର ଓ ଆଇନଜ୍ଞ ହେବା ପାଇଁ ପାଠ ପଢ଼ିବାକୁ ସରକାର ସହଯୋଗ କରିବେ । ଏହି କାର୍ଯ୍ୟକ୍ରମରେ ମେଧାବୀ ପିଲାଙ୍କୁ ଚିହ୍ନଟ କରି ସରକାରୀ ବୃତ୍ତିଗତ କଲେଜରେ ନାମ ଲେଖାଇବା ସହ ପାଠପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଆଗାମୀ ଭୋଟରେ ଚାଷୀ ବଡ଼ ପ୍ରସଙ୍ଗ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ପୁଣି ନିଜ ପେଡ଼ିରୁ ନୂଆ ଯୋଜନା କାଢ଼ିଛନ୍ତି । କେନ୍ଦୁଝରରେ ଆୟୋଜିତ ‘କାଳିଆ’ ସମାବେଶରେ ‘କାଳିଆ ଛାତ୍ରବୃତ୍ତି’ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ହେଉଛି ବେଶ୍‌ ଲୋକପ୍ରିୟ ଯୋଜନା । ଏହି ଯୋଜନା ଢ଼ାଞ୍ଚାରେ ସାରା ଭାରତରେ ମଧ୍ୟ ଚାଷୀଙ୍କ କଲ୍ୟାଣ ପାଇଁ ଯୋଜନା କାର୍ଯ୍ୟକାରୀ ହେଉଛି । ଚାଷୀଙ୍କ ଭବିଷ୍ୟତ ସେମାନଙ୍କ ପିଲାମାନଙ୍କ ଉନ୍ନତି । ମୁଖ୍ୟମନ୍ତ୍ରୀ ଉପସ୍ଥିତ ଚାଷୀମାନଙ୍କୁ ସମ୍ବୋଧିତ କରି କହିଲେ, ମୁଁ ଚାହେଁ ଆପଣମାନଙ୍କ ପିଲା ଡାକ୍ତର, ଇଂଜିନିୟର ଭଳି ବୃତ୍ତିଧାରୀ ହୁଅନ୍ତୁ । ସେଥିପାଇଁ ‘କାଳିଆ ଛାତ୍ରବୃତ୍ତି’ ଆରମ୍ଭ କରିଛି । ଆପଣଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଆପଣମାନଙ୍କ ପିଲାମାନଙ୍କୁ ଭଲପାଠ ପଢ଼ାନ୍ତୁ, ସେମାନଙ୍କ ଉଚ୍ଚଶିକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କର ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହି କାଳିଆ ସମାବେଶରେ ଯୋଗଦେବା ଅବସରରେ ହଜାର ହଜାର ଚାଷୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣା ଲୋକଙ୍କ ମନରେ ବେଶ ଖୁସି ଆଣିଥିଲା । ଲୋକମାନେ କରତାଳି ଦେବାସହ ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନ ଛାଡ଼ିଥିଲେ । ମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦୁଝରବାସୀଙ୍କ ପାଇଁ ୬୬ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଥିଲା ବେଳେ ୨୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।
କେନ୍ଦୁଝର ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଇରଙ୍ଗପୁରରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ୪୫ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଥିଲେ । ଏହାଛଡ଼ା ୯୬୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଇରଙ୍ଗପୁରବାସୀଙ୍କ ପାଇଁ ୩ଟି ବଡ଼ ଘୋଷଣା କରିଥିଲେ । ରାଇରଙ୍ଗପୁର ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ଉନ୍ନତୀକରଣ କରିବା ସହ ପିପିପି ମୋଡ୍‌ରେ ଏହାକୁ ଶହେ ଶଯ୍ୟା ବିଶିଷ୍ଟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାଛଡ଼ା ଏଠାରେ କ୍ରୀଡ଼ାର ବିକାଶ ପାଇଁ ଆଧୁନିକ ଷ୍ଟାଡିୟମ ନିର୍ମାଣ ସହ ରାଇରଙ୍ଗପୁର ଆଇଟିଡିଏ ପିଏ ଦାୟିତ୍ୱରେ ଥିବା ଅଧକାରୀ ଏବେ ରାଇରଙ୍ଗପୁର ଏଡିଏମ୍‌ ଭାବେ ଦାୟିତ୍ୱ ତୁଲାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମିଶନଶକ୍ତି ସମାବେଶରେ ଉପସ୍ଥିତ ମହିଳା ଓ ଲୋକ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କରତାଳି ଦେଇ ସ୍ୱାଗତ କରିଥିଲେ ।

Copyright © 2022 - Summa Real Media Private Limited. All Rights Reserved.